ବିମାନ ବନ୍ଦରରେ ଶାହରୁଖ ଖାନଙ୍କୁ ୭ ଲକ୍ଷ ଟଙ୍କାର ଫାଇନ,ନେଉଥିଲେ ଏହିସବୁ ଜିନିଷ !

0

Get real time updates directly on you device, subscribe now.

ବିମାନ ବନ୍ଦରରେ ବଲିଉଡର ବାଦଶାହ ଶାହରୁଖ ଖାନ୍ ଅଟକ । ମୁମ୍ବାଇ ବିମାନ ବନ୍ଦରରେ ଏକ ଘଣ୍ଟା ଧରି ଶାହରୁଖ ଖାନ୍‌ଙ୍କୁ ଅଟକ ରଖାଗଲା । କଷ୍ଟମ ବିଭାଗ ଶାହରୁଖ ଓ ତାଙ୍କ ଟିମ୍‌କୁ ଅଟକ ରଖି ପଚରାଉଚରା କରିଛି । ତେବେ ମିଳିଥିବା ରିପୋର୍ଟ ମୁତାବକ ଶାହରୁଖ ଦୁବାଇର ଶାରଜାହାରୁ ମୁମ୍ବାଇ ଫେରିଥିଲେ । ସେ ନିଜ ବ୍ୟକ୍ତିଗତ ଚାଟାର୍ଡ ଭିଟିଆର୍-ଏସଜି ମାଧ୍ୟମରେ ବିମାନରେ ମୁମ୍ବାଇ ବିମାନ ବନ୍ଦରରେ ପ୍ରାୟ ଗତ ରାତି ୧୨.୩୦ ସମୟରେ ପହଞ୍ଚିଥିଲେ ।

ତେବେ ଏୟାରପୋର୍ଟରେ ପହଞ୍ଚିବା ପରେ ରେଡ ଚ୍ୟାନେଲ ପାର ହେଉଥିବା ବେଳେ ଟର୍ମିନାଲ-୩ରେ ତାଙ୍କ ଲଗେଜ ଯାଞ୍ଚ କରା ଯାଇଥିଲା । ଆଉ ଯାଞ୍ଚ ବେଳେ ତାଙ୍କ ଲଗେଜରୁ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଘଣ୍ଟା ପାଇଥିଲେ । ୬ଟି ଦାମୀ ଘଣ୍ଟାର କଭର୍ ମିଳିଥିଲା ଯାହାର ଦାମ୍ ପାଖାପାଖି ୧୮ ଲକ୍ଷ ଟଙ୍କା ଥିଲା । ଏହାପରେ ଶୁକ୍ରବାର ବିଳମ୍ବିତ ରାତିରେ କୋଟି କୋଟି ଟଙ୍କାର ଏହି ଘଣ୍ଟା ଉପରେ ଲକ୍ଷ ଲକ୍ଷ ଟଙ୍କା ଟ୍ୟାକ୍ସ ଦେବାକୁ କୁହା ଯାଇଥିଲା । ଆଉ ଘଣ୍ଟାଏ ଧରି ଚାଲିଥିଲା ଏହି ପ୍ରକ୍ରିୟା ।

ଏଥିପାଇଁ ମୁମ୍ବାଇ କଷ୍ଟମ୍ସ ବିଭାଗ ଶାହରୁଖ ଖାନ ଏବଂ ତାଙ୍କ ଦଳକୁ ଅଟକ ରଖିଥିଲେ । ତେବେ ପ୍ରାୟ ଏକ ଘଣ୍ଟା ପଚରାଉଚରା ପରେ ଶାହରୁଖ ଖାନ ଏବଂ ତାଙ୍କ ମ୍ୟାନେଜର ପୂଜା ଦାଦଲାନି ବିମାନବନ୍ଦରରୁ ବାହାରିଥିବା ନଜର ଆସିଥିଲେ । କିନ୍ତୁ କିଙ୍ଗ ଖାନଙ୍କ ଅଙ୍ଗରକ୍ଷୀ ରବି ଏବଂ ଅନ୍ୟମାନଙ୍କୁ ଛଡ଼ା ଯାଇନଥିଲା । ପରେ ଶାହରୁଖ ଖାନ ବଡିଗାର୍ଡ ରବିଙ୍କୁ ଛଡାଇବା ପାଇଁ ୬ ଲକ୍ଷ ୮୭ ହଜାର ଟଙ୍କା ସୀମା ଶୁଳ୍କ ଦେଇଥିଲେ ଆଉ ଯାହାର ବିଲ୍ ଶାହାରୁଖ ଖାନଙ୍କ ବଡି ଗାର୍ଡ ରବିଙ୍କ ନାମରେ ହିଁ ତିଆରି ହୋଇଛି ।

କିନ୍ତୁ ଏହି ଟଙ୍କା ଶାହାରୁଖ ଖାନଙ୍କ କ୍ରେଡିଟ କାର୍ଡରୁ ପ୍ରଦାନ କରାଯାଇଛି । କଷ୍ଟମର ସହକାରୀ କମିଶନର ପୁଗଲ ଓ ଯୁଧିଷ୍ଠର ଯାଦବ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ତେବେ ଏହା ପରେ ଶାହାରୁଖ ଖାନଙ୍କ ବଡିଗାର୍ଡ ରବିଙ୍କୁ ସକାଳ ପ୍ରାୟ ୮ଟା ସମୟରେ ଛଡା ଯାଇଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ, ଶାହରୁଖ ଖାନ ତାଙ୍କ ଟିମ୍ ସହିତ ଚାର୍ଟର୍ ବିମାନ ଯୋଗେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦୁବାଇ ଯାଇଥିଲେ ।

Leave A Reply

Your email address will not be published.