ପ୍ରଥମେ ମୋର ଇଜ୍ଜତ ନେଲା, ଆଉ ଏବେ କହୁଛି 10 ହଜାର ଟଙ୍କା ନେଇ ପଳା……..

0

Get real time updates directly on you device, subscribe now.

ଆଜିକାଲି ପ୍ରେମରେ ଧୋକା ମିଳିବାର ଅନେକ ମାମଲା ସାମ୍ନାକୁ ଆସୁଛି । ତେବେ ଏଠି କେତେବେଳେ ପୁଅ ଝିଅକୁ ଧୋକା ଦଉଛି ତ ଆଉ କିଛି ମାମଲାରେ ଝିଅ ପୁଅକୁ ଧୋକା ଦେଉଛି । ଏହି ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ବର୍ତ୍ତମାନ ଏପରି ଗୋଟିଏ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ନିର୍ବନ୍ଧ ସରିବା ପରେ ଯୁବକ ଯୁବତୀଙ୍କ ସହ ଶାରୀରିକ ସଂପର୍କ ରଖିଲେ, କିନ୍ତୁ ଏବେ ତାଙ୍କୁ ରଖିବାକୁ ମନା କରୁଛନ୍ତି ଆଉ ଧମକ ଦେଉଛନ୍ତି ।

ଏହି ମାମଲାଟି ରାୟଗଡ଼ା ଜିଲ୍ଲାର ଗୁଡ଼ା ଅଞ୍ଚଳର ଅଟେ । ଯୁବତୀ କହିବା ଅନୁଯାୟୀ, ତାଙ୍କର ସେହି ଯୁବକଙ୍କ ସହିତ ବିବାହ ଠିକ୍ ହୋଇଥିଲା । ଏହାପରେ ତାଙ୍କର ନିର୍ବନ୍ଧ ହୋଇଥିଲା । ସବୁକିଛି ଠିକ୍ ଚାଲିଥିଲା । କିନ୍ତୁ ନିର୍ବନ୍ଧ ପରେ ପରେ ଯୁବକ ଯୁବତୀଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ ଏବଂ ବାହାଘର ପୂର୍ବରୁ ଯୁବତୀଙ୍କ ସହ ବାରମ୍ବାର ଶାରୀରିକ ସଂପର୍କ ରଖିବାକୁ ଲାଗିଲେ ।

ଯୁବତୀ କହିଛନ୍ତି ଯେ ଯୁବକଙ୍କ ମାଙ୍କ ଉପସ୍ଥିତିରେ ତାଙ୍କ ନିର୍ବନ୍ଧ ହୋଇଥିଲା ଏବଂ ସେହି ଯୁବକ ମଧ୍ୟ ତାଙ୍କୁ ବିବାହ କରିବାକୁ ରାଜି ଥିଲେ । ଆଉ ଏବେ ଯୁବତୀଙ୍କ ସହ ରହି ଶାରୀରିକ ସମ୍ପର୍କ ରଖିବା ପରେ ଯୁବକ କହୁଛନ୍ତି ଯେ ମୁଁ ଆଉ ତତେ ରଖିବିନି କି ବାହାଘର ହେବିନି । ଏହାସହିତ ଯୁବକ ଜଣକ ଯୁବତୀଙ୍କୁ 10 ହଜାର ଟଙ୍କା ଦେଇ ତାଙ୍କ ପାଖରୁ ଚାଲିଯିବାକୁ ବାଧ୍ୟ କରୁଛନ୍ତି । ଏହାସହିତ ଧମକ ମଧ୍ୟ ଦେଉଛନ୍ତି ଯେ ଯଦି ତୁ ଯିବୁନି, ତାହେଲେ ତତେ ମୁଁ ଜୀବନରୁ ମାରିଦେବି ।

କିନ୍ତୁ ଯୁବତୀ ଏସବୁ ନେଇ ବହୁତ୍ ଅସନ୍ତୁଷ୍ଟ ଅଛନ୍ତି । ଯୁବତୀ କହିଛନ୍ତି, ” ସେ ମୋର ଇଜ୍ଜତ ମହତ ଲୁଟିଛନ୍ତି । ଏସବୁ ତାଙ୍କୁ କହିବାରୁ ସେ 10 ହଜାର ଟଙ୍କା ନେଇ ପଳା ବୋଲି କହିଛନ୍ତି । ସେ ମୋର ଇଜ୍ଜତ ସହ ଖେଳିଛି ଏବଂ ମୋ ଇଜ୍ଜ୍ଜତର ମୂଲ୍ୟକୁ ସେ 10 ହଜାର ଦେଇ ହିସାବ କରିଛି ।” ଯୁବତୀ କହିଛନ୍ତି ଯେ ସେ ମତେ ଆଉ ରଖିବେନି ବୋଲି କହିଛନ୍ତି, ଆଉ ଯଦି ମୁଁ ତାଙ୍କ ପାଖକୁ ଯାଏ ତେବେ ସେ ମାରି ଜୀବନରୁ ମାରି ଦେଇପାରନ୍ତି । ସେ କହିଛନ୍ତି ଯେ ମୁଁ ଏବେ ଆଇନର ଆଶ୍ରୟ ନେବି ଏବଂ ନ୍ୟାୟ ପାଇଁ ଦାବି କରିବି ।

Leave A Reply

Your email address will not be published.