ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ବିଶ୍ଳେଷଣ: ଅଷ୍ଟ୍ରେଲିଆକୁ ହରାଇବା ପରେ ବର୍ତ୍ତମାନ ଦକ୍ଷିଣ ଆଫ୍ରିକାର ପାଳି ! ଜାଣନ୍ତୁ କେତୋଟି ଓ କେବେ ଦିନିକିଆ ମ୍ୟାଚ୍ ଓ T20 ମ୍ୟାଚ୍ ଖେଳ ହେବ ?

0

Get real time updates directly on you device, subscribe now.

ଟି-୨୦ ବିଶ୍ଵକପ ପୂର୍ବରୁ ଭାରତୀୟ ଦଳକୁ ନିଜର ଘରୋଇ ମଇଦାନରେ ଦୁଇଟି ଟି-୨୦ ସିରିଜ ଖେଳିବାର ଥିଲା। ପ୍ରଥମଟି ଅଷ୍ଟ୍ରେଲିଆ ଓ ତାପରେ ଦକ୍ଷିଣ ଆଫ୍ରିକା। ପ୍ରଥମ ପରୀକ୍ଷାରେ ସଫଳ ହୋଇଯାଇଛି। ଅଷ୍ଟ୍ରେଲିଆକୁ ୨-୧ ରେ ହରାଇବା ପରେ ବର୍ତ୍ତମାନ ଦକ୍ଷିଣ ଆଫ୍ରିକାର ପାଳି। ୨୮ ସେପ୍ଟେମ୍ବରରୁ ଦକ୍ଷିଣ ଆଫ୍ରିକାର ଭାରତ ଟୁର ଆରମ୍ଭ ହେଉଅଛି, ଯେଉଁଥିରେ ୩ଟି ଟି-୨୦ ଓ ୩ଟି ଦିନକିଆ ଖେଳାଯିବ। ଏହି ସିରିଜରେ ଜଡିତ ସମସ୍ତ ପ୍ରଶ୍ନର ଉତ୍ତର ପାଇଯିବେ।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜ କେବେ ଆରମ୍ଭ ହେବ?:-

ଦୁଇଟି ଦଳ ମଧ୍ୟରେ ୩ଟି ମ୍ୟାଚର ଟି-୨୦ ଓ ଦିନକିଆ ସିରିଜ ଆରମ୍ଭ ହେବାକୁ ଯାଉଛି। ୨୮ ସେପ୍ଟେମ୍ବରରୁ ଭାରତୀୟ ଦଳକୁ ଟି-୨୦ ସିରିଜ ଖେଳିବାର ଅଛି। ଯେତେବେଳେକି ୬ ଅକ୍ଟୋବରରୁ ଦିନକିଆ ସିରିଜ ଆରମ୍ଭ ହେବ। ଟି-୨୦ ବିଶ୍ଵକପ ପୂର୍ବରୁ ଭାରତୀୟ ଦଳର ଏହା ଶେଷ ଦ୍ଵିପାକ୍ଷିକ ସିରିଜ ହେବ।

– ପ୍ରଥମ ଟି-୨୦: ୨୮ ସେପ୍ଟେମ୍ବର, ଥିରୁଅନନ୍ତପୁରମ, ସନ୍ଧ୍ୟା ୭:୩୦ ଘଟିକା

– ଦ୍ଵିତୀୟ ଟି-୨୦: ୨ ଅକ୍ଟୋବର, ଗୋହାଟି, ସନ୍ଧ୍ୟା ୭:୩୦ ଘଟିକା

– ତୃତୀୟ ଟି-୨୦: ୪ ଅକ୍ଟୋବର, ଇନ୍ଦୋର, ସନ୍ଧ୍ୟା ୭:୩୦ ଘଟିକା

– ପ୍ରଥମ ଦିନକିଆ: ୬ ଅକ୍ଟୋବର, ଲକ୍ଷ୍ନୌ, ଦ୍ଵିପହର ୧.୩୦ ଘଟିକା

– ଦ୍ଵିତୀୟ ଦିନକିଆ: ୯ ଅକ୍ଟୋବର, ରାଞ୍ଚୀ, ଦ୍ଵିପହର ୧.୩୦ ଘଟିକା

– ତୃତୀୟ ଦିନକିଆ: ୧୧ ଅକ୍ଟୋବର, ଦିଲ୍ଲୀ, ଦ୍ଵିପହର ୧.୩୦ ଘଟିକା

ଟି-୨୦ ଦଳରେ କିଏ-କିଏ?:-

ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଋଷଭ ପନ୍ତ(ୱିକେଟକିପର), ଦିନେଶ କାର୍ତ୍ତିକ(ୱିକେଟକିପର), ଆର. ଅଶ୍ଵିନୀ, ଯୁଜୁବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି, ହର୍ଷଲ ପଟେଲ, ଦୀପକ ଚହର, ଜସପ୍ରୀତ ବୁମରାହ

ଦକ୍ଷିଣ ଆଫ୍ରିକା ଦଳ:-

ତେମ୍ବା ବାବୁମା(ଅଧିନାୟକ), କ୍ୱିଣ୍ଟନ ଡି କକ (ୱିକେଟକିପର), ରିଜା ହେଣ୍ଡ୍ରିକ୍ସ, ହେନ୍ରିକ କ୍ଲାସେନ, କେଶବ ମହାରାଜ, ଆଡେନ ମାର୍କ୍ରାମ, ଡେଭିଡ ମିଲର, ୱେନ ପର୍ନେଲ, ଲୁଙ୍ଗି ଏନଗିଡି, ଆନ୍ରିକ ନର୍କିଆ, କଗିସୋ ରବାଡା, ରେଲି ରୋଶୋ, ତବରେଜ ଶାମସି ଏବଂ ଟ୍ରିଷ୍ଟନ ଷ୍ଟବ୍ସ, ଜନ ଫାର୍ଟୁଇନ, ମାର୍କୋ ଜାନସେନ ଓ ଏଣ୍ଡିଲେ ଫେହଲୁକବାୟ

ଦିନକିଆ ସିରିଜ ପାଇଁ ସ୍କ୍ବାଡ:-

ଦକ୍ଷିଣ ଆଫ୍ରିକା ଦଳ:-

ତେମ୍ବା ବାବୁମା(ଅଧିନାୟକ), କ୍ୱିଣ୍ଟନ ଡି କକ (ୱିକେଟକିପର), ରିଜା ହେଣ୍ଡ୍ରିକ୍ସ, ହେନ୍ରିକ କ୍ଲାସେନ, କେଶବ ମହାରାଜ, ୟାନେମନ ମଲାନ, ଆଡେନ ମାର୍କ୍ରାମ, ଡେଭିଡ ମିଲର, ଲୁଙ୍ଗି ଏନଗିଡି, ଆନ୍ରିକ ନର୍କିଆ, ଵେନ ପାର୍ନେଲ, ଏଣ୍ଡିଲେ ଫେହଲୁକବାୟ, ଡ୍ଵେନ ପ୍ରିଟୋରିୟସ, କଗିସୋ ରବାଡା, ତବରେଜ ଶାମସି

ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ଦିନକିଆ ସିରିଜ ପାଇଁ ଦଳ ଘୋଷଣା କରିନାହିଁ। କୁହାଯାଉଛିକି ଦଳର ସିନିୟର ଖେଳାଳୀଙ୍କୁ ସୁଯୋଗ ଦିଆଯିବ। ଓ ଶିଖର ଧାବନଙ୍କ ନେତୃତ୍ଵରେ ଖେଳାଯିବ। କାରଣ ଭାରତୀୟ ଦଳ ଟି-୨୦ ବିଶ୍ଵକପ ପାଇଁ ବାହାରିଯିବ, ଏମିତିରେ ବିଶ୍ଵକପରେ ଭାଗ ନେଇଥିବା ଖେଳାଳୀ ଅଷ୍ଟ୍ରେଲିଆ ପାଇଁ ବାହାରିବେ ଯାହାଫଳରେ ସେମାନେ ସେଠାରେ ଅଧିକ ସମୟ ବିତାଇପାରିବେ।

କେଉଁଠି ଦେଖିପାରିବେ ଭାରତ-ଦକ୍ଷିଣ ଆଫ୍ରିକା ସିରିଜ?:-

ଭାରତରେ ଟି-୨୦ ଓ ଦିନକିଆ ସିରିଜର ପ୍ରସାରଣ ଷ୍ଟାର ନେଟୱାର୍କରେ ହେବ। ଷ୍ଟାର ବ୍ୟତୀତ ଅଲଗା ଅଲଗା ଚ୍ୟାନେଲରେ ଅଲଗା ଅଲଗା ଭାଷାରେ ମ୍ୟାଚ ପ୍ରସାରଣ ହେବ।

ଦୁଇ ଦଳ ମଧ୍ୟରେ ଟି-୨୦ର ରେକର୍ଡ:-

ସମୁଦାୟ ମ୍ୟାଚ: ୨୦

ଭାରତ ଜିତିଛି: ୧୧

ଦକ୍ଷିଣ ଆଫ୍ରିକା ଜିତିଛି: ୮
ଟାଇ: ୧

Leave A Reply

Your email address will not be published.