ମହିଳା ମାନେ ମୋତେ ଖାଲି ଦେହରେ ଭଲ ଲାଗନ୍ତି କହିଲେ ବାବା ରାମଦେବ।

0

Get real time updates directly on you device, subscribe now.

ମହିଳାଙ୍କ ପରିଧାନ କୁ ନେଇ ଦେଇଥିବା ମନ୍ତବ୍ୟ ଉପରେ କ୍ଷମା ମାଗିଲେ ଯୋଗ ଗୁରୁ ବାବା ରାମଦେବ I ମହାରାଷ୍ଟ୍ର ରାଜ୍ୟ ମହିଳା ଆୟୋଗକୁ ଲିଖିତ ଚିଠି ପଠାଇ ସେ କ୍ଷମା ପ୍ରାର୍ଥନା କରିଛନ୍ତି ।

ଯୋଗ ଗୁରୁ ବାବା ରାମଦେବ ମହାରାଷ୍ଟ୍ରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉପସ୍ଥିତ ମହିଳାଙ୍କ ଉପରେ ନିଜର ବିବାଦୀୟ ଟିପ୍ପଣୀ ପାଇଁ ଦୁଃଖ ବ୍ୟକ୍ତ କରିବା ସହ କ୍ଷମା ମାଗିଛନ୍ତି।ଶନିବାର ମହାରାଷ୍ଟ୍ର ଥାନେରେ ଆୟୋଜିତ ଏକ କାର୍ଯ୍ୟକ୍ରମ ବାବା ରାମଦେବ ଯୋଗ ଦେଇ ମହିଳାଙ୍କ ପୋଷକା ପରିଧାନକୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିଲେ।

ସେ କହିଥିଲେ, ମହିଳାମାନେ ଶାଢ଼ୀରେ ଭଲ ଦେଖାଯାନ୍ତି, ସାଲୱାର ସୁଟରେ ବି ଭଲ ଦେଖାଯାନ୍ତି। ଏପରିକି ମହିଳାମାନେ କିଛି ନପିନ୍ଧିଲେ ବି ସୁନ୍ଦର ଦେଖାଯାନ୍ତି।’ବାବା ରାମଦେବ କହିଥିଲେ-ମହିଳାମାନେ ସାଢୀରେ ବି ସୁନ୍ଦର ଦିଶନ୍ତି ସାଲୱାର ସୁଟରେ ବି ଭଲ ଲାଗନ୍ତି, ମୋ ଭଳି କିଛି ନ ପିନ୍ଧିଲେ ବି ବହୁତ ଭଲ ଲାଗନ୍ତି।

ଆଗେ ପିଲାଙ୍କୁ କିଏ ପୋଷାକ ପିନ୍ଧାଉଥିଲେ, ଆଜି ପିଲାଙ୍କୁ ୫ ପରସ୍ତ ପୋଷାକ ପିନ୍ଧାଇ ଦିଆଯାଉଛି । ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶଙ୍କ ପତ୍ନୀ ଅମୃତା ଫଡନବୀଶ ମଧ୍ୟ ମହଜୁଦ ଥିଲେ।

ବାବାଙ୍କର ଏହି ବିବୃତ୍ତି କୁ ନେଇ ଅସନ୍ତୋଷ ବଢିବା ସହିତ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଯାଇଥିଲା । ସେହିପରି ଦୁଇ ଦିନ ମଧ୍ୟରେ ଲିଖିତ କ୍ଷମା ମାଗିବାକୁ ମହାରାଷ୍ଟ୍ର ମହିଳା କମିଶନ ବାବା ରାମଦେବଙ୍କୁ ନୋଟିସ ଜାରି କରିଥିଲେ।

ଏହା ବାଦ କଂଗ୍ରେସ ଓ ଟିଏମସି ତଥା ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ବାବା ରାମଦେବଙ୍କ ଟିପ୍ପଣୀକୁ କଡା ନିନ୍ଦା କରିଥିଲେ । ରାମଦେବ ମହିଳାଙ୍କୁ ଅପମାନିତ କରିଛନ୍ତି । ସେ ଦେଶର ସବୁ ମହିଳାଙ୍କୁ କ୍ଷମା ପ୍ରାର୍ଥନା କରିବା ଉଚିତ ବୋଲି ଶ୍ୱାତୀ ଦାବି କରିଥିଲେ ।

Leave A Reply

Your email address will not be published.