ହରିୟାଣାର ଯମୁନାନଗରର ଦଶହରା ଗ୍ରାଉଣ୍ଡରେ ବୁଧବାର ରାତିରେ ଏକ ବଡ ଦୁର୍ଘଟଣା ଟଳି ଯାଇଛି|ଦଶହରା ଉତ୍ସବ ସମୟରେ ରାବଣର ପୁତୁଳା ସେହି ସମୟରେ ଲୋକଙ୍କ ଉପରେ ପଡ଼ିଲା ଯେତେବେଳେ ତାକୁ ଜଳା ଯାଉଥିଲା,ଫଳରେ ପଡ଼ିଆରେ ଲୋକଙ୍କ ଦୈଡାଦୈଡି ହୋଇଥିଲା|ଯାହାପରେ ପୋଲିସ ସ୍ଥିତି ସମ୍ଭାଳି ଗ୍ରାଉଣ୍ଡକୁ ଖାଲି କରିଥିଲେ|ଯମୁନାନଗର ପୋଲିସ କହିବାନୁଯାୟୀ ଘଟଣାସ୍ଥଳରେ ଥିବା ପୋଲିସ ସାଧାରଣତଃ ସେହି ଲୋକଙ୍କୁ ଅଟକାଇଥିଲେ ଯେଉଁମାନେ ଜଳନ୍ତା ପୁତୁଳା ପାଖକୁ ଯାଉଥିଲେ|ଏଥିରେ ସୈଭାଗ୍ୟ ବଶତଃ କୈାଣସି କ୍ଷୟକ୍ଷତି ହୋଇନାହିଁ|
ଏହି ମାମଲାରେ ଯମୁନାନଗର ଥାନା ପ୍ରଭାରୀ କମଳଜିତ୍ କହିଛନ୍ତି ରାବଣର ଜଳନ୍ତା ପୁତୁଳିରୁ କାଠ ଉଠାଇବା ପାଇଁ କିଛି ଲୋକ ଭିତରକୁ ଯାଉଥିଲେ|ଏହି ସମୟରେ ରାବଣର ପୁତୁଳାର ଢାଞ୍ଚା ଖସି ପଡିଲା କିନ୍ତୁ ଏଥିପାଇଁ ଆହାତ ହୋଇନାହିଁ|କିଛି ମିଡିଆ ରିପୋର୍ଟରେ ଆହତକୁ ନେଇ ଅଲଗା ଅଲଗା ଦାବି କରିଛନ୍ତି, କିନ୍ତୁ ଏଥିରେ କେହି ଆହତ ହୋଇ ନାହାଁନ୍ତି|କହିରଖେ ଦଶହରା ପଡ଼ିଆରେ ୮୦ ଫୁଟର ରାବଣ ଓ ୬୦-୬୦ ଫୁଟର ମେଘନାଦ ଓ କୁମ୍ଭକର୍ଣ୍ଣ ପୁତୁଳାକୁ ଦହନ କରାଯାଉଥିଲା|ଏଥିପାଇଁ ଲୋକମାନଙ୍କ ଭିଡ ଜମାଇଥିଲେ|
BREAKING NEWS | हरियाणा के यमुनानगर में बड़ा हादसा, लोगों पर गिरा रावण का जलता हुआ पुतला
– हादसे में कई लोगों के झुलसने की खबर @Sheerin_sherry | @jagwindrpatial https://t.co/p8nVQWGCTx #BreakingNews #YamunaNagar #Haryana pic.twitter.com/7NEs7n69jG
— ABP News (@ABPNews) October 5, 2022
ଦୁର୍ଘଟଣା କିପରି ଓ କାହିଁକି ହେଲା ପୋଲିସ ଯାଞ୍ଚ କରୁଅଛି, କିନ୍ତୁ ଏପର୍ଯ୍ୟନ୍ତ ପ୍ରମାଣ ଆଧାରରେ କୁହାଯାଏ ବ୍ୟବସ୍ଥା କମ ହେବା ଫଳରେ ହେଲା|ଯଦିଓ ପୋଲିସ ସବୁ ଆରୋପୀଙ୍କୁ କଡରେ କରୁଛି|ପୋଲିସ ଅନୁସାରେ ଦଶହରାରେ ଲାଗିବାକୁ ଥିବା ମେଳାରେ ଲୋକଙ୍କ ସମାଗମ ବଡ ସଂଖ୍ୟାରେ ହେବାର ଥିଲା ଏହି ଅନୁସାରେ ଆୟୋଜନ କରିଥିଲେ|ରାତିରେ ଯେତେବେଳେ ପୁତୁଳା ଦହନ ହେଲା ସମସ୍ତେ ଏହାକୁ ଦେଖୁଥିଲେ|ପୁଣି ଅଚାନକ କିଛି ଲୋକ ଜଳୁଥିବା ରାବଣର ପୁତୁଳାକୁ ଦେଖି ସେଥିରୁ ବାହାରୁଥିବା କାଠ ପାଇଁ ଆଗକୁ ଗଲେ , ଏହି ସମୟରେ ପୁତୁଳା ଆଗକୁ ଯାଇ ତଳେ ଖସି ପଡିଲା|