ଘରେ ଏତିକି ସୁନାରୁ ଅଧିକ ରଖୁଥିଲେ ହୋଇଯାନ୍ତୁ ସାବଧାନ

0

Get real time updates directly on you device, subscribe now.

ଆପଣ ନିଜ ଘରେ କେତେ ସୁନା ରଖିଛନ୍ତି ? ଯଦି ଏତିକି ପରିମାଣରୁ ଆପଣ ଅଧିକ ସୁନା ରଖିଥିବେ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । ଆପଣ ଭାବୁଥିବେ ଯେ ଇଏ ପୁଣି କେଉଁ ନୂଆଁ ନିୟମ ? ଆଜ୍ଞା ହଁ, ଏଣିକି ନିର୍ଦ୍ଦିଷ୍ଟ ପରିମାଣରୁ ଅଧିକ ସୁନା ଘରେ ରଖିଲେ ଦଣ୍ଡ ମିଳିବ । ଆପଣ ଜାଣିଛନ୍ତି କି ଘରେ ଅଧିକ ସୁନା ରଖିବା ଏକ ଦଣ୍ଡନୀୟ ଅପରାଧ ଅଟେ । ଆଇନ ଅନୁଯାୟୀ ଆପଣ ନିଜ ଘରେ ଅଧିକ ସୁନା ରଖି ପାରିବେନି । ଆଉ ଯଦି ରଖିବେ, ତେବେ ପ୍ରଶାସନ ଠାରୁ ଅନୁମତି ନେବାକୁ ପଡ଼ିବ । ତେବେ ଚାଲନ୍ତୁ ଜାଣିବା କଣ ରହିଛି ପୁରା ନିୟମ ।

ସିବିଡିଟି ବା ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ ପକ୍ଷରୁ ଏହି ନିୟମ ରହିଛି । କିଏ କେତେ ପରିମାଣର ସୁନା ନିଜ ଘରେ ରଖିପାରିବ ? କାରଣ ଅନେକ ଲୋକ ଅଛନ୍ତି ଯେଉଁମାନେ ଟ୍ୟାକ୍ସ ଫାଙ୍କିବା କିମ୍ବା ନିଜ ରୋଜଗାର ଲୁଚାଇବା ପାଇଁ ସୁନା କିଣି ଘରେ ରଖୁଛନ୍ତି । ତେବେ ଏହି ସବୁକୁ ରୋକିବା ପାଇଁ ସିବିଡିଟି ପକ୍ଷରୁ ନିୟମ କରାଯାଇଛି ।

ନିୟମ ଅନୁଯାୟୀ, ଜଣେ ବିବାହିତ ମହିଳା ନିଜ ପାଖରେ 500 ଗ୍ରାମ ସୁନା ରଖିପାରିବେ । ଯଦି ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ପକ୍ଷରୁ ରେଡ କରାଯାଏ, ତେବେ ଏହି 500 ଗ୍ରାମ ସୁନାକୁ ଜବତ କରାଯିବ ନାହିଁ । ଠିକ୍ ସେହିପରି ଜଣେ ଅବିବାହିତ ମହିଳା ନିଜ ପାଖରେ 250 ଗ୍ରାମ ସୁନା ରଖିବାର ନିୟମ ରହିଛି । ତେବେ ପରିବାରର ପୁରୁଷ ଲୋକ ସେମାନେ ନିଜ ପାଖରେ ମୋଟ 100 ଗ୍ରାମ ସୁନା ରଖିପାରିବେ । ଏତିକି ଥିଲେ ତାଙ୍କୁ ରେଡରେ ଧରାଯିବ ନାହିଁ ।

ଯଦି ଆପଣ ନିଜ ଘରେ ଅଧିକ ସୁନା ରଖୁଛନ୍ତି, ତେବେ ସେଥିପାଇଁ ଆପଣଙ୍କୁ ଅଧିକ କଇଫତ ଦେବାକୁ ପଡ଼ିବ । ନଚେତ୍ ଆପଣଙ୍କ ଅଳଙ୍କାରକୁ ଫ୍ରିଜ୍ କରାଯାଇପାରେ । ଅନ୍ୟପକ୍ଷରେ ସୁନା କିଣିବା ପଛରେ ଏହି ଟଙ୍କା କୋଉଠୁ ଆଣିଲେ ଏବଂ ରୋଜଗାରର ଆଧାର କଣ, ଟ୍ୟାକ୍ସ ସଠିକ୍ ଦିଆଯାଇଛି କି ନାହିଁ ସେଥିପାଇଁ ମଧ୍ୟ ଗୁରୁତ୍ଵ ଦେବାକୁ ପଡ଼ିବ । ନଚେତ୍ ସୁନା ରଖିଥିବା ଲୋକ ହଇରାଣରେ ପଡ଼ିବେ । ସେମାନଙ୍କ ବିରୋଧରେ ପ୍ରଶାସନ ତରଫରୁ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ରହିଛି ।

ଆପଣଙ୍କ ପାଖରେ ଯଦି ଅଧିକ ସୁନା ଅଛି ତେବେ ତାକୁ ଆପଣ ସୁରକ୍ଷା ଦୃଷ୍ଟିରେ ବ୍ୟାଙ୍କରେ ରଖିପାରିବେ । ସୁନା କିଣିବା ବେଳେ ଆପଣ ଟ୍ୟାକ୍ସରୁ କିଛି ଅଂଶ ବର୍ତ୍ତି ପାରନ୍ତି, କିନ୍ତୁ ଯଦି ଆପଣ ତିନି ବର୍ଷରୁ ଅଧିକ ସମୟ ପରେ ବିକ୍ରି କରନ୍ତି, ତେବେ ବିକ୍ରି ମୂଲ୍ୟରେ ଆପଣଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିବ । ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ସ୍ଲାବ ଅନୁସାରେ ଆପଣଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିବ । ଯଦି ଆପଣ ଅଧିକ ସୁନା ରଖୁଛନ୍ତି ତେବେ ସତର୍କ ହୁଅନ୍ତୁ, ନଚେତ୍ ଆପଣଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇପାରେ ।

Leave A Reply

Your email address will not be published.