Team India T20 World Cup 2022: ଖେଳାଳୀ କମ୍, ସପୋର୍ଟ ଷ୍ଟାଫ୍ ଅଧିକ…, ଟି-20 ୱାର୍ଲ୍ଡ କପ୍ ପାଇଁ ଭାରତୀୟ ଟିମରେ ଦେଖାଗଲା ଗଡବଡ

0

Get real time updates directly on you device, subscribe now.

Team India T20 World Cup 2022: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ୍ ଟିମ ଅଷ୍ଟ୍ରେଲିଆ ଯାଇଛନ୍ତି । ଏଠାରେ ଟିମ ଇଣ୍ଡିଆକୁ ଟି -20 ୱାର୍ଲ୍ଡ କପ୍ 2022 ଖେଳିବାର ଅଛି । ଏହା ପୁର୍ବରୁ ଟିମକୁ 4ଟି ପ୍ରାକଟିସ ମ୍ୟାଚ୍ ମଧ୍ୟ ଖେଳିବାର ଅଛି । BCCI ଟିମ୍ ଇଣ୍ଡିଆର ଗୋଟିଏ ଫଟୋ ମଧ୍ୟ ସେୟାର କରିଛି । ଏଥିରେ ସବୁ ଖେଳାଳି, କୋଚ ଏବଂ ଷ୍ଟାଫ୍ ସୁଟ ବୁଟରେ ଦେଖାଯାଇଛନ୍ତି । BCCI କ୍ୟାପସନରେ ଲେଖିଛି, ‘ ପିକ୍ଚର୍ ପରଫେକ୍ଟ । ଆମେ ଆସୁଛୁ ଟି -20 ୱାର୍ଲ୍ଡ କପ୍ ।’

ଫଟୋରେ ଦେଖାଗଲା କିଛି ଗଡବଡ :-

କିନ୍ତୁ ଏହି ଫଟୋରେ ପ୍ରଶଂସକମାନଙ୍କୁ କିଛି ଗଡବଡ ଦେଖାଯାଇଛି । BCCI ଯେଉଁ ଫଟୋ ସେୟାର କରିଛି, ସେଥିରେ ଗୋଟିଏ ଫଟୋ ନୋଟିସ କରାଯାଇଛି ଯେ ଏଥିରେ ଖେଳାଳି କମ୍ ଏବଂ ଷ୍ଟାଫ୍ ଲୋକ ଅଧିକ ଦେଖାଯାଉଛନ୍ତି । ଏହି ଫଟୋରେ କ୍ୟାପଟେନ ରୋହିତ ଶର୍ମା ସମେତ 14 ଜଣ ଖେଳାଳି ଦେଖାଯାଉଛନ୍ତି । ଯେତେବେଳେ କି ଷ୍ଟାଫରେ କୋଚ ରାହୁଲ୍ ଦ୍ରାବିଡ ସମେତ 16 ଜଣ ଲୋକ ଦେଖାଯାଉଛନ୍ତି ।

କୁହାଯାଉଛି ଯେ ଏଥର ଟି -20 ୱାର୍ଲ୍ଡ କପ୍ ପାଇଁ BCCI 15 ଜଣ ସଦସ୍ୟ ଭାରତୀୟ ଟିମ୍ ଘୋଷଣା କରିଛି । ଏହାସହିତ ଚାରିଜଣ ପ୍ଲେୟର୍ସଙ୍କୁ ଷ୍ଟାଣ୍ଡବାୟରେ ରଖାଯାଇଛି । କିନ୍ତୁ ଏହାମଧ୍ୟରେ ଅନୁଭିଜ୍ଞ ଦ୍ରୁତ ବୋଲର ଜସପ୍ରିତ ବୁମ୍ରା ପିଠିରେ ଆହତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯାଇଛନ୍ତି ।

କେଉଁଠି ଅଛନ୍ତି ସେହି ଚାରିଜଣ ଷ୍ଟାଣ୍ଡବାୟ ପ୍ଲେୟର୍ସ ?

ଏହି କାରଣରୁ ଫଟୋରେ କେବଳ 14 ଜଣ ଖେଳାଳି ଦେଖା ଯାଉଛନ୍ତି ଏବଂ ଏହି ଖେଳାଳୀମାନେ ଅଷ୍ଟ୍ରେଲିଆ ଯାଇଛନ୍ତି । ବୁମ୍ରାଙ୍କ ରିପ୍ଲେସମେଣ୍ଟ ବିଷୟରେ ବର୍ତ୍ତମାନ ସୁଦ୍ଧା ଘୋଷଣା କରାଯାଇ ନାହିଁ । ଯେତେବେଳେ କି ଷ୍ଟାଣ୍ଡବାୟ ପ୍ଲେୟର ଶ୍ରେୟସ ଅୟର, ଦୀପକ ଚାହର, ରବି ବିଷ୍ଣୋଇ ଏବଂ ମହମ୍ମଦ ସମି ଅଛନ୍ତି । ଏଥି ମଧ୍ୟରୁ ଶ୍ରେୟସ, ରବି ଏବଂ ଦୀପକ ସାଉଥ୍ ଆଫ୍ରିକା ବିପକ୍ଷରେ ୱାନଡେ ସିରିଜ୍ ଖେଳୁଛନ୍ତି ।

ଏହି ୱାନଡେ ସିରିଜ୍ ପରେ ହିଁ ତିନି ପ୍ଲେୟର ଅଷ୍ଟ୍ରେଲିଆ ଯିବେ । ଯେତେବେଳେ କି ମହମ୍ମଦ ସମୀ ନିକଟରେ କରୋନା ପଜିଟିଭ ଆସିଥିଲେ । ତେବେ ବର୍ତ୍ତମାନ ତାଙ୍କର ଟେଷ୍ଟ ନେଗେଟିଭ ଅଛି, କିନ୍ତୁ ସେ ରିହ୍ୟାବ ପାଇଁ ବେଙ୍ଗାଲୁରୁ ସ୍ଥିତ ନେସନାଲ କ୍ରିକେଟ ଏକାଡେମିରେ ଅଛନ୍ତି । ସମୀ ମଧ୍ୟ ପରେ ଅଷ୍ଟ୍ରେଲିଆ ଯାତ୍ରା କରିବେ ।

Leave A Reply

Your email address will not be published.