ସରୋଜ ନାମକ ଜଣେ ବ୍ୟକ୍ତି ରାଜସ୍ଥାନର ଜଣେ ଝିଅଙ୍କୁ ଭଲ ପାଉଥିଲେ ଓ ତାଙ୍କ ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖୁଥିଲେ, କିନ୍ତୁ ତାଙ୍କୁ କେବେ ଆପଣଉ ନଥିଲେ। ଏମିତି ରୋଚକ କର ମାମଲାଟି କେନ୍ଦ୍ରାପଡା ଜିଲ୍ଲା ପଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଡିହାପଡା ଗ୍ରାମ ପଞ୍ଚାୟତ ଜାମୁକୁଣ୍ଡା ଗାଁର ମାଗୁଣି ସ୍ଵାଇଁଙ୍କ ପୁଅ ହେଉଛି ସରୋଜ ସ୍ଵାଇଁ। ସେ ରାଜସ୍ଥାନରେ ରହି କାମ କରୁଥିଲେ ଓ ସେହି ସମୟରେ ତାଙ୍କ ସହିତ ଗଢି ଉଠିଥିଲା ପ୍ରେମ ସମ୍ପର୍କ।
ସୂଚନା ଅନୁସାରେ ସରୋଜ ରାଜସ୍ଥାନରେ ରହି କାମ କରୁଥିଲେ। ସେହି ସମୟରେ ତାଙ୍କର ସାକ୍ଷାତ ପ୍ରେମଲତାଙ୍କ ସହିତ ହୋଇଥିଲା। ଓ ସେହି ସମୟରେ ସେ ତାଙ୍କୁ ଭଲ ପାଇ ବସିଥିଲେ। ଓ ପରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଓ ସରୋଜ ପ୍ରେମଲତାଙ୍କ ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ। ପରେ ତାଙ୍କୁ ମନ୍ଦିରରେ ବିବାହ କରିଥିଲେ ଓ ତାଙ୍କ ସହ ୨ଥର ଶାରୀରିକ ସମ୍ପର୍କ ରଖିଥିଲେ ଓ ତାଙ୍କର ଗର୍ଭପାତ କରିଦେଇଥିଲେ। କିନ୍ତୁ ତୃତୀୟ ଥର ସମୟରେ ଯେତେବେଳେ ଗର୍ଭରେ ଛୁଆ ରହିଗଲା ଓ ସରୋଜ କହିଲେକି ଏହି ଛୁଆକୁ ଗର୍ଭପାତ କରିବା ପାଇଁ ସେଥିରେ ପ୍ରେମଲଟା ମନା କରିଥିଲେ।
କିନ୍ତୁ ପ୍ରେମଲତା କହିଥିଲେ ମୋତେ କୋର୍ଟ ମ୍ୟାରେଜ କର। କିନ୍ତୁ ସରୋଜ ଏଥିରେ ଆଦୌ ମାନି ନଥିଲେ। ତାପରେ ପ୍ରେମଲତାଙ୍କୁ ସରୋଜ ପିଟିଥିଲେ। ତାପରେ ପ୍ରେମଲତା ତାଙ୍କର ଭଉଣୀଙ୍କ ଘରକୁ ପଳାଇଥିଲେ ଓ ସରୋଜ ନିଜର ଆଇଡି ଓ ଜିନିଷ ପତ୍ର ନେଇ ଓଡିଶା ପଳାଇ ଆସିଥିଲେ। ଯାହାପରେ ପ୍ରେମଲତା ସରୋଜଙ୍କର ଘରକୁ ଆସିଥିଲେ ଓ ପଟାମୁଣ୍ଡାଇ ପୋଲିସ ନିକଟରେ ଏକ ଅଭିଯୋଗ ମଧ୍ୟ କରିଥିଲେ। ତେବେ ଏହି ମାମଲାରେ ନ୍ୟାୟ କେବେ ମିଳୁଛି ତାହା ଦେଖିବା ବାକି ରହିଛି।