ପ୍ରତିବର୍ଷ ବିଜୟା ଦଶମୀରେ ଖରାପ ଭାବରେ ରାବଣର କୁଶପୁତ୍ତଳିକା ଦାହ କରାଯାଇଥାଏ|ଏବର୍ଷ ୫ ଅକ୍ଟୋବର ଦିନ ଦଶହରା ପାଳନ କରାଯିବ|କୁହାଯାଏ ଏହି ଦିନ ରାମ ରାବଣକୁ ବଦ୍ଧ କରିଥିଲେ|
୧: ଶକ୍ତିର ଦୁରୁପଯୋଗ କରନ୍ତୁ ନାହିଁ:
ରାବଣ ତପସ୍ୟା ବଳରେ ବରଦାନ ପ୍ରାପ୍ତ କରିଥିଲେ କିନ୍ତୁ ଶକ୍ତି ର ଦୁରୁପଯୋଗ ଫଳରେ ଅତ୍ୟାଚାରୀ ହୋଇଗଲା|ଏହାର ଲଗାତାର ଦୂରୁପଯୋଗ କଲା|ତେଣୁ ସେ ରାମ ହାତରେ ମଲା|
୨:ଦୁର୍ବଳକୁ ଅତ୍ୟାଚାର କରନ୍ତୁ ନାହିଁ:
ରାବଣ ସର୍ବଦା ଦୁର୍ବଳକୁ ଅତ୍ୟାଚାର କଲା|ମନୁଷ୍ୟ ଓ ବାନରକୁ ନିଜ ଭୋଜନ ଭାବୁଥିଲା ତେଣୁ ସେ ବର ମାଗିନେଲେ ତାର ମୃତ୍ୟୁ ବାନର ବା ମଣିଷ ଛଡା ଆଉ କା ହାତରେ ନହେଉ|ସେ ଋଷି ମୁନି ଉପରେ ବହୁ ଅତ୍ୟାଚାର କଲା|
୩:ସ୍ତ୍ରୀକୁ ସମ୍ମାନ କରନ୍ତୁ:
ରାବଣ ପରମ ଜ୍ଞାନୀ ହେବା ସତ୍ତ୍ୱେ ସ୍ତ୍ରୀଙ୍କ ସମ୍ମାନ କଲାନାହିଁ|ସେ ପତ୍ନୀ କଥା ମାନିଲା ନାହିଁ, ସୂର୍ପଣଖାର ପତିକୁ ମାରିଲା,ଓ ସୀତାକୁ ହରଣ କରି ନେଇ ଆସିଲା|ଫଳରେ ସର୍ବନାଶ ହେଲା|
୪: ବୟସ୍କଙ୍କ କଥା ମାନନ୍ତୁ:
ରାବଣର ଵହୁ ବୟସ୍କ ମନ୍ତ୍ରୀ ଥିଲେ ସେମାନଙ୍କର ମଧ୍ୟରେ ତା ନାନା ବି ଥିଲେ|ସେମାନେ ବହୁବାର କହିଥିଲେ ଶ୍ରୀରାମ ସହ ଯୁଦ୍ଧ କଲେ ତାର ମୃତ୍ୟୁ ଓ ରାକ୍ଷସ ଜାତିର ସର୍ବନାଶ ହେବ,ତଥାପି ସେ ଶୁଣି ନଥିଲେ|
୫:ଭାଇଙ୍କ ସହ ବିବାଦ କରନ୍ତୁ ନାହିଁ:
ରାବଣର ଦୁଇ ଭାଇ ଥିଲେ :ବିଭିଷଣ ଓ କୁମ୍ଭକର୍ଣ୍ଣ|ବିଭୀଷଣ ସଦାବେଳେ ଭଲ ଉପଦେଶ ଦେଉଥିଲେ କିନ୍ତୁ ସେ ବୁଝୁ ନଥିଲା|ଦିନେ ସେ ରାଗରେ ବାହାର କରିଦେଲେ|ଫଳରେ ସେ ଯାଇ ରାମକୁ ଗୁପ୍ତ କଥା କହିଲା ଫଳରେ ରାବଣର ମୃତ୍ୟୁ ହେଲା|