Jio ର ଜବରଦସ୍ତ ରିଚାର୍ଜ, ମାତ୍ର ଏକ ଟଙ୍କା ଅଧିକ ଦେଲେ ମିଳୁଛି ଅନେକ ଫାଇଦା, ଜାଣନ୍ତୁ ଡିଟେଲ

0

Get real time updates directly on you device, subscribe now.

ଜିଓର ରିଚାର୍ଜ ପୋର୍ଟଫୋଲିୟୋରେ ଅନେକ ଆକର୍ଷଣୀୟ ପ୍ଲାନ୍ ସାମିଲ ରହିଛି । କମ୍ପାନୀ ଏପରି ଦୁଇଟି ଡାଟା ଆଡ ଅନ ପ୍ୟାକ ଅଫର କରିଥାଏ, ଯାହା ସାରା ବର୍ଷ କାମ କରିଥାଏ । ତେବେ ଏହି ଡାଟା ଆଡ ଅନ ପ୍ୟାକ ମହଙ୍ଗା ଅଟେ, କିନ୍ତୁ କମ୍ପାନୀ ଏହା ଅଧିକ ଇଣ୍ଟରନେଟ ୟୁଜ କରୁଥିବା ୟୁଜରଙ୍କ ପାଇଁ ଜାରି କରିଛି ।

ଏହାକୁ ୟୂଜ କରିବାପାଇଁ ଏକ ଆକ୍ଟିଭ ବେସ ପ୍ଲାନ୍ ଆବଶ୍ୟକ ହୋଇଥାଏ । ବେସ ପ୍ଲାନ ବିନା ଆପଣ ଏହି ଡାଟା ଆଡ ଅନକୁ ୟୁଜ୍ କରିପାରିବେ ନାହିଁ । ଜିଓର ପୋର୍ଟଫୋଲିୟୋରେ 15 ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଡାଟା ଆଡ ଅନ ମିଳିଥାଏ ।

ଆମେ ସବୁଠାରୁ ଅଧିକ ମୂଲ୍ୟ ଥିବା ଡାଟା ଆଡ ଅନ୍ସ ବିଷୟରେ କହୁଛୁ । ଆପଣ jio ର ସବୁଠାରୁ ମହଙ୍ଗା ଡାଟା ପ୍ଲାନରେ ମାତ୍ର ଏକ ଟଙ୍କା ଅଧିକ ଖର୍ଚ୍ଚ କରି ବହୁତ୍ କିଛି ହାସଲ କରିପାରିବେ । ଆସନ୍ତୁ ଜାଣିବା ଏହା ବିଷୟରେ ସବୁକିଛି ।

2878 ଟଙ୍କାର ଡାଟା ଭାଉଚର :-

ଏହି ଡାଟା ଭାଉଚରର ଭାଲିଡିଟି 365 ଦିନର ଅଟେ । ଏଥିରେ ଆପଣଙ୍କୁ କୌଣସି ପ୍ରକାର କଲିଙ୍ଗ ବେନେଫିଟ୍ ମିଳିବନାହିଁ । ୟୁଜର ମାନଙ୍କୁ ଏହି ଡାଟା ଆଡ ଅନ ଅଧୀନରେ ଡେଲି 2GB ଡାଟା ମିଳିବ । ଅର୍ଥାତ୍ ପୁରା ପ୍ଲାନରେ ଆପଣଙ୍କୁ 730GB ଡାଟା ମିଳିଥାଏ । ଏହି ରିଚାର୍ଜରେ ଆପଣଙ୍କୁ କଲିଙ୍ଗ କିମ୍ବା SMS ବେନେଫିଟ୍ ମିଳିବ ନାହିଁ । ଡାଟା ଲିମୀଟ ଶେଷ ହେବାପରେ ଆପଣଙ୍କୁ 64Kbps ସ୍ପିଡରେ ଅନଲିମିଟେଡ ଇଣ୍ଟରନେଟ ମିଳିବ ।

2998 ଟଙ୍କାର ଡାଟା ଭାଉଚର୍ :-

ଏହାବ୍ୟତୀତ କମ୍ପାନୀ 2998 ଟଙ୍କାର ଡାଟା ଭାଉଚର୍ ଅଫର କରିଥାଏ । ଏହି ଡାଟା ଭାଉଚରରେ ୟୁଜରଙ୍କୁ 2.5GB ଡାଟା ପ୍ରତିଦିନ ମିଳିଥାଏ । ଏହି ପ୍ଲାନର ଭାଲିଡିଟି ମଧ୍ୟ 365 ଦିନର ଅଟେ । ଅର୍ଥାତ୍ ଆପଣଙ୍କୁ ଏହି ପ୍ଲାନରେ ମୋଟ 912.5 GB ଡାଟା ମିଳିବ ।ଏଥିରେ ମଧ୍ୟ ଆପଣଙ୍କୁ କଲିଙ୍ଗ କିମ୍ବା SMS ବେନେଫିଟ୍ ମିଳିବ ନାହିଁ । ଡାଟା ଲିମୀଟ ଶେଷ ହେବାପରେ ଆପଣଙ୍କୁ 64Kbps ସ୍ପିଡରେ ଅନଲିମିଟେଡ ଇଣ୍ଟରନେଟ ମିଳିବ ।

ଏକ ଟଙ୍କା ଅଧିକ ଦେଲେ ମିଳିବ ବହୁତ୍ କିଛି :-

ଜିଓର ପୋର୍ଟଫୋଲିୟୋରେ 2999 ଟଙ୍କାର ମଧ୍ୟ ଏକ ରିଚାର୍ଜ ପ୍ଲାନ ଆସିଥାଏ । ଏହି ରିଚାର୍ଜ ପ୍ଲାନରେ ୟୁଜରଙ୍କୁ ଏକ ବର୍ଷ ଅର୍ଥାତ୍ 365 ଦିନର ଭାଲିଡିଟି ମିଳିଥାଏ । ଏଥିରେ ୟୁଜରଙ୍କୁ ଡେଲି 2.5GB ଡାଟା, ଅନଲିମିଟେଡ ଭଏସ କଲିଙ୍ଗ ଏବଂ ଡେଲି 100 SMS ମିଳିଥାଏ ।

Leave A Reply

Your email address will not be published.