ଅକ୍ଟୋବର ପହିଲାରୁ ଭାରତରେ ଉପଲବ୍ଧ ହେବ ୫-ଜି ସେବା । ପ୍ରଧାନମନ୍ତ୍ରୀ କରିବେ ଏହାର ଉଦ୍ଘାଟନ

0

Get real time updates directly on you device, subscribe now.

ତେବେ ବନ୍ଧୁଗଣ ସବୁ ପ୍ରତିକ୍ଷାର ଅନ୍ତ ଘଟିବାକୁ ଯାଉଛି । କାରଣ ଦେଶରେ ଆରମ୍ଭ ହେବାକୁ ଯାଉଛି ୫ଜିର ଯୁଗ । ୧ରୁ ଦେଶରେ ୫-ଜି ସେବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସରକାରଙ୍କ ନ୍ୟାସନାଲ ବ୍ରଡବ୍ୟାଣ୍ଡ ମିଶନ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦିଆଯାଇଛି । ଏସିଆର ସର୍ବବୃହତ ଟେକ୍ନୋଲୋଜି ପ୍ରଦର୍ଶନୀ ଇଣ୍ଡିଆ ମୋବାଇଲ କଂଗ୍ରେସରେ ଏହାର ଶୁଭାରମ୍ଭ କରାଯିବ ।

ଇଣ୍ଡିଆ ମୋବାଇଲ୍ କଂଗ୍ରେସ ହେଉଛି ଏସିଆର ସବୁଠାରୁ ବଡ଼ ଟେଲିକମ, ମିଡିଆ ଓ ଟେକ୍ନୋଲୋଜି ଫୋରମ । ୫-ଜି ଟେକ୍ନୋଲୋଜି ଭାରତକୁ ଆସିବା ପରେ ବହୁତ ଫାଇଦା ହେବ । ଭାରତର ଡିଜିଟାଲ୍ ପରିବର୍ତ୍ତନ ଓ ସଂଯୋଗକୁ ଏହା ନୂଆ ଶିଖରରେ ପହଁଞ୍ଚାଇବ ବୋଲି କୁହାଯାଉଛି । ମୋବାଇଲ୍ ନେଟୱର୍କ ଅପରେଟର୍ସର ପ୍ରତିନିଧିତ୍ୱ କରୁଥିବା ବୈଷୟିକ ଶିଳ୍ପ ସଂସ୍ଥା ୨୦୨୩ ରୁ ୨୦୪୦ ମଧ୍ୟରେ ଭାରତୀୟ ଅର୍ଥନୀତି ୩୬ ଦଶମିକ ୪ ଟ୍ରିଲିୟନ୍ ଟଙ୍କା ବା ୪୫୫ ବିଲିୟନ ଡଲାର ଲାଭବାନ ହେବ ବୋଲି ଆଶା ରଖିଛି ।

ପୂର୍ବରୁ ୧୩ଟି ସହରରେ ଏହି ସେବା ଆରମ୍ଭ ହେବା ନେଇ କୁହା ଯାଇଥିଲା । ମାତ୍ର ସେଥିରେ ଓଡ଼ିଶାର କୌଣସି ସହର ସ୍ଥାନ ପାଇନଥିଲା । କିନ୍ତୁ ପରେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ଏହି ସେବା ଉପଲବ୍ଧ ହେବ ବୋଲି ଯୋଗଯୋଗ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ । ଟେଲିକମ ବିଭାଗ ଓ ସେଲୁଲାର ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ମିିଳିତ ଭାବେ ଏହାର ଆୟୋଜନ କରୁଛନ୍ତି । ତେବେ ବର୍ତମାନ ୪ଜି ସେବା ଉପଭୋଗ କରୁଥିବା ପ୍ରାୟ ୭୯% ବ୍ୟବହାରକାରୀ ୫ଜି ସେବାର ବ୍ୟବହାର ପାଇଁ ପ୍ରସ୍ତୁତ ରହିଛନ୍ତି ।

୫ଜି ସେବା ଯୋଗୁ ଉତ୍ପାଦନ କ୍ଷେତ୍ର, ରିଟେଲ ଓ କୃଷି କ୍ଷେତ୍ର ଅଧିକ ଲାଭବାନ ହେବେ । ଆଉ ଏଥିପାଇଁ ଏସିଆର ସବୁଠାରୁ ବଡ଼ ଟେଲିକମ, ମିଡିଆ ଓ ବୈଷୟିକ ଫୋରମର ମାନ୍ୟତା ପାଇଥିବା ଇଣ୍ଡିଆ ମୋବାଇଲ କଂଗ୍ରେସ ଆୟୋଜନ ଟେଲିକମ୍ୟୁନିକେସନ ବିଭାଗ ଓ ସେଲୁଲାର ଅପରେସନ ଆସୋସିଏସନ ଅଫ ଇଣ୍ଡିଆ (ସି-ଓ-ଏ-ଆଇ) ମିଳିତ ଭାବେ କରୁଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟରେ ଭାରତର ୧୩ଟି ସହରରେ ହାଇସ୍ପିଡ ୫-ଜି ଇଣ୍ଟରନେଟ ସେବା ଆରମ୍ଭ କରାଯିବ ।

Leave A Reply

Your email address will not be published.