ସହରାଞ୍ଚଳର ଗରିବଙ୍କୁ ଜାଗା ସହ ଘର କରିବାକୁ ମିଳିବ ୨ ଲକ୍ଷ ଟଙ୍କା

0

Get real time updates directly on you device, subscribe now.

ସହରାଞ୍ଚଳ ଭୂମିହୀନ ଆର୍ଥିକ ଅନଗ୍ରସରଙ୍କୁ ରାଜ୍ୟ ସରକାରଙ୍କ ଆଶୀର୍ବାଦ । ଏକସାଙ୍ଗେ ଜଣେ ହିତାଧିକାରୀଙ୍କୁ ମାଗଣା ଜମି ଅଧିକାର ସହିତ ଘର ନିର୍ମାଣ ପାଇଁ ମିଳିବ ଆର୍ଥିକ ସହାୟତା । ଭୂମିହିନଙ୍କୁ ଓଡ଼ିଶାରେ ମିଳିବାକୁ ଯାଉଛି ପକ୍କାଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଭୂମିହିନଙ୍କ ପାଇଁ ଘର ଓଡିଶା ହେଉଛି ଦେଶର ପ୍ରଥମ ରାଜ୍ୟ ଯିଏକି ଭୂମିହିନ ବସ୍ତି ବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଜାଗା ଯୋଗାନ୍ତକାରି ମିଶନ ପ୍ରବନ୍ଧ କରିଛି ତେବେ ଆସନ୍ତୁ ଏହାକୁ ନେଇ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ ଜାଣିବା।

ରାଜ୍ୟ ସରକାରଙ୍କ ନୀତି ଅନୁଯାୟୀ ୬ ଟି ପର୍ଯ୍ୟାୟରେ ସଂରକ୍ଷଣ କରାଯିବା ପରେ ଭୂମିହିନ ବସ୍ତି ବାସିନ୍ଦାଙ୍କୁ ଜାଗା ମିଶନରେ ଜମି ଯୋଗାଇ ଦିଆଯିବ ଏହାପରେ ଉକ୍ତ ସରକାରୀ ଜମିରେ ଆବାସ ଯୋଜନାରେ ବାସଗୃହ ନିର୍ମାଣକୁ ଅନୁମୋଦନ ମିଳୁଛି ଓଡ଼ିଶା ସରକାରଙ୍କ ଏହି ଯୋଜନା ଆଉ ତାହାର କାର୍ଯ୍ୟନୁଷ୍ଠାନ କାରିତାକୁ ଭାରତ ସରକାରଙ୍କ ସହିତ ଅନ୍ୟାନ୍ୟ ରାଜ୍ୟ ଉଚ୍ଚ ପ୍ରଶଂସା ମଧ୍ୟ କରିଛନ୍ତି |ଗୁଜୁରାଟର ରଜକୋଟ ଠାରେ ଆସନ୍ତା ୧୭ ରୁ ୧୯ ତାରିଖ ମଧ୍ୟରେ କେନ୍ଦ୍ରନଗର ବା ତାର ମନ୍ତ୍ରାଳୟ ପକ୍ଷରୁ ଆୟୋଜନ ହେବାକୁ ଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ତାର ନୀତି ଲାଗି ପୁରସ୍କୃତ କରିବେ ବୋଲି ତାର ମନ୍ତ୍ରାଳୟ ପକ୍ଷରୁ ପତ୍ର ଲେଖି ଅବଗତ କରିଛନ୍ତି।

ସହରାଞ୍ଚଳରେ ବସ୍ତିବାସିନ୍ଦା କିମ୍ବା ସରକାରୀ ଜମିରେ ରହିଥିବା ଆର୍ଥିକ ଅନଗ୍ରସର ଯେଉଁମାନଙ୍କର ବାର୍ଷିକ ଆୟ ୧ ଲକ୍ଷ ୮୦ ହଜାର ଟଙ୍କା ଭିତରେ ସୀମିତ ସେହିମାନେ ହିଁ ଏହାର ହିତାଧିକାରୀ ଭାବେ ଚିହ୍ନଟ ହୋଇଛନ୍ତି ।ଏହି ଜଜନା ପାଇଁ ବହୁତ ଲୋକ ସାହାଯ୍ୟ ପାଇଯିବେ ଆଉ ତାଙ୍କୁ ଟିକେ ଶାନ୍ତି ରେ ବଂଚିବା ପାଇଁ ଗୋଟେ ସୁଜଗ ମିଳିଯିବ ।ଚିହ୍ଟଟ ହୋଇଛନ୍ତି ୧ ଲକ୍ଷ ୭୨ ହଜାର ୬୫୬ ପରିବାର । ଆପତ୍ତିବିହୀନ ଜମି ଦଖଲରେ ଥିବା ବସ୍ତିବାସିନ୍ଦାଙ୍କୁ ଜଣକ ପିଛା ୩୦ ବର୍ଗ ମିଟର ଜମି ପାଇଁ ମାଗଣା ଜମି ଅଧିକାର ପ୍ରମାଣପତ୍ର ବା ଲ୍ୟାଣ୍ଡ୍ ରାଇଟ୍ସ ସାର୍ଟିଫିକେଟ୍ ପ୍ରଦାନ କରାଯାଉଛି ।

ଏବେ ସୁଦ୍ଧା ୮୦ ହଜାର ୫୫୫ ଜଣ ହିତାଧିକାରୀଙ୍କୁ ସ୍ଥିତାବସ୍ଥା ଜମି ପଟ୍ଟା ପ୍ରଦାନ କରାଗଲାଣି ।ଧାମନଗର ବିଜ୍ଞପିତ ପରିଷଦର ବାଇନ ଜେନା, ଗଜପତି କାଶୀନଗର ବିଜ୍ଞପିତ ପରିଷଦର ପୋଲାକି ସଞ୍ଜୀବ ରାଓ ଏବଂ ଚୌଦ୍ବାର ମ୍ୟୁନିସିପାଲିଟିର ବାବନ ଖିଲାରଙ୍କୁ ଉତ୍ତମ ଗୃହ ନିର୍ମାଣ ପାଇଁ ପୁରସ୍କୃତ କରିବେ ପ୍ରଧାନମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ଏହି ପୁରସ୍କାର ଜିଲ୍ଲା ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଉତ୍ସାହିତ କରିବ ।ଏହି ସବୁ କାମ ପାଇଁ ଲୋକ ମାନେ ବହୁତ ଲାଭ ବାନ ହେବେ ଲୋକ ମାନେ ଆଉ ସେମାନେ ଏବେ ଏହି ଖବର କୁ ଶୁଣି ବହୁତ ଖୁସି ମଧ୍ୟ ହୋଉଛନ୍ତି ।ଏମିତି ସାହାଯ୍ୟ କଲେ ସରକାର ଙ୍କୁ ଉପରେ ଲୋକ ମାନେ ଖୁସି ହୁଅନ୍ତି ।

Leave A Reply

Your email address will not be published.