ହସ୍ପିଟାଲରେ ଘଟିଲା ଭୟଙ୍କର ଅଗ୍ନିକାଣ୍ଡ । ଡାକ୍ତରଙ୍କ ସହିତ ତାଙ୍କର ଦୁଇ ପିଲାଙ୍କ ମୃତ୍ୟୁ । ବର୍ତିଗଲେ ପତ୍ନୀ ଓ ମା’

0

Get real time updates directly on you device, subscribe now.

ତେବେ ବନ୍ଧୁଗଣ ବର୍ତମାନ ସମୟରେ ଯେଉଁ ଏକ ଅତି ଦୁଃଖଦପୂର୍ଣ୍ଣ ଖବର ସାମ୍ନାକୁ ଆସିଛି ତାହା ହେଲା ଗତକାଲି ଅର୍ଥାତ୍ ରବିବାର ଦିନ ପ୍ରତ୍ୟୁଷରେ ତାମିଲନାଡୁର ତିରୁପତି ଜିଲ୍ଲାର ରେନିଗୁଣ୍ଟା ଥାନା ଅଧୀନରେ ଥିବା ଗୋଟାଏ ଘରୋଇ ଡାକ୍ତରଖାନାରେ ନିଆଁ ଲାଗିଯିବାରୁ ଜଣେ ଡାକ୍ତର ଓ ତାଙ୍କର ଦୁଇ ସନ୍ତାନ ପ୍ରାଣ ହରାଇଛନ୍ତି ବୋଲି ପୁଲିସ କହିଛି । ତେବେ ପ୍ରାଥମିକ ତଦନ୍ତକୁ ଆଧାର କରି ଦମକଳ କର୍ମଚାରୀମାନେ କହିଛନ୍ତି ଯେ, ସର୍ଟ ସର୍କିଟ୍‌ ଯୋଗୁଁ ନିଆଁ ଲାଗିଥିବା ପରି ମନେ ହେଉଛି । କିନ୍ତୁ ସଠିକ୍ ଭାବରେ ଜଣା ପଡିନାହିଁ ।

କାର୍ତ୍ତିକେୟ ହସ୍ପିଟାଲ୍‌ ପ୍ରଥମ ଓ ଦ୍ବିତୀୟ ତାଲାରେ ଡାକ୍ତର ରବିଶଙ୍କର ରେଡ୍ଡୀଙ୍କ ପରିବାର ଶୋଇଥିବା ବ‌େଳେ ରାତି ୩ଟାରୁ ୪ଟା ମଧ୍ୟରେ ନିଆଁ ଲାଗି ଯାଇଥିଲା । ଡାକ୍ତର ରେଡ୍ଡୀ କୋଠା ଭିତରେ ଥିବା ପାହଚ ବାଟେ ତଳକୁ ଆସୁଥିବା ବ‌େଳେ ‌ଧୂଆଁ ଯୋଗୁଁ ବାଟବଣା ହୋଇ ପଡ଼ିଯାଇ ସମ୍ପୂର୍ଣ୍ଣ ପୋଡ଼ିଯାଇଥିବା କଥା ଦମକଳ କର୍ମଚାରୀମାନଙ୍କର ସନ୍ଦେହ ହେଉଛି ।

ତେବେ ଏହାପରେ ଦମକଳ ବାହିନୀ ଖବର ପାଇ ଯଥାଶୀଘ୍ର ସେଠାରେ ପହଞ୍ଚି ଥିଲା । ଆଉ କର୍ମଚାରୀ ମାନେ କବାଟ ଭାଙ୍ଗି ପିଲା ଦୁଇଟାଙ୍କୁ ଶିଡ଼ିଦ୍ବାରା ତଳକୁ ଆଣି ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ, ପ୍ରଶ୍ବାସରେ ମାତ୍ରାଧିକ ବିଷାକ୍ତ କାର୍ବନ୍‌ ମନୋକ୍ସାଇଡ୍‌ ଗ୍ୟାସ୍‌ ନେଇ ଥିବାରୁ ସେମାନଙ୍କୁ ବଞ୍ଚାଯାଇ ପାରିଲା ନାହିଁ । ପ୍ରାଣ ହରାଇଥିବା ପିଲା ଦୁଇଟି ହେଉଛନ୍ତି ଡାକ୍ତରଙ୍କର ୯ ବର୍ଷୀୟ ଝିଅ ଓ ୧୪ ବର୍ଷିୟ ପୁଅ ।

ଦମକଳ ବାହିନୀର ଜଣେ କର୍ମଚାରୀ କହିଛନ୍ତି, ଘରେ ବହୁ ଆସବାପତ୍ର ଓ ଘରକରଣା ଉପକରଣ ଥିବା ବେଳେ ଧୂଆଁ ବାହାରି ଯିବାକୁ ଯଥେଷ୍ଟ କବାଟ କି, ଝରକା ନ ଥିଲା । ତେଣୁ, ଘର ଗ୍ୟାସ୍‌ ଚେମ୍ବର୍‌ ପାଲଟି ଯାଇଥିଲା । ୫ ବର୍ଷ ତଳେ ନିର୍ମିତ ଉକ୍ତ ୩ ମହଲା ବିଶିଷ୍ଟ ଉକ୍ତ ଅଟ୍ଟାଳିକାର ଗ୍ରାଉଣ୍ଡ୍‌ ଫ୍ଲୋର୍‌ରେ ‘କ୍ଲିନିକ୍‌ ଓ ହସ୍ପିଟାଲ୍‌’ ଚାଲିଥିବା ବେଳେ ଉପର ୨ ତାଲାରେ ଦୁଇଟି ଡ୍ୟୁପ୍ଲେକ୍ସ୍‌ ଘର ଥିଲା । କିନ୍ତୁ ରବିଶଙ୍କର ପତ୍ନୀ ଡାକ୍ତର ଅନନ୍ତଲକ୍ଷ୍ମୀ ଏବଂ ମାଆ ରାମଶୁଭାମ୍ମା ଏହି ଭୟଙ୍କର ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଥିବା ନେଇ ସୂଚନା ରହିଛି ।

Leave A Reply

Your email address will not be published.