ଖାଦ୍ୟ ସାମଗ୍ରୀର ମୂଲ୍ୟବୃଦ୍ଧିକୁ ସ୍ଥିର ରଖିବା ଲାଗି ଭାରତ ସରକାର ନିରନ୍ତର ଅନୁଧ୍ୟାନ ସହିତ ବିଭିନ୍ନ ନୀତିଗତ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି କାରଣରୁ ଦେଶରେ ପିଆଜ ଓ ଡାଲି ଦର ସ୍ଥିର ରହିଛି । କେନ୍ଦ୍ର ସରକାର ଲଗାତାର ଭାବେ ଆମଦାନୀକାରୀ, ଗବେଷଣା ଏଜେନ୍ସି, ବ୍ୟବସାୟିକ ସଂଗଠନ ଆଦି ସହ ଆଲୋଚନା ଜରିଆରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଉତ୍ପାଦନ, ଆମଦାନୀ, ରପ୍ତାନି ଏବଂ ଉପଲବ୍ଧତା ଉପରେ ଦୃଷ୍ଟି ରଖି ଆସିଛନ୍ତି ।ଗୁରୁବାର ଦିନ ନୂଆଦିଲ୍ଲୀ ଠାରେ ଗଣମାଧ୍ୟମକୁ ସମ୍ବୋଧିତ କରି କେନ୍ଦ୍ର ଉପଭୋକ୍ତା ବ୍ୟାପାର ବିଭାଗ ସଚିବ ଶ୍ରୀ ରୋହିତ କୁମାର ସିଂ ଏହା କହିଛନ୍ତି ।
ଅତ୍ୟାବଶ୍ୟକ ସାମଗ୍ରୀର ଉତ୍ପାଦନ, ଆମଦାନୀ, ରପ୍ତାନି ଏବଂ ଉପଲବ୍ଧତା ଉପରେ କେନ୍ଦ୍ର ସରକାର ତୀକ୍ଷ୍ଣ ଦୃଷ୍ଟି ରଖି ଆସିଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀର ଉତ୍ପାଦନ, ଆମଦାନୀ, ରପ୍ତାନି ଏବଂ ଉପଲବ୍ଧତା ଉପରେ କେନ୍ଦ୍ର ସରକାର ତୀକ୍ଷ୍ଣ ଦୃଷ୍ଟି ରଖି ଆସିଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ଲାଗି ଗଠିତ ଆନ୍ତଃ ମନ୍ତ୍ରଣାଳୟ ସମିତି ଏବଂ ସଚିବମାନଙ୍କର ସମିତି ନିୟମିତ ଦର ସମୀକ୍ଷା କରିବା ସହିତ ଆବଶ୍ୟକ ପଦକ୍ଷେପ ଏବଂ ନୀତିଗତ ହସ୍ତକ୍ଷେପ ପାଇଁ ସୁପାରିସ କରୁଛନ୍ତି ।
ତେଣୁକରି ଦରଦାମ୍ର ନିରନ୍ତର ଅନୁଧ୍ୟାନ ଓ ନୀତିଗତ ନିର୍ଣ୍ଣୟ ଯୋଗୁ ଦେଶରେ ଡାଲି ଓ ପିଆଜ ଦର ସ୍ଥିର ହୋଇଛି ବୋଲି କେନ୍ଦ୍ର ଉପଭୋକ୍ତା ବ୍ୟାପାର ସଚିବ ରୋହିତ କୁମାର ସିଂହ କହିଛନ୍ତି । ସରକାରଙ୍କ ଭଣ୍ଡାରରେ ଏବେ ୪୩.୮୨ ଲ୪ ଟନ୍ ଡାଲି ରହିଛି। ସେଥିରୁ ବିଭିନ୍ନ ଯୋଜନା ଲାଗି କିଲୋ ପିଛା ୮ ଟଙ୍କା ରିହାତିରେ ଚଣା ଆବଣ୍ଟନ କରାଯାଉଛି । ଆମଦାନି କରାଯାଇଥିବା ୧ ଲକ୍ଷ ଟନ୍ ହରଡ଼ ଓ ୫୦ ହଜାର ଟନ୍ ବିରି ସଂଗ୍ରହ ଆରମ୍ଭ ହୋଇଛି । ପିଆଜର ଖୁଚୁରା ଦରକୁ ସ୍ଥିର ରଖିବା ଲାଗି ୨.୫ ଲକ୍ଷ ଟନ୍ ପିଆଜ ଗଚ୍ଛିତ ରଖାଯାଇଛି ।
ବର୍ତ୍ତମାନ ସୁଦ୍ଧା ୧୪ଟି ରାଜ୍ୟକୁ ୫୦ ହଜାର ଟନ୍ ପିଆଜ ଦିଆଯାଇଛି ।ଏଥି ସହିତ ଏହି ଭଣ୍ଡାରରୁ କ୍ବିଣ୍ଟାଲ ପିଛା ୫୦୦ ଟଙ୍କାରେ ପିଆଜ ନେବା ଲାଗି ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ବ୍ୟବସାୟୀମାନଙ୍କୁ କୁହାଯାଇଛି । ଗତବର୍ଷ ତୁଳନାରେ ପିଆଜ ଦାମ୍ ୨୮% ହ୍ରାସ ପାଇଛି । ସରକାର ଡାଲି, ଖାଇବା ତେଲ, ପନିପରିବା ଭଳି ୨୨ ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଉପରେ ନଜର ରଖିଛନ୍ତି ।