ଧାମନଗରରେ ବୁଲି ବୁଲି ପ୍ରଚାର କରୁଛ, ଆଉ ଏପଟେ କୋର୍ଟରେ ପଡ଼ିଛି ଖୋଜା

0

Get real time updates directly on you device, subscribe now.

ବର୍ଷା ତୁମେ କଣ ଚାହୁଁଛ ? ଧାମନଗରରେ ବୁଲି ବୁଲି ପ୍ରଚାର କରୁଛ, କିନ୍ତୁ ଶୁଣାଣି ବେଳେ କୋର୍ଟକୁ ଆସୁନ । ବର୍ତ୍ତମାନ ଏପରି କିଛି ଚର୍ଚ୍ଚା ହେଉଛି । ବର୍ଷା ଯେଉଁ ସତ୍ୟପାଠ ଦାଖଲ କରିଥିଲେ, ଏଥିରେ ସେ କୋର୍ଟକୁ ପ୍ରତ୍ୟେକ ଶୁଣାଣିରେ ସହଯୋଗ କରିବେ ବୋଲି କହିଥିଲେ । କିନ୍ତୁ ପୂର୍ବଥର ଭଳି ଏଥର ବି ବର୍ଷା ଆସିଲେନି । ଏଥର ବି କୁଆଡେ ବର୍ଷା ଠକି ଦେଲେ ।

ବର୍ଷା ଧାମନଗରରେ ପ୍ରଚାର କଲେ ଆଉ ସେହି ସମୟରେ ଅନୁଭବ କୋର୍ଟରେ ହାଜର ହେଲେ, କିନ୍ତୁ ବର୍ଷା ସହଯୋଗ କଲେନି । ବର୍ଷା ଯେଉଁ ସତ୍ୟପାଠ ଦାଖଲ କରିଥିଲେ, ତାହାର ସେ ମହତ୍ତ୍ଵ ରଖିଲେ ନାହିଁ । ଆବଶ୍ୟକତା ଅନୁଯାୟୀ କୋର୍ଟରେ ରହିବେ ବୋଲି କହିଥିଲେ, କିନ୍ତୁ ପହଞ୍ଚିଲେ ନାହିଁ । କୁଆଡେ ବର୍ଷା ଜାଣିଶୁଣି ମାମଲାର ଶୁଣାଣିକୁ ଅଯଥାରେ ବିଳମ୍ବ କରୁଛନ୍ତି ।

ଏଠାରେ କହିରଖୁଛୁ ଯେ ବର୍ଷା ଏକ ନିର୍ବାଚନୀ ରାଲିରେ ଯୋଗଦେବାକୁ ଯାଇ କୋର୍ଟ କାର୍ଯ୍ୟକୁ ପଛକୁ ପକାଇଛନ୍ତି । ପାରିବାରିକ ଅଦାଲତରେ ଚାଲିଥିବା ନିଜ ବିବାହ ବିଚ୍ଛେଦ ମାମଲାର ଶୁଣାଣୀ ବେଳେ ଅନୁଭବଙ୍କ ପକ୍ଷରୁ ଏକ ପିଟିସନ ଦାଖଲ କରାଯାଇ ବର୍ଷାଙ୍କ ବିରୋଧରେ ଏଭଳି ଅଭିଯୋଗ କରାଯାଇଛି ।

ବର୍ଷା ନିଜ ପ୍ରତିଶ୍ରୁତିକୁ ନ ରଖିବା ଏବଂ ଅଦାଲତର ଆଦେଶକୁ ଉଲଂଘନ କରିବା ଅଭିଯୋଗରେ ତାଙ୍କ ଉପରେ ଜୋରିମାନା ଲାଗୁ କରିବାପାଇଁ ଅଦାଲତ ନିର୍ଦ୍ଦେଶ ଦେବାକୁ ଅନୁଭବଙ୍କ ପକ୍ଷରୁ ଦାୟର ପ୍ରାର୍ଥନା କରାଯାଇଛି । ଆଉ ଏହା ସହିତ ବର୍ଷାଙ୍କ ପକ୍ଷରୁ ଦାଖଲ ହୋଇଥିବା ଅତିରିକ୍ତ ଡକ୍ୟୁମେଣ୍ଟକୁ ଗ୍ରହଣ ନ କରିବା ସପକ୍ଷରେ ଅନୁଭବଙ୍କ ପକ୍ଷରୁ ତାଙ୍କ ଓକିଲ ଯୁକ୍ତି ବାଢ଼ିଛନ୍ତି ।

ଆଉ ସେପଟେ ବର୍ଷା ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲା 2021 ରୁ କରିବାର ଅଦାଲତରେ ଚାଲିଛି । ସେତେବେଳେ ବର୍ଷା ଚାହିଁଥିଲେ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଦାଖଲ କରିପାରିଥାଆନ୍ତେ । କିନ୍ତୁ ସେତେବେଳେ ଡକ୍ୟୁମେଣ୍ଟକୁ ଦାଖଲ ନ କରି ଏବେ ଦାଖଲ କରିବା ଆଇନ୍ ଅନୁଯାୟୀ ଗ୍ରହଣୀୟ ନୁହେଁ । ଯାହାକୁ ନେଇ ଅନୁଭବଙ୍କ ଓକିଲ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଆଉ ଏହା ସହ ଅଦାଲତ ଏହି ମାମଲାର ମଧ୍ୟ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ।

Leave A Reply

Your email address will not be published.