” ମୁଁ ସୁନ୍ଦର୍ ବୋଲି ମତେ ଚାକିରି ଦେଲେ, ଭଲ ରିସର୍ଟରେ ଭଲ ଅଫର ମଧ୍ୟ ଦେଲେ । ହେଲେ ଜାଣିନଥିଲି ମତେ ଚାକିରି ଦେବା ପଛରେ ତୁମମାନଙ୍କର ଏପରି ଷଡ଼ଯନ୍ତ୍ର ରହିଛି ବୋଲି । ଆଉ ଆଜି ମୁଁ ତୁମର କୌଣସି କଥାକୁ ମାନିଲିନି ବୋଲି ମତେ ମାରିଦେଲ ।” ଆଜି ଆରପାରିରେ ଥାଇ ଅଙ୍କିତା ନିଜ ସୁନ୍ଦରତାକୁ ଧିକାର କରୁଥିବେ । ଭଗବାନଙ୍କୁ ପ୍ରଶ୍ନ କରୁଥିବେ ଯେ ହେ ଭଗବାନ ମତେ କାହିଁକି ଏତେ ସୁନ୍ଦର କଲ ?
ଇଏ ହେଉଛି ଉତ୍ତରାଖଣ୍ଡର ଅଙ୍କିତା ଭଣ୍ଡାଙ୍କ କଥା, ଯିଏକି ଦେଖିବାକୁ ବହୁତ୍ ସୁନ୍ଦର ଏବଂ ଗୋରା ଚେହେରା, ଲମ୍ବା କେଶ, ସୁନ୍ଦର୍ ନାକ, ଗୋଲାପର ପାଖୁଡ଼ା ପରି ଓଠ ଏବଂ ଆଖି ଦୁଇଟି ପୁରା ହରିଣୀ ପରି ଥିବା ଜଣେ ସୁନ୍ଦରୀ ଯୁବତୀ ଥିଲେ । ତାଙ୍କ ସାଙ୍ଗମାନେ ମଧ୍ୟ ଅଙ୍କିତାଙ୍କ ସୁନ୍ଦରତାକୁ ସବୁବେଳେ ପ୍ରଶଂସା କରନ୍ତି । ସେଥିପାଇଁ ବୋଧହୁଏ ହୋଟେଲ ରିସର୍ଟରେ ଅଙ୍କିତା ସହଜରେ ଚାକିରି ପାଇଥିଲେ ।
ଅଙ୍କିତା ହୋଟେଲ ମ୍ୟାନେଜମେଣ୍ଟ ଡିପ୍ଲୋମା କରିଥିଲେ । ହେଲେ ଅଙ୍କିତା ଯେତେବେଳେ ଚାକିରି କଲେ, ସେତେବେଳେ ହୋଟେଲର ଆବଶ୍ୟକତାକୁ ବୁଝିପାରି ନଥିଲେ । ସେ ବୁଝିଥିଲେ ଯେ ତାଙ୍କୁ କେବଳ ହୋଟେଲ ମ୍ୟାନେଜମେଣ୍ଟର କାମ କରିବାକୁ ପଡ଼ିବ । କିନ୍ତୁ ସେ ଜାଣିନଥିଲେ ଯେ ତାଙ୍କୁ ହୋଟେଲର ଭିଆଇପି ଗେଷ୍ଟ ମାନଙ୍କର ମସାଜ୍ କରିବାକୁ ପଡ଼ିବ ଏବଂ ଶାରୀରିକ ସଂପର୍କ ରଖିବାକୁ ପଡ଼ିବ ।
ଏପରି କରିବାପାଇଁ ହୋଟେଲ ମ୍ୟାନେଜର ଅଙ୍କିତ ଏବଂ ହୋଟେଲ ମାଲିକ ବିଜେପି ନେତା ବିନୋଦ ଆର୍ଯ୍ୟଙ୍କ ପୁଅ ପୁଲକିତ ଆର୍ଯ୍ୟ ବାଧ୍ୟ କରୁଥିଲେ । କିନ୍ତୁ ଅଙ୍କିତା ଏମାନଙ୍କ ପ୍ରପୋଜାଲକୁ ବାରମ୍ବାର ମନା କରୁଥିଲେ । ଆଉ ଚାକିରିର ଗୋଟେ ମାସ ନ ହେବା ଆଗରୁ ତାଙ୍କ ମୃତଦେହ କେନାଲରୁ ମିଳିଥିଲା ।
ଘରର ଆବଶ୍ୟକତାକୁ ପୂରଣ କରିବାପାଇଁ ଅଗଷ୍ଟ 28 ତାରିଖରେ ସେହି ରିସର୍ଟରେ ଅଙ୍କିତା ଜଏନ କରିଥିଲେ । ଅଙ୍କିତାଙ୍କ ବାପାଙ୍କୁ ଅଧିକ ବୟସ ହୋଇଥିବାରୁ ସେ କାମ କରିପାରୁନଥିଲେ । ସେଥିପାଇଁ ଘରର ଆବଶ୍ୟକତାକୁ ପୂରଣ କରିବାପାଇଁ ରୋଜଗାର କରିବାକୁ ଅଙ୍କିତା ଘରୁ ପାଦ କାଢ଼ିଥିଲେ । ତାଙ୍କୁ ଏହି ରିସର୍ଟରେ ଚାକିରୀ ମିଳିଥିଲା । ହେଲେ ତାଙ୍କ ମୃତଦେହକୁ ଗତ ଶନିବାର ଦିନ ଋଷିକେଶର ଚିଲା କେନାଲରୁ ଉଦ୍ଧାର କରାଯାଇଛି । ଆଉ ଏବେ ତାଙ୍କ ଫୋନରୁ ଚାଟ ମିଳିବା ପରେ ହତ୍ୟାର ଗୁମର ଧୀରେ ଧୀରେ ଖୋଲିବାକୁ ଲାଗୁଛି ।