ଅନୁତାପ କରି କାନ୍ଦି ପକାଉଛନ୍ତି ଶ୍ରଦ୍ଧାଞ୍ଜଳି, କହିଲେ ଅର୍ଚ୍ଚନା କାରଣରୁ ମୋ ଜୀବନ ହୋଇଗଲା ବର୍ବାଦ।:-

0

Get real time updates directly on you device, subscribe now.

ଅର୍ଚ୍ଚନା ନାଗଫାଶର ଗୁମର ଧୀରେ ଧୀରେ ଫିଟିବାରେ ଲାଗିଛି। ଗୁମରରୁ ବାହାରୁଛି ଗୋଟିଏ ପରେ ଗୋଟାଏ ସତ। ଅର୍ଚ୍ଚନା ଯାହାକୁ ମୋହରା କରି ଏଭଳି କାର୍ଯ୍ୟ କରୁଥିଲା ସେହି ଯୁବତୀଟି ହେଉଛି ଶ୍ରଦ୍ଧାଞ୍ଜଳୀ ବେହେରା। ଆପଣମାନେ ଠିକ ଶୁଣିଛନ୍ତି ଆଜି ଯଦି ଅର୍ଚ୍ଚନାଙ୍କ ଗୁମର ସବୁ ଫିଟୁଛି ତେବେ ତାହା କେବଳ ଶ୍ରଦ୍ଧାଞ୍ଜଳିଙ୍କ ପାଇଁ।

ସେ ଜେରା ପରେ ସବୁ ସତ କଥା କହିବା କାରଣରୁ ଆଜି ଅର୍ଚ୍ଚନାଙ୍କ କଳାଚିଠା ଏବଂ ଏଥିରେ ଲିଙ୍କ ଥିବା ଲୋକଙ୍କୁ ଖୋଜିହଉଛି। କିନ୍ତୁ ଆଜି ସେହି ଶ୍ରଦ୍ଧାଞ୍ଜଳି ଅନୁତାପ କରୁଛନ୍ତି। କାନ୍ଦି କାନ୍ଦି ନିଜ ଦୁଃଖ ପ୍ରକାଶ କରୁଛନ୍ତି ଏବଂ କହୁଛନ୍ତି ଯେ ,”ଆଜି ଅର୍ଚ୍ଚନା ମୋ ଜୀବନ ବର୍ବାଦ କରିଦେଇଛି।

ମୁଁ ଏହି ନାଗଫାଶରେ ଫସିବା ପୂର୍ବରୁ ଇନ୍ସଟାଗ୍ରାମରେ ଏକ ଛୋଟିଆ ରିଲସ କ୍ରିଏଟର ଥିଲି। ମୁଁ ନିଜର ଛୋଟ ଛୋଟ ଡ୍ୟାନ୍ସ ଭିଡ଼ିଓ ପ୍ରସ୍ତୁତ କରି ଇନ୍ସଟାରେ ପୋଷ୍ଟ କରୁଥିଲି। ଏହାସହ ମୁଁ ଏହା ମଧ୍ୟ ଭାବୁଥିଲି ଯେ କାଳେ ଏହି ରିଲସ ଦେଖି ମତେ କିଏ ଛୋଟମୋଟ ଆକ୍ଟିଂଗ ପାଇଁ ଅଫର ଦେବ।

ଏହାପରେ ମୁଁ ଧୀରେ ଧୀରେ ଆକ୍ଟିଂଗରେ ନିଜ କ୍ୟାରିଅର ତିଆରି କରିବି। କିନ୍ତୁ ଆଜି ମୁଁ ଅର୍ଚ୍ଚନାର ନାଗଫାଶରେ ଫସିଗଲି। ଆଉ ନିଜର ଜୀବନ ବର୍ବାଦ କରିଦେଲି। କେବଳ ନିନ୍ଦା ଛଡା ଏବେ ମୁଁ ଆଉ କିଛି ପାଉନାହିଁ। କିଛି ଟଙ୍କା ଲୋଭରେ ଆଜି ମୋର ଏପରି ଅବସ୍ଥା।

ଆଜି ଏହି ଅର୍ଚ୍ଚନା କାରଣରୁ ମୁଁ ଇଡି କାର୍ଯ୍ୟାଳୟକୁ ବାରମ୍ବାର ଦୌଡୁଛି। ମତେ 2 ଥର ଜେରା କରାଗଲାଣି। ଆଜି ଏହି ଅର୍ଚ୍ଚନା କାରଣରୁ ଯଦି ମୁଁ ସବୁ ଆଡେ ମୁହଁ ଲୁଚାଇ ଚାଲୁଛି, ତାହାଲେ ଆଜି ଅର୍ଚ୍ଚନାର ସବୁ ଗୁମରକୁ ମୁଁ ପର୍ଦାଫାସ କରିଦେବି।”

Leave A Reply

Your email address will not be published.