Google Payର ଦୀପାବଳି ଉପହାର! ମିଳିବ ଆକର୍ଷଣୀୟ ପୁରସ୍କାର ଓ କ୍ୟାସବ୍ୟାକ୍

0

Get real time updates directly on you device, subscribe now.

ବନ୍ଧୁଗଣ ଆଜି ଆମେ UPI-ବେସ୍‌ଡ ପେମେଣ୍ଟ ଆପ୍‌ ଉପରେ ଆସିଥିବା ଅଫର୍ ବିଷୟରେ କଥା ହବା। ଯେଉଁ ମାନେ UPI-ବେସ୍‌ଡ ପେମେଣ୍ଟ ଆପ୍‌ ବ୍ୟବହାର କରୁଛନ୍ତି ସେମାନେ Google Pay ଲୋକପ୍ରିୟ କୁ ଭୁଲିଯିବେ କେମିତି। ପ୍ରତିଟି UPI-ବେସ୍‌ଡ ପେମେଣ୍ଟ ଆପ୍‌ ବ୍ୟବହାର କରୁଥିବା ଲୋକ Google Pay ଲୋକପ୍ରିୟ କୁ ଜାଣିଥିବେ। ଏବଂ ସବୁଠାରୁ ବଡ କଥା ହେଉଛି ବହୁତ୍ ଲୋକ ଏଇଥିରୁ ଅନେକ ଟଙ୍କା ଗିଫ୍ଟ ଆକାରରେ ପାଇଥିବେ।ସେଇଭଳି ଏବେ ମଧ୍ୟ ଗୋଟେ ଅଫର୍ ଆସିଛି ଯାହା ଗ୍ରାହକ ମାନଙ୍କୁ ବହୁତ୍ ପସନ୍ଦ ଆସିଛି।

ଏହି UPI-ବେସ୍‌ଡ ପେମେଣ୍ଟ ଆପ୍‌ ବ୍ୟବହାର କରିବା ଦ୍ବାରା, କମ୍ପାନୀ ୟୁଜରମାନଙ୍କୁ ପେମେଣ୍ଟ କରିବା ପରେ କେତେକ ରିଓ୍ଵାର୍ଡସ୍‌ ମଧ୍ୟ ଦେଇଥାଏ। ଏବେ Google Pay ଦିଓ୍ଵାଲି ଅଫର୍‌ ଘୋଷଣା କରିଛି। କମ୍ପାନୀ ଏ ନେଇ ଟ୍ଵିଟ୍‌ କରି ସୂଚନା ଦେଇଛି। Google India ଗେମ୍‌ର ଓ୍ଵିନରଙ୍କୁ ୨୦୦ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଦେବ। ଏହି ଗେମ୍‌କୁ ଖେଳିବାର ତରିକା ମଧ୍ୟ କମ୍ପାନୀ କହିଛି। ଏହାକୁ ଖେଳିବା ବହୁତ ସହଜ। Google Indiaର ଏହି ଗେମ୍‌କୁ ପେ ଏବଂ ସର୍ଚ୍ଚ ଜରିଆରେ ଖେଳା ଯାଇପାରିବ

କମ୍ପାନୀ ଟ୍ଵିଟରରେ କହିଛି କି, ଏହି ଗେମ୍‌କୁ ଖେଳିବା ଏବଂ ପୁରସ୍କାର ଜିତିବା ପାଇଁ Google Pay ୟୁଜର୍ସଙ୍କୁ ଆପ୍‌ରେ Indi-Home ଚାଟ୍‌ ହେଡ୍‌ ଓପନ୍‌ କରି କନ୍‌ଟେଷ୍ଟରେ ଏଣ୍ଟର କରିବାକୁ ହେବ। ଏହାର ପ୍ରତ୍ୟେକ ଷ୍ଟେପ୍‌ରେ ୟୁଜରଙ୍କୁ ରିଓ୍ଵାର୍ଡ ଦିଆଯିବ। ଫ୍ଲୋର ବନାଇବା ପାଇଁ ଆପଣଙ୍କୁ ନିଜ କନ୍‌ଟାକ୍ଟକୁ ପେମେଣ୍ଟ କରିବାକୁ ହେବ। ଏହା ବ୍ୟତୀତ ଆପଣଙ୍କୁ QR କୋଡ୍‌ ସ୍କାନ କରି ମଧ୍ୟ ପେ’ କରିବାକୁ ହେବ କିମ୍ବା ଗୁଗଲ ପେ’ରୁ ବିଲ୍‌ ପେ’ କରିବାକୁ ପଡ଼ିବ। ୨୭ ଅକ୍ଟୋବର ପର୍ଯ୍ୟନ୍ତ ଆପଣଙ୍କୁ ସବୁଠାରୁ ଲମ୍ବା ଦିଓ୍ଵାଲି ମେଳା ବନାଇବାକୁ ହେବ।Google Pay ଆପ୍‌ରେ ହିଁ ଆପଣଙ୍କୁ Indi-Home ସ୍କି୍ରନ୍‌ ଦେଖାଯିବ। Indi-Home ଅଫର୍‌ ୨୭ ଅକ୍ଟୋବରରେ ହିଁ ଶେଷ ହୋଇଯିବ। ଗୁଗଲ ଇଣ୍ଡିଆ ଏହା ମଧ୍ୟ କହିଛି କି, ଟପ୍‌ ୫ ଲକ୍ଷ ଟିମ୍‌ ୨୦୦ ଟଙ୍କା ପର୍ଯ୍ୟନ୍ତ ପ୍ରାଇଜ୍‌ ମନି ଜିତି ପାରିବେ

ସର୍ବାଧିକ ପୁରସ୍କାର ରାଶି ୨୦୦ ଟଙ୍କା ରହିଛି ଏବଂ ବିନା ଟିମ୍‌ରେ ଆପଣ ପୁରସ୍କାର ଜିତି ପାରିବେ ନାହିଁ।ଯେତେବେଳେ ଆପଣ ସାଙ୍ଗକୁ Google Payରୁ ପେ କରିବେ, ତ ଆପଣଙ୍କୁ ୩୦ ଟଙ୍କାର କ୍ୟାସ୍‌ବ୍ୟାକ ମିଳିବ। ଏଥି ସହିତ QR କୋଡ୍‌ ସ୍କାନ ଦ୍ୱାରା ପେମେଣ୍ଟ କରିବା ଉପରେ ମଧ୍ୟ ୩୦ ଟଙ୍କା ଜିତାଯାଇ ପାରିବ। ଏହା ବ୍ୟତୀତ ଦ୍ୱିତୀୟ ଆକ୍ଟିଭିଟି କରି ବି ଆପଣ କ୍ୟାସ୍‌ବ୍ୟାକ ଜିତି ପାରିବେ। ପ୍ରତିଯୋଗିତା ୪ ରାଉଣ୍ଡର ହେବ। ଯେମିତି ଯେମିତି ରାଉଣ୍ଡ ବଢ଼ିବ, ସମସ୍ୟା ବଢ଼ି ଚାଲିବ।ପ୍ରଥମ ରାଉଣ୍ଡରେ ଆପଣଙ୍କ ଟିମ୍‌ ୫୦ ଟଙ୍କା ଜିତିପାରେ, ଯେତେବେଳେ କି, ଟପ୍‌ ରାଉଣ୍ଡରେ ପୁରସ୍କାର ରାଶି ୨୦୦ ଟଙ୍କା ରଖାଯାଇଛି। Google Pay କ୍ୟାସ୍‌ବ୍ୟାକ ଗ୍ୟାରେଣ୍ଟିକୁ ନେଇ କିଛି ବି କହିନାହିଁ। ଏହି ଖେଳକୁ ଗ୍ରାହକ ମାନେ ବହୁତ ଆଗ୍ରହ ର ସହିତ ଖେଳୁଛନ୍ତି।

Leave A Reply

Your email address will not be published.