ଅକ୍ଷୟ କୁମାରଙ୍କୁ ଫ୍ଲପ ପରେ କିଛି ବୁଝା ଆସୁନାହିଁ, ବର୍ତ୍ତମାନ ଗଲେ ସାଉଥର ହିଟ ଡାଇରେକ୍ଟରଙ୍କ ପାଖକୁ

0

Get real time updates directly on you device, subscribe now.

ବଲିଉଡ ଅଭିନେତା ଖିଲାଡ଼ି କୁହାଯାଉଥିବା ଅଭିନେତା ଅକ୍ଷୟ କୁମାରଙ୍କର ଭାଗ୍ୟ ଭଲ ନାହିଁ। ଅକ୍ଷୟ କୁମାର ଏହି ବର୍ଷ ଅନେକ ଫିଲ୍ମ ରିଲିଜ ହୋଇଛି। କିନ୍ତୁ ଅକ୍ଷୟଙ୍କୁ ସେମିତି କିଛି ସଫଳତା ମିଳିନାହିଁ, ଯେଉଁଥିପାଇଁ ସେ ଜଣାଶୁଣା। ଲଗାତାର ୩ଟି ବଡ ବଜେଟ ଫିଲ୍ମ ବକ୍ସ ଅଫିସରେ ଫ୍ଲପ ହୋଇଛି। ଏହାପରେ ଅକ୍ଷୟ କୁମାର ନିଜର ଆଗାମୀ ଫିଲ୍ମ କଟପୁତଲିକୁ ସିନେମାଘରେ ରିଲିଜ କରିବା ପରିବର୍ତ୍ତେ ଓଟିଟି ପ୍ଲାଟଫର୍ମରେ ରିଲିଜ କରାଯାଇଛି।

ଅକ୍ଷୟଙ୍କ ଆଇଡିଆ କାମ କରିଗଲା ଓ ଫିଲ୍ମରୁ ଅଧିକ ଲାଭ ମଧ୍ୟ ହେଲା। ବର୍ତ୍ତମାନ ଅଭିନେତାଙ୍କ ଆଗାମୀ ଫିଲ୍ମ ରାମ ସେତୁ ରିଲିଜ ହେବା ପାଇଁ ପ୍ରସ୍ତୁତ ଅଛି। ନିକଟରେ ଏହି ଫିଲ୍ମର ଟିଜର ରିଲିଜ କରାଯାଇଛି।

ଆପଣଙ୍କୁ ଜଣାଇଦେଉଛୁକି ଅକ୍ଷୟ କୁମାରଙ୍କ ଏହି ଆଗାମୀ ଫିଲ୍ମ ଦୀପାବଳୀ ଅବସରରେ ରିଲିଜ ହେବ। ଇତି ମଧ୍ୟରେ ଅଭିନେତା ଅକ୍ଷୟଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି। ଲଗାତାର ଫ୍ଲପ ହେବା କାରଣରୁ ପାଖାପାଖି ୪୫୦ କୋଟି ଟଙ୍କାର କ୍ଷତି ଉଠାଇବା ପରେ ଏହି ଖିଲାଡ଼ି ନିଜର ସୁରକ୍ଷିତ ସେଫ ଜୋନରେ ଯାଇ ଲଢିବାକୁ ଭାବିଲେ। ଖବର ଅନୁସାରେ ଅକ୍ଷୟ କୁମାର ନିଜର ପସନ୍ଦିଦା ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କ ସହିତ ହାତ ମିଳାଇନେଇଛନ୍ତି। ଏହାସହିତ ଆଗାମୀ ପ୍ରଜେକ୍ଟରେ ନଜର ଆସିପାରନ୍ତି।

ଚଳିତ ବର୍ଷ ଆରମ୍ଭରୁ କୋଟି ଟଙ୍କା କ୍ଷତି ସହିବା ପରେ ବର୍ତ୍ତମାନ ଅକ୍ଷୟ କୁମାର ପ୍ରିୟଦର୍ଶନଙ୍କ ସହ ବକ୍ସ ଅଫିସରେ ଆତଙ୍କ ସୃଷ୍ଟି କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଯଦି କିଛି ସୂତ୍ରକୁ ବିଶ୍ୱାସ କରାଯାଏ, ତେବେ ଅକ୍ଷୟ ତାଙ୍କର କମେଡି ଜୋନକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ଏକ ଘରୋଇ ୱେବସାଇଟକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ପ୍ରିୟଦର୍ଶନ ଅକ୍ଷୟଙ୍କ ସହ ତାଙ୍କ ଚଳଚ୍ଚିତ୍ର ବିଷୟରେ ଅନେକ ପ୍ରସଙ୍ଗରେ କଥା ହୋଇଥିଲେ। ଅକ୍ଷୟ କୁମାରଙ୍କୁ ପ୍ରଶଂସା କରିବାବେଳେ ସେ କହିଥିଲେଯେ ଅକ୍ଷୟଙ୍କ ସହ ତାଙ୍କ ଫିଲ୍ମ ସ୍କ୍ରିପ୍ଟିଂ ଷ୍ଟେଜରେ ଅଛି। କରୋନା କାରଣରୁ ଏହା ଦୁଇ ବର୍ଷ ପାଇଁ ବିଳମ୍ବ ହୋଇଛି। ଏହା ବ୍ୟତୀତ ସେ କହିଛନ୍ତିଯେ ନିକଟରେ ଅନେକ ଘଟଣା ଘଟୁଛି ଏବଂ ଶୀଘ୍ର ସବୁକିଛି ସ୍ପଷ୍ଟ ହୋଇଯିବ।

ପ୍ରିୟଦର୍ଶନ ଏହି ଇଣ୍ଟରଭ୍ୟୁ ସମୟରେ କହିଲେକି, ୨୦୦୪ ମସିହାରେ ନିଜର କଲ୍ଟ ଫିଲ୍ମ ହଲଚଲର ସିକୱେଲ ଉପରେ କାମ କରୁଥିଲେ। ଏହା ସହିତ ସେ କହିଲେକି ଫିଲ୍ମର ସିକୱେଲକୁ ନେଇ କିଛି ସୂଚନା ଦେବା ବଡ ଅସୁବିଧା ହେବ। ପ୍ରିୟଦର୍ଶନ ଏହି ସମୟରେ ସାଉଥର ଫିଲ୍ମରେ ବ୍ୟସ୍ତ ଅଛନ୍ତି।

ଅକ୍ଷୟ କୁମାରଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କଥା ହେବା ଯଦି ତେବେ ଏହି ବର୍ଷ ରିଲିଜ ହୋଇଥିବା ବଚନ ପାଣ୍ଡେ, ସମ୍ରାଟ ପୃଥ୍ବୀରାଜ ଓ ରକ୍ଷାବନ୍ଧନରେ ନଜର ଆସିବ। ଏହି ତିନୋଟି ଫିଲ୍ମକୁ ଦର୍ଶକ ମୁଣ୍ଡରୁ ବାହାର କରିଦେଇଛନ୍ତି। ବର୍ତ୍ତମାନ ଫିଲ୍ମ ଫ୍ଲପ ହେବା ଫଳରେ ନିର୍ମାତାଙ୍କୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡିଲା। ଅକ୍ଷୟ ବର୍ତ୍ତମାନ ରାମ ସେତୁ ବ୍ୟତୀତ ଗୋରଖା, କ୍ୟାପସୁଲ ଗୁଲ, ରାଉଡି ରାଠୋର ୨, ସେଲଫି, ବଡେ ମିଆଁ ଚୋଟେ ମିଆଁ, ଡବଲ ଏକ୍ସଏଲ, ଓଏମଜି୨ ପରି ଫିଲ୍ମରେ ଅଭିନୟ କରୁଥିବାର ନଜର ଆସିବେ।

Leave A Reply

Your email address will not be published.