ପାକିସ୍ଥାନ ନ୍ୟୁଜଲାଣ୍ଡ ସେମିଫାଇନାଲରେ ଗୋଟିଏ ଓଭରରେ ଗୋଟାଏ ବ୍ୟାଟ୍ସମ୍ୟାନକୁ ଅମ୍ପାୟାର୍ ଦେଲେ ଦୁଇ ଦୁଇଥର ଆଉଟ୍ ।

0

Get real time updates directly on you device, subscribe now.

ସିଡନି କ୍ରିକେଟ ଗ୍ରାଉଣ୍ଡଠାରେ ଚାଲିଥିବା ଟି-୨୦ ବିଶ୍ବକପ୍ ପ୍ରଥମ ସେମିଫାଇନାଲ ମ୍ୟାଚରେ ପାକିସ୍ତାନ ୭ ୱିିକେଟରେ ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୫୨ ରନ କରିଥିଲା ।

ଫାଇନାଲକୁ ପ୍ରବେଶ କରିବାକୁ ୧୫୩ ରନ୍‌ର ବିଜୟ ଲକ୍ଷ୍ୟନେଇ ପଡିଆକୁ ଓହ୍ଲାଇଥିଲା । ଆଉ ଟି -୨୦ ବିଶ୍ୱକପ ୨୦୨୨ର ପ୍ରଥମ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଏବଂ ପାକିସ୍ତାନ ମଧ୍ୟରେ କଡା ଟକ୍କର ହୋଇଥିଲା । ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଫାଇନାଲ୍‌ରେ ସ୍ଥାନ ନିଶ୍ଚିତ କରିବାକୁ ଦୁଇ ଦଳ ମଧ୍ୟରେ ଉତ୍ତାପ ପରିବେଶ ଦେଖିବାକୁ ମିଳିଥିଲା ।

କିୱି ଅଧିନାୟକ କେନ୍ ୱିଲିୟମସନ ମଧ୍ୟ ଏହି ମ୍ୟାଚରେ ରାଗି ଯାଇଥିଲେ । ମ୍ୟାଚ୍ ସମୟରେ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ​​ଯେଉଁଥିପାଇଁ ସବୁବେଳେ ଶାନ୍ତ ଥିବା କେନ୍ ନିଜର ଶାନ୍ତପଣକୁ ହରାଇଥିଲେ । ବର୍ତ୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବାସ୍ତବରେ ଏହି ଘଟଣା ନ୍ୟୁଜିଲ୍ୟାଣ୍ଡ ଇନିଂସର ଚତୁର୍ଥ ଓଭରରେ ଘଟିଥିଲା । ଏହି ଓଭରରେ ଦ୍ରୁତ ବୋଲର ହରିସ୍ ରାଉଫ ବୋଲିଂ କରିବାକୁ ଆସିଥିଲେ । ଓଭରର ଦ୍ୱିତୀୟ ବଲରେ ହାରିସ୍ ରନ୍ ଶେଷ କରିବା ମାତ୍ରେ କେନ୍ ୱିଲିୟମ୍ସନ୍ ତାଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

କିଛି ସମୟ ପରେ ଏହା ଜଣାପଡିଲା ଯେ ସେ ସାଇଟ୍ ସ୍କ୍ରିନରେ ଘଟିଥିବା ଘଟଣାକୁ ନେଇ କେନ୍ ଅସନ୍ତୁଷ୍ଟ ହୋଇଥିଲେ । ତେବେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୫୨ ରନ କରିଥିଲା ।

ଦଳ ଆରମ୍ଭରୁ ଫିନ ଆଲେନଙ୍କ ଓ୍ବିକେଟ୍ ହରାଇଥିଲେ ବି ଡେଭନ କନଓ୍ବେ ଓ ଅଧିନାୟକ କେନ ଓ୍ବିଲିୟମସନ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍ଥିତିକୁ ସୁଧାରିଥିଲେ ।

ଦଳ ପକ୍ଷରୁ ଡେରିଲ ମିଚେଲ ସର୍ବାଧିକ ୫୩ ରନ (ଅପରାଜିତ) କରିଥିବାବେଳେ କେନ ଓ୍ବିଲିୟମସନ ୪୬ ରନ ଓ ଡେଭନ କନଓ୍ବେ ୨୧ ରନ କରିଥିଲେ । ସେହିପରି ଜେମ୍ସ ନିସାମ ୧୬ରନ କରି ଅପରାଜିତ ଥିଲେ ।ପାକିସ୍ତାନ ପକ୍ଷରୁ ସାହିନ ଆଫ୍ରିଦି ୨ଟି ଓ୍ବିକେଟ ନେଇଥିବାବେଳେ ମହମ୍ମଦ ନଓ୍ବାଜ୍ ଗୋଟିଏ ଓ୍ବିକେଟ ନେଇଥିଲେ ।

Leave A Reply

Your email address will not be published.