ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ ଜଣେ ବ୍ୟକ୍ତି ସ୍କୁଟିରେ ଏକାଥରକେ 55000 ଟଙ୍କାର ପେଟ୍ରୋଲ ଭରିଲେ । ଆପଣ ଭାବୁଥିବେ ଯେ ସ୍କୁଟି ପରି ଗାଡିରେ ଏକାବେଳେ 55000 ଟଙ୍କାର ପେଟ୍ରୋଲ କେମିତି ଭର୍ତ୍ତି କଲେ । କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ବିଲକୁଲ ସତ ଅଟେ । ସ୍କୁଟିରେ ପେଟ୍ରୋଲ ଭରି କରିବାପରେ ଜଣେ ବ୍ୟକ୍ତିଙ୍କୁ 55000 ଟଙ୍କା ଦେବାକୁ ପଡ଼ିଛି ।
ଆଜ୍ଞା ହଁ, ଏଭଳି ଘଟଣା ମହାରାଷ୍ଟ୍ରର ଥାନାରେ ଘଟିଛି । ପେଟ୍ରୋଲ ପମ୍ପରେ ବାରମ୍ବାର କମ୍ ପେଟ୍ରୋଲ ଭରିବା ନେଇ ଅଭିଯୋଗ ହେଉଥିବା ବେଳେ ଥାନେରେ କିନ୍ତୁ ଅଜବ ଘଟଣା ଦେଖିବାକୁ ମିଳିଛି । ଏଠାରେ ସ୍କୁଟିରେ ପେଟ୍ରୋଲ ଭରିବା ପାଇଁ ଜଣେ ଗ୍ରାହକଙ୍କ ଠାରୁ 55000 ଟଙ୍କା ଆଦାୟ କରାଯାଇଛି । ଗ୍ରାହକ ଜଣକ ମାତ୍ର 550 ଟଙ୍କାର ପେଟ୍ରୋଲ ଭରି କରିଥିଲେ ।
କିନ୍ତୁ ପେଟ୍ରୋଲ ଭରିବା ପରେ ତାଙ୍କୁ ପେଟ୍ରୋଲ ପମ୍ପରେ 55000 ଟଙ୍କା ଦେବାକୁ କହିଥିଲେ । ଏହାପରେ ବ୍ୟକ୍ତିଜଣକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ କିପରି ସ୍କୁଟି ପରି ଗାଡ଼ିର ଟାଙ୍କିରେ ସେ 55000 ଟଙ୍କାର ପେଟ୍ରୋଲ ଭରିଦେଲେ । ଯେଉଁ ଗାଡ଼ିରେ ସାଢେ଼ ପାଞ୍ଚ ଶହ ଟଙ୍କାରୁ ଛଅ ଶହ ଟଙ୍କାର ପେଟ୍ରୋଲ ପକାଇଲେ ଟାଙ୍କି ଭର୍ତ୍ତି ହୋଇଯାଏ, ସେପରି ଗାଡ଼ିରେ 55000 ଟଙ୍କାର ପେଟ୍ରୋଲ କିପରି ଜାଗା ଧରିଲା ।
ତେବେ ଗ୍ରାହକଙ୍କର ଗାଡ଼ିଟି ଥିଲା ହୋଣ୍ଡା ଆକ୍ଟିଭା । ଗ୍ରାହକ ଜଣକ ନିଜ ହୋଣ୍ଡା ଆକ୍ଟିଭା ଗାଡ଼ି ଧରି ପେଟ୍ରୋଲ ଭରିବା ପାଇଁ ଥାନେର ଏକ ପେଟ୍ରୋଲ ପମ୍ପରେ ପହଞ୍ଚିଥିଲେ । କିନ୍ତୁ 550 ଟଙ୍କାର ପେଟ୍ରୋଲ ଭରିବା ପରେ ଯେତେବେଳେ ସେ ଅନଲାଇନ୍ ପେମେଣ୍ଟ କଲେ, ତାଙ୍କ ଆକାଉଣ୍ଟରୁ 55000 ଟଙ୍କା କଟା ଯାଇଥିଲା । ଏହାପରେ ସେ ପେଟ୍ରୋଲ ପମ୍ପ ମାଲିକଙ୍କ ନିକଟରେ ଅଭିଯୋଗ କରିଥିଲେ । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ପେଟ୍ରୋଲ ପମ୍ପ ମାଲିକ ଜଣକ ଅସୁବିଧାରେ ପଡ଼ି ଯାଇଥିଲେ ।
କିନ୍ତୁ ପରେ ନିଜ ଭୁଲକୁ ସଂଶୋଧନ କରି ଗ୍ରାହକଙ୍କ ଆକାଉଣ୍ଟକୁ ଟଙ୍କା ଫେରସ୍ତ କରିଥିଲେ । ତେବେ ଏହି ଘଟଣା ସୋସିଆଲ ମିଡିଆରେ ବେସ ଭାଇରଲ ହେବାରେ ଲାଗିଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଯଦି ଏଠାରେ 550 ଟଙ୍କାର ପେଟ୍ରୋଲ ପକାଇ 55000 ଟଙ୍କା କଟି ଯାଉଛି, ତେବେ ପୂର୍ବରୁ ମଧ୍ୟ ଏପରି ଅନେକ ଘଟଣା ଘଟିଥିବ । ତେଣୁ ପେଟ୍ରୋଲ ପକାଇବା ବେଳେ ଆମ ଟଙ୍କା କେତେ ସୁରକ୍ଷିତ ସେଥିପ୍ରତି ମଧ୍ୟ ଧ୍ୟାନ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।