ଭାରତ ବନାମ ଦକ୍ଷିଣ ଆଫ୍ରିକା: ସିରିଜ ଆରମ୍ଭ ପୂର୍ବରୁ ଭାରତୀୟ ଦଳର ଶକ୍ତି ହେଲା ଅଧା ! ୩ ଘାତକ ଖେଳାଳୀ ହେଲେ ଦଳରୁ ବାହାର

0

Get real time updates directly on you device, subscribe now.

ଭାରତ ନାମ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ:-

ଭାରତୀୟ ଦଳକୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନୋଟି ଟି-୨୦ ମ୍ୟାଚର ସିରିଜ ଖେଳିବାର ଅଛି, କିନ୍ତୁ ଏହା ପୂର୍ବରୁ ଭାରତୀୟ ଦଳର ୩ଜଣ ଷ୍ଟାର ଖେଳାଳୀ ବାହାରିଯାଇଛନ୍ତି। ଯାହାଫଳରେ ଭାରତୀୟ ଦଳକୁ ତଗଡା ଝଟକା ଲାଗିଛି। ଏହି ତିନିଜଣ ଖେଳାଳୀ ନିଜ ଦମରେ ମ୍ୟାଚକୁ ପରିବର୍ତ୍ତନ କରିବାର ଶକ୍ତି ରଖନ୍ତି। ଆସନ୍ତୁ ଜାଣିବା ଏହି ଖେଳାଳୀଙ୍କ ବିଷୟରେ।

୧। ମହମ୍ମଦ ଶାମୀ:-

ଭାରତର ଷ୍ଟାର ବୋଲର ମହମ୍ମଦ ଶାମୀଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପୂର୍ବରୁ କରୋନା ହୋଇଯାଇଥିଲା, ଏହି କାରଣରୁ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିନଥିଲେ। ବର୍ତ୍ତମାନ ସମ୍ପୂର୍ଣ ରୂପରେ କରୋନାରୁ ସୁସ୍ଥ ହୋଇନାହାନ୍ତି। ସେଥିପାଇଁ ଚୟନ କର୍ତ୍ତା ତାଙ୍କ ସ୍ଥାନରେ ଉମରାନ ମଲ୍ଲିକଙ୍କୁ ଷ୍ଟାଣ୍ଡବାଇରେ ରଖିଛନ୍ତି। ମହମ୍ମଦ ଶାମୀ ନିଜର ତୀକ୍ଷଣ ବୋଲିଂ ପାଇଁ ପ୍ରସିଦ୍ଧ। ସେ ଭାରତ ପାଇଁ ୧୭ଟି ଟି-୨୦ ମ୍ୟାଚରେ ୧୮ଟି ୱିକେଟ ନେଇଛନ୍ତି।

୨। ଦୀପକ ହୁଡା:-

ଭାରତର ବିପଦଜନ୍ନକ ଅଲରାଉଣ୍ଡର ଦୀପକ ହୁଡାଙ୍କୁ ଅଷ୍ଟ୍ରେଲିଆ ସିରିଜ ସମୟରେ ପିଠିରେ ଆଘାତ ଲାଗିଥିଲା, ଯେଉଁ କାରଣରୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜରୁ ବାଦ ପଡିଛନ୍ତି। ଦୀପକ ହୁଡାଙ୍କ ସ୍ଥାନରେ ଚୟନକର୍ତ୍ତା ଶ୍ରେୟସ ଅୟରଙ୍କୁ ଦଳରେ ସାମିଲ କରିଛନ୍ତି। ଦୀପକ ହୁଡା ଭାରତର ଟି-୨୦ ବିଶ୍ଵକପ ଦଳରେ ସାମିଲ ଅଛନ୍ତି। ଏମିତିରେ ଯଦି ତାଙ୍କର ପିଠିର ଆଘାତ ଠିକ ନ ହୁଏ, ତେବେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଚିନ୍ତା ବଢିପାରେ।

୩। ହାର୍ଦ୍ଦିକ ପାଣ୍ଡ୍ୟା:-

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ତୀକ୍ଷଣ ବୋଲିଂ ଓ ଧୂଆଁଦାର ବ୍ୟାଟିଂ କରିବାରେ ମାହିର। ସେ ନିଜ ଦମରେଭାରତୀୟ ଦଳକୁ ଅନେକ ମ୍ୟାଚ ଜିତାଇଛନ୍ତି। ଆଇପିଏଲ ୨୦୨୨ ପରେ ସେ ବହୁତ ଶାନଦାର ଫର୍ମରେ ଅଛନ୍ତି। କିନ୍ତୁ ସେ ଆହାତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ବାହାରି ଯାଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଭାରତୀୟ ଦଳରେ ଶାହବାଜ ଅହମ୍ମଦଙ୍କୁ ସାମିଲ କରାଯାଇଛି।

Leave A Reply

Your email address will not be published.