ବିହାରର କବାଡ଼ି ଦୋକାନରୁ ମିଳିଲା ଟ୍ରେନର ଖଣ୍ଡ, ରେଳ ଧାରଣା ଉପରୁ ଉଡ଼ାଇ ନେଲେ ଇଞ୍ଜିନ

0

Get real time updates directly on you device, subscribe now.

ଆଜିକାଲି ଲୋକମାନେ ଘର ବାହାରେ ଗାଡ଼ି ରଖି ନିଶ୍ଚିନ୍ତରେ ଶୋଇ ଯାଉଛନ୍ତି । ଯଦି ଆପଣ ନିଜ କାର, ଅଟୋ ବାହାରେ ରଖୁଛନ୍ତି ତେବେ ସାବଧାନ ହୋଇଯାନ୍ତୁ । ଆଜିକାଲିକା ଚୋର କେଉଁ ଢଙ୍ଗରେ ଗାଡ଼ି ଚୋରି କରୁଛନ୍ତି ଜାଣିଲେ ଆପଣଙ୍କର ମଧ୍ୟ ହୋସ ଉଡ଼ିଯିବ । ବର୍ତ୍ତମାନ ଏପରି ଏକ ଚୋରି ଘଟଣା ସାମ୍ନାକୁ ଆସିଛି, ତାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଚାଲିଛି ।

ବିହାରରେ ପ୍ରତି ଘଣ୍ଟାରେ ଛୋଟ୍ ମୋଟ ଚୋରି ହୋଇଥାଏ, କିନ୍ତୁ ଏହି ଚୋରି ସବୁଠାରୁ ଅଲଗା ଥିଲା । ଚୋରିର ନିଶା ଏମିତି ଯେ ବିହାରର ଚୋର ଏଥର ଏକ ଟ୍ରେନର ଇଞ୍ଜିନକୁ ଟାର୍ଗେଟ କଲେ ।

ଏହି ମାମଲାରେ ଜଣାପଡିଛି ଯେ ଡୁଗୁସରାଇ ଜିଲ୍ଲାରେ ଥିବା ବହରହନି ଠାରେ ଥିବା ରେଲୱେ ୟାର୍ଡରେ ମରାମତି ପାଇଁ ଅଣାଯାଇଥିବା ଟ୍ରେନର ଡିଜେଲ ଇଞ୍ଜିନକୁ ଚୋର ଚୋରାଇନେଲେ ।

ଯେତେବେଳେ ଟ୍ରେନର ଇଞ୍ଜିନ ଚୋରି ହୋଇଯିବା ଖବର ସାମ୍ନାକୁ ଆସିଲା ସେତେବେଳେ ସମସ୍ତଙ୍କର ହୋସ ଉଡ଼ିଗଲା । ପ୍ରଥମେ ଚୋର ଟ୍ରେନର ଇଞ୍ଜିନର କିଛି ଅଂଶ ଚୋରି କରିବାରେ ସଫଳ ହେଲେ ଏବଂ ତାପରେ ସମୟ ସୁବିଧା ଦେଖି ସମ୍ପୂର୍ଣ୍ଣ ଟ୍ରେନ ଇଞ୍ଜିନ ଚୋରି କରିନେବା କଥା ଚର୍ଚ୍ଚା ଚାଲିଲା । ଚୋରଙ୍କ ପର୍ଯ୍ୟନ୍ତ ପୋଲିସ କେମିତି ପହଞ୍ଚିଲା ତାହା ଏବେ ଜାଣନ୍ତୁ ।

ଯେତେବେଳେ ପୋଲିସ ସନ୍ଦେହରେ ତିନିଜଣଙ୍କୁ ପଚରାଉଚରା କରିବା ଆରମ୍ଭ କଲା, ସେମାନେ ଯାହା ସବୁ ସୂଚନା ଦେଲେ ତାହା ଶୁଣି ପୋଲିସ ଆଶ୍ଚର୍ଯ୍ୟ ହୋଇଗଲା । ମୂଜ୍ଜଫରପୁରର ପ୍ରଭାତକଲା ଠାରେ ଅବସ୍ଥିତ ଏକ କବାଡିଆ ପାଖରୁ ସମ୍ପୂର୍ଣ୍ଣ ଇଞ୍ଜିନର ଅନେକ ପାର୍ଟ ମିଳିଲା । ପୋଲିସ ଏବଂ ରେଲୱେ ଭିଜିଲାନ୍ସର ମିଳିତ ଚଢାଉରେ ଏହି କବାଡିଆରୁ ଟ୍ରେନର ଇଞ୍ଜିନ ଖଣ୍ଡ ଖଣ୍ଡ ଅବସ୍ଥାରେ ଅଲଗା ଅଲଗା ବସ୍ତା ଭିତରୁ ମିଳିଲା ।

ତେବେ ସେଠାରେ ଥିବା ଜଣେ ବରିଷ୍ଠ ଅଧିକାରୀ ଯାହା କହିଲେ, ତାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି କବାଡି ଦୋକାନ ନିକଟରେ ଏକ ସୁଡ଼ଙ୍ଗ ଥିଲା । ଏହି ସୁଡ଼ଙ୍ଗ ଦେଇ ଚୋର ଆସୁଥିଲେ ଏବଂ ଇଞ୍ଜିନର ଗୋଟେ ଗୋଟେ ପାର୍ଟ କାଢି ନେଉଥିଲେ । ଚୋରମାନେ ଟ୍ରେନର ଇଞ୍ଜିନ ଭିତରଟା ପୁରା ଫମ୍ପା କରିଦେଇ କେବଳ ବାହାର ବଡିକୁ ଛାଡି ଯାଉଥିଲେ । ପୁଣି ପରବର୍ତ୍ତୀ ସମୟରେ ସେତକ ବି ଚୋରାଇନେଲେ ।

କିନ୍ତୁ ରେଲୱେ ପୋଲିସ ଏହି ଖବରକୁ ଭୁଲ ବୋଲି କହିଛି । ଯାହା ଚୋରି ହୋଇଥିଲା ତାର 96% ଜିନିଷ ଉଦ୍ଧାର କରାଯାଇଛି । ଏହାସହିତ ରେଲୱେ ପୋଲିସ ଏହା ମଧ୍ୟ କହିଛି ଯେ ସମ୍ପୂର୍ଣ୍ଣ ଇଞ୍ଜିନ ନୁହେଁ ବରଂ ଇଞ୍ଜିନ ଭିତରେ ଥିବା କିଛି ତମ୍ବା ତାର ହିଁ ଚୋରି ହୋଇଥିଲା, ଯାହାକି ବର୍ତ୍ତମାନ ମିଳିସାରିଛି ।

Leave A Reply

Your email address will not be published.