“ମୋବାଇଲ୍ ନମ୍ବରରେ ଏହି ସଂଖ୍ୟା ଥିଲେ ମିଳିବ ନାହିଁ ଚାକିରୀ “…………..

0

Get real time updates directly on you device, subscribe now.

ଗୋଟିଏ କମ୍ପାନୀର ବସ ଘୋଷଣା କରିଦେଲେ ଯେ ସେ ଏପରି ଲୋକଙ୍କୁ ହାୟର କରିବେ ନାହିଁ, ଯେଉଁ ଲୋକଙ୍କ ମୋବାଇଲ୍ ଫୋନ୍ ନମ୍ୱରର ପଞ୍ଚମ ଡିଜିଟ 5 ଥିବ । ଏହି ଅଜବ କଥା ଘୋଷଣା ପରେ କମ୍ପାନୀ ବିରୋଧରେ ଲୋକମାନେ ବହୁତ୍ କ୍ରୋଧ ପ୍ରକାଶ କରିଛନ୍ତି ।

ମାମଲାଟି ଚୀନ ଦେଶର ଅଟେ । ସେଞ୍ଜେନର ଏଜୁକେସନ୍ କମ୍ପାନୀର ବସ ଜବ ପାଇଁ ଆସିଥିବା ପ୍ରାର୍ଥୀଙ୍କୁ କହିଲେ ଯେ ଯଦି ସେମାନେ ଫର୍ମରେ ଚାକିରି ଚାହୁଁଛନ୍ତି, ତେବେ ନିଜ ନିଜର ଫୋନ୍ ନମ୍ବର ଚେଞ୍ଜ କରାନ୍ତୁ ।

କୁହାଯାଉଛି ଯେ ଜବ ପାଇଁ ଏହି ଡିମାଣ୍ଡ ଗୋଟିଏ ଅନ୍ଧବିଶ୍ୱାସ ଆଧାରରେ ରଖାଯାଇଛି । ଫୋନ୍ ନମ୍ବରର ପଞ୍ଚମ ଡିଜିଟ 5 ଥିଲେ ଵ୍ୟାଡ ଲକର ସଙ୍କେତ ବୋଲି କୁହାଯାଏ । What’s On Weibo ର ଗୋଟିଏ ରିପୋର୍ଟ୍ ଅନୁଯାୟୀ, ଏହି ଅଜବ ପ୍ରକାରର କଣ୍ଡିସନର ସ୍କିଲ କିମ୍ବା ୱାର୍କ ଇଥିକ୍ସ ସହ କୌଣସି ସମ୍ପର୍କ ନାହିଁ । ଏହାକୁ ନେଇ ଅନଲାଇନ୍ ଯୁକ୍ତିତର୍କ ମଧ୍ୟ ଆରମ୍ଭ ହୋଇଗଲା ।

ଅଧିକାଂଶ ଲୋକେ ବସଙ୍କ ଏହି ଘୋଷଣା ଉପରେ ଆପତ୍ତି କରିଥିଲେ । ଜଣେ Weibo ୟୁଜର ଲେଖିଲେ – ବର୍ତ୍ତମାନ 2022 ମସିହା ଚାଲିଛି, ଆଉ ଏଠାରେ ଏବେ ବି ଏପରି ଅନ୍ଧବିଶ୍ୱାସି ବସ ଅଛନ୍ତି । ଆପଣ ଜଣେ ଜ୍ୟୋତିଷ କାହିଁକି ହାୟର କରୁନାହାନ୍ତି ?

ତେବେ କିଛି ଲୋକ ବସଙ୍କ ଫୋନ୍ ନମ୍ୱର୍ ବାଲା ଘୋଷଣାକୁ ଠିକ୍ ବୋଲି ମଧ୍ୟ କହିଛନ୍ତି । ଜଣେ ୟୁଜର ଲେଖିଛନ୍ତି – ମୋ ମା ମତେ କହିଥିଲେ ଯେ ଯଦି ଫୋନ୍ ନମ୍ବରରେ 0 ଏବଂ 5 ନଥିବ, ତେବେ ବେଷ୍ଟ ହେବ । ତେଣୁ ମୋ ଫୋନ୍ ନମ୍ବରରେ ଗୋଟିଏ ହେଲେ 5 ନାହିଁ ।

ଏଷ୍ଟ୍ରୋଲଜି ଏବଂ ନ୍ୟୁମେରୋଲଜି ଏକ୍ସପର୍ଟ ଜୀମେଞ୍ଜୁନ କହିଛନ୍ତି ଯେ ଚିନର କମ୍ପାନୀମାନଙ୍କ ହାୟରିଙ୍ଗ କଣ୍ଡିସନ୍ସ ପ୍ରାଚୀନ ଚାଇନା ଟେକଷ୍ଟ ଦ୍ଵାରା ପ୍ରଭାବିତ ହୁଅନ୍ତି । ଜୀମେଞ୍ଜୁନ ଦାବି କରି କହିଛନ୍ତି ଯେ ଫୋନ୍ ନମ୍ବରରେ ପଞ୍ଚମ ଡିଜିଟ 5 ଥିବ, ତେବେ ଷ୍ଟାଫଙ୍କର ସିନିୟର୍ ସହ ଝଗଡା ହେବାର ସମ୍ଭାବନା ବଢିଯାଏ ଏବଂ ଏହା ବସଙ୍କ ପାଇଁ ମଧ୍ୟ ବ୍ୟାଡ଼ ଲକ୍ ପ୍ରମାଣିତ ହୋଇଥାଏ ।

Leave A Reply

Your email address will not be published.