ମୃ-ତ୍ୟୁ ଟାଣିନେଲା ଗେହ୍ଲା ଝିଅକୁ । କଥା ହେବାର ୧୫ ମିନିଟ୍‌ ପରେ ବାପାମା’ ପାଇଲେ ମୃ-ତ୍ୟୁ ଖବର ।

0

Get real time updates directly on you device, subscribe now.

ଭଗବାନଙ୍କ ସୃଷ୍ଟିରେ ଏହା ହେଉଛି ଏକ ଏମିତି ସତ୍ୟ ଯେ ଜନ୍ମ ଅଛି ମାନେ ମୃ-ତ୍ୟୁ ସୁନିଶ୍ଚିତ । ମୃ-ତ୍ୟୁକୁ କେହି କେବେ ଏଡ଼ାଇ ଦେଇ ପାରେ ନାହିଁ । ଆଉ ଏହି ମୃ-ତ୍ୟୁ ଯେ କେତେବେଳେ କାହା ରୂପରେ ଆସି ସାମ୍ନାରେ ଛିଡା ହୋଇଯିବ ତାହା କହିହେବ ନାହିଁ ।

ବାଙ୍ଗାଲୋର ସହରର ଉପକଣ୍ଠ ଇଲେକ୍ଟ୍ରୋନିକ୍ସ ସିଟି ପାଖରେ ଥିବା ବୋମସନ୍ଦ୍ର ଶିଳ୍ପାଞ୍ଚଳରେ ଥିବା ସୁପ୍ରଜିତ୍ ଇଂଜିନିଅରିଂ ନାମକ ଏକ ବେସରକାରୀ କମ୍ପାନୀରେ କାର୍ଯ୍ୟରତ ଜଣେ ଓଡ଼ିଆ ଯୁବତୀଙ୍କ ମୃ-ତ୍ୟୁ ହୋଇଛି । ମୃ-ତ ଯୁବତୀ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଢୋଲମରା ଗ୍ରାମର ୨୨ ବର୍ଷୀୟ ବୟସ୍କ ଝିଅ ପାର୍ବତୀ ପ୍ରଧାନ ବୋଲି ଖବର ମିଳିଥିବା ବେଳେ ହଠାତ ତାଙ୍କର ଦେ-ହାନ୍ତ ହୋଇ ଯାଇଥିବାର ଜଣାପଡ଼ିଛି

ବାପା ପ୍ରମାଳି ପ୍ରଧାନ ଓ ମା ଶାନ୍ତିଲତା ପ୍ରଧାନଙ୍କ ସାନ ଝିଅ ପାର୍ବତୀ । ସେ ଗତ ଏକ ବର୍ଷ ହେବ ନିଜ ସାନ ଭାଇ ସଂଗେ ବାଙ୍ଗାଲୋରରେ କାର୍ଯ୍ୟରତ ଥିଲେ । ସୂଚନାଯୋଗ୍ୟ ଯେ ପ୍ରାୟ ବର୍ଷେ ତଳେ ଭାଇ ଆର ପାରିକି ଚାଲିଗଲା । ବାପାମା’ଙ୍କ ଆଖିରୁ ଲୁହ ଶୁଖୁ ନ ଥିବା ବେଳେ ସେମାନଙ୍କ ମୁହଁରେ ଆହାର ୨ ମୁଠା ଦେବାକୁ ଘରୁ ଗୋଡ଼ କାଢ଼ି ବାଙ୍ଗାଲୋର କଲା ଝିଅ । ସେଠାରେ ବର୍ଷେ ହେବ ଝିଅ କାମ କରୁଥିବା ବେଳେ ଘରର ସବୁ ଦାୟିତ୍ୱ ମୁଣ୍ଡାଇଥିଲା ।

ହେଲେ ସେ ସୁଖ ବି ସହିଲାନି ଦଇବ । ବାପାମାଙ୍କ ସହ କଥା ହେବାର ୧୫ ମିନିଟ୍‌ ପରେ ଝିଅ ମୃତ୍ୟୁର ଖବର ପାଇଲେ ବାପାମା’ । ଏବେ ସେମାନଙ୍କ ଲୁହ ବନ୍ଧବାଡ଼ ମାନୁ ନ ଥିବା ବେଳେ ଝିଅକୁ ଶେଷ ଥର ପାଇଁ ଦେଖିବାକୁ ଅନାଇ ବସିଛନ୍ତି । ମୃ-ତା ଯୁବତୀ ହେଲେ ଢୋଲମରା ଗାଁର ପାରମାଣିକ ପ୍ରଧାନଙ୍କ ୨୨ ବର୍ଷୀୟା ଝିଅ ପାର୍ବତୀ ପ୍ରଧାନ ।

ପାରମାଣିକ ପ୍ରଧାନ ବହୁତ ଗରୀବ ହୋଇଥିବା ବେଳେ ଚାଷକାମରୁ ପରିବାର ପୋଷୁଥିଲେ । ପୁଅ ରୋଜଗାର ଆରମ୍ଭ କରୁ କରୁ ହଠାତ୍‌ ଗତବର୍ଷ କିଡନୀ ରୋଗରେ ଆ-କ୍ରାନ୍ତ ହୋଇ ଆରପାରିକୁ ଚାଲିଗଲା ।

ଏହା ବାପାମା’ଙ୍କୁ ଶକ୍ତ ଧ-କ୍କା ଦେଇଥିବା ବେଳେ ସେମାନଙ୍କ ଆଖିରୁ ଲୁହ ଶୁଖିବା ନାଁ ଧରୁ ନ ଥିଲା । ବାପାମା’ଙ୍କ ସାହାରା ହେବାକୁ ତଥା ପୁଅ ଭଳି ସବୁ ଦାୟିତ୍ୱ ସମ୍ଭାଳିବାକୁ ଘରୁ ଗୋଡ଼ କାଢ଼ିଲେ ପାର୍ବତୀ । ବିଏ ପାସ୍‌ କରିଥିବା ପାର୍ବତୀ ସେଠାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ଏବଂ ମାସକୁ ମାସ ଘରକୁ ଟଙ୍କା ପଠାଉଥିଲେ । ତେବେ ପରିବାର ମୁହଁରେ ଆହାର ଦେବାକୁ ସୁଦୂର ବାଙ୍ଗାଲୋର ଯାଇଥିବା ଝିଅ ଯେ ଏବେ ଶ-ବ ହୋଇ ଫେରିବ ସେ କଥାକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ବାପାମା’ ।

Leave A Reply

Your email address will not be published.