ପତ୍ନୀଙ୍କ ସହ ଥିଲେ ଏହି ନେତା, ସେତେବେଳେ ପହଞ୍ଚିଲା ପ୍ରେମିକା, ପୁଣି….

0

Get real time updates directly on you device, subscribe now.

ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର ଶେଷ ହେବାର କିଛି ଘଣ୍ଟା ପରେ ମହିଳା, ପୂର୍ବ ପ୍ରେମିକ ଠାରୁ ସାମାନ ନେବା‌ ପାଇଁ ପହଞ୍ଚିଲା|ପ୍ରେମିକ କୈାଣସି ସାଧାରଣ ବ୍ୟକ୍ତି ନୁହେଁ ସେ ଜଣାଶୁଣା ନେତା ଥିଲେ|ଯେତେବେଳେ ନେତାର ପୂର୍ବ ପ୍ରେମିକା ଘରେ ପହଞ୍ଚିଲା ସେତେବେଳେ ନେତା ସହ ପତ୍ନୀ ଥିଲେ|ସେ ସମୟରେ ଜମେଇକି ମାରପିଟ ହେଲା|ଆରୋପ ରହିଛି ଯେ ନେତାର ଛାତିରେ ସେ ସମୟରେ ପ୍ରେମିକା କୈାଣସି ଧାରୁଆ ଜିନିଷରେ ଆକ୍ରମଣ କରିଥିଲା|

୨୯ ବର୍ଷିୟା ପ୍ରେମିକା ଡାଇସା ଗର୍ଷିଆ ଉପରେ ଅଭିଯୋଗ ରହିଛି ଯେ ସେ ୪୦ ବର୍ଷିୟ ସାଉଲୋ ବାତିସ୍ତା ଡା ସିଲ୍ଭାକୁ ଧାରୁଆ ଜିନିଷରେ ଆକ୍ରମଣ କରିଥିଲା|ବାତିସ୍ତା ବ୍ରାଜିଲର ଜଣାଶୁଣା ରାଜନେତା ଅଟନ୍ତି|

ଗର୍ଷିଆ ବାତିସ୍ତା ଫ୍ଲାଟରୁ ୨୬ ସେପ୍ଟେମ୍ବର ଦିନ ନିଜ ଜିନିଷ ଆଣିବାକୁ ଯାଇଥିଲେ,ସେ ସମୟରେ ବାତିସ୍ତାକୁ ପତ୍ନୀଙ୍କ ସହ ଦେଖିଲେ|ପ୍ରଥମେ ଗର୍ଷିଆ ଓ ବାତିସ୍ତା ମଧ୍ୟରେ ଝଗଡା ହେଲା ପରେ ଏହା ମାରପିଟ୍ ରେ ବଦଳିଗଲା|

ମାରପିଟରୁ ରକ୍ଷା କରିବାକୁ ବିଲ୍ଡିଙ୍ଗରୁ କର୍ମଚାରୀ ଆସିଲେ|ଏହାପରେ ତିନିଙ୍କୁ ଅଲଗା କଲେ ତଥାପି ଲାଗିଲେ|ଆରୋପ ଯେ ସେ ସମୟରେ ବାତିସ୍ତାର ପୂର୍ବ ପ୍ରେମିକା ତାଙ୍କ ଛାତିକୁ ତିନିଥର କୈାଣସି ଜିନିଷରେ ଆକ୍ରମଣ କରିଥିଲା|

ବାତିସ୍ତା ପତ୍ନୀ କହିଛନ୍ତି ଯେ ଗାର୍ସିଆ ତା ପତିଙ୍କ ପିଛା କରିଥିଲେ ତେଣୁ ତାଙ୍କୁ ସେ ଗୋଟିଏ କୋଠରୀରେ ଲୁଚେଇ ରଖିଥିଲେ|ଆକ୍ରମଣରେ ଆହତ ବ୍ରାଜିଲ ନେତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି|

ଯଦିଓ ବାତିସ୍ତା ଏହା ସମ୍ପର୍କରେ କୌଣସି ସଫେଇ ଦେଇ ନାହାନ୍ତି|ସେ ଇନଷ୍ଟଗ୍ରାମ ଏକାଉଣ୍ଟରେ ଫଟୋ ସେୟାର କରିଛନ୍ତି|ଏଥିରେ ସେ ହସ୍ପିଟାଲରେ ହୁଇଲ ଚେୟାରରେ ବସିଥିବା ଦେଖାଯାଇଥିଲା|

ଗର୍ସିୟା ପୋଲିସ କୁ ମଧ୍ୟ ହାତରେ ଥିବା ଚୋଟ ଦେଖାଇଥିଲେ|ସେ ଏହା ଝଗଡା ବେଳେ ହୋଇଥିବା କହିଲା|ଫଳରେ ପୋଲିସ ତାକୁ ଛାଡ଼ିଦେଲେ|ଏବେବି ମାମଲାର ଯାଞ୍ଚ ଜାରି ରହିଛି|

Leave A Reply

Your email address will not be published.