ଛୋଟ ଛୁଆ କାନ୍ଦି କାନ୍ଦିକରି ଶିକ୍ଷକଙ୍କୁ କହିଲା ମାଙ୍କ ସତ୍ୟତା,କହିଲା ,”ମା ଦୈଡେଇ ଦୈଡେଇ ମାରନ୍ତି”, ଦେଖନ୍ତୁ ଭିଡିଓ

0

Get real time updates directly on you device, subscribe now.

ଏଭଳି କୁହାଯାଇଥାଏ ଛୋଟ ଛୁଆଙ୍କର ମନ ଓ ହୃଦୟ ସଫା ଥାଏ|ସେମାନେ ବହୁ ଚଞ୍ଚଳ ହୋଇଥାନ୍ତି|ତାଙ୍କ ହୃଦୟ ଏତେ ସଫା ଯେ ସେମାନେ କୈାଣସି କଥା ନ ଲୁଚାଇ କହି ଦେଇଥାନ୍ତି|ଏଥିପାଇଁ କୁହାଯାଏ ଛୁଆଙ୍କ ମନ ସଚ୍ଚା |ଇଣ୍ଟରନେଟରେ ବହୁ ଛୋଟ ପିଲାଙ୍କ ଭିଡିଓ ଆମେ ଦେଖିଥାଉ|ଏଵେ ଭାଇରାଲ ହେଉଥିବା ଏହି ଛୋଟ ଛୁଆର ଭିଡିଓ ସଭିଙ୍କ ହୃଦୟ ଜିତି ନେଇଛି|

ଏହି ଭିଡିଓରେ ଛୋଟ ଛୁଆ କାନ୍ଦି କାନ୍ଦି ମା ବିରୁଦ୍ଧରେ ଅଭିଯୋଗ କରିଛି|ସେ କ୍ଲାସରୁମ ଟିଚରକୁ କାନ୍ଦି କାନ୍ଦି ଏଭଳି କଥା କହୁଛି ଯେ ଆପଣଙ୍କ ଚେହେରାରେ ବି ହସ ଆସିବ|ଏହା ସୋସିଆଲ ମିଡିଆରେ ପସନ୍ଦଯୋଗ୍ୟ ହେଉଛି|

ଆପଣଙ୍କୁ କହିରଖେ କିଛି ଛୁଆ ଶିକ୍ଷକ ଙ୍କ ବହୁ ପାଖାପାଖି ହୋଇଥାନ୍ତି ଫଳରେ ଶିକ୍ଷକ ଛୁଆର ଯତ୍ନ ନିଜ ଛୁଆଭଳି କରନ୍ତି|ଘରର କୈାଣସି କଥାକୁ ନିସଙ୍କୋଚରେ ବତାଇ ଥାନ୍ତି|ଯେଉଁ ଭିଡିଓ ଆସିଛି ଏଥିରେ ଗୋଟିଏ ଛୁଆ ନିଜ ମାର ଅଭିଯୋଗ ଶିକ୍ଷକଙ୍କଠାରେ କରୁଥିବା ଦେଖାଯାଇଛି|ଭିଡିଓରେ ଦେଖାଯାଏ ଗୋଟିଏ ଛୋଟ ଛୁଆ ଦେଖାଯାଏ|ଦୁଇଟି ଚୁଟି ଓ କାଜଲ ବିନ୍ଦି ଲଗାଇଥିବା ଏହି ଛୁଆର ଚେହେରାରେ ହସ ନାହିଁ ଦୁଃଖ ଦେଖାଯାଏ|

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଏ ଏହି ଛୁଆକୁ ଶିକ୍ଷକ ପଚାରନ୍ତି,” ମା କ’ଣ କରନ୍ତି ? ଶିକ୍ଷକ ଙ୍କ ଏହି କଥା ଶୁଣି ଛୁଆ ଆଖିରୁ ଲୁହ ଆସେ ଓ ଛୁଆ କହେ ମାରନ୍ତି|ଶିକ୍ଷକ ପଚାରନ୍ତି,”କାହାକୁ ?”ଛୁଆ କହେ “ମୋତେ”|ଶିକ୍ଷକ ପଚାରନ୍ତି କିପରି ମାରନ୍ତି ? ଛୁଆ କାନ୍ଦି କାନ୍ଦି କହେ ଦୈଡାଇ ଦୈଡାଇ ମାରନ୍ତି|ସୋସିଆଲ ମିଡିଆରେ ଏହି ଭିଡିଓ ଜୋରର ଭାଇରାଲ ହେଉଛି|ଏହାକୁ ଲୋକେ ଜୋରରେ ପସନ୍ଦ କରୁଛନ୍ତି|

ଏହାକୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟୁଇଟରରେ @Gulzar_sahab ନାମକ ଏକାଉଣ୍ଟରେ ସେୟାର କରାଯାଇଛି|ଖବର ଲେଖା ହେବା ପର୍ଯ୍ୟନ୍ତ ଏହାକୁ ୪୧ ହଜାରରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଛନ୍ତି|ଏହାକୁ ୨୬୦୦ ରୁ ଉର୍ଦ୍ଧ୍ବ ଲାଇକ ମିଳିଛି|ଏଥିରେ ଲୋକେ ନିଜ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି|

Leave A Reply

Your email address will not be published.