ଗରିବ ଲୋକଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି । ବହୁତ୍ ଗୁଡ଼ିଏ ଯୋଜନା ଗରିବଙ୍କ ହିତରେ କାର୍ଯ୍ୟକାରୀ ହେଉଛି । ଗରିବ ଲୋକଙ୍କୁ କମ୍ ମୂଲ୍ୟରେ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ସହିତ ସରକାର କମ୍ ମୂଲ୍ୟ ବା ମାଗଣାରେ ରାସନ୍ ମଧ୍ୟ ଯୋଗାଉଛନ୍ତି, ସେଥିରେ ରାସନ୍ କାର୍ଡ ମଧ୍ୟ ସାମିଲ ରହିଛି । ରାସନ୍ କାର୍ଡ ଯୋଗୁଁ ଗରିବ ଲୋକମାନେ କମ୍ ମୂଲ୍ୟରେ ବା ମାଗଣାରେ ପରିବାର ସଦସ୍ୟଙ୍କ ଅନୁସାରେ ରାସନ୍ ନେଇପାରୁଛନ୍ତି । କିନ୍ତୁ ତୁରନ୍ତ ରାସନ୍ କାର୍ଡରେ ଗୋଟିଏ ଜିନିଷ ଅପଡେଟ କରିବା ମଧ୍ୟ ଆବଶ୍ୟକ ରହିଛି, ନଚେତ୍ ରାସନ୍ କାର୍ଡଧାରକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ମଧ୍ୟ ପଡିପାରେ । ତେବେ ଚାଲନ୍ତୁ ଜାଣିବା କଣ ରହିଛି ସେହି ଅପଡେଟ ।
ଆପଣଙ୍କୁ ରାସନ୍ କାର୍ଡରେ ମୋବାଇଲ ନମ୍ବର ଅପଡେଟ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ରାସନ୍ କାର୍ଡରେ ଭୁଲ ନମ୍ୱର୍ ଅପଡେଟ ହୋଇଛି କିମ୍ବା ପୁରୁଣା ନମ୍ୱର୍ ଅପଡେଟ ରହିଛି, ତେବେ ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଏହାସହିତ ରାସନ୍ କାର୍ଡ ସହ ଜଡ଼ିତ ଅନ୍ୟ ଅପଡେଟ ଗୁଡ଼ିକ ମଧ୍ୟ ଉପଲବ୍ଧ ହେବନାହିଁ । ତେଣୁ ଯେଉଁ ନମ୍ୱରକୁ ଆପଣ ବ୍ୟବହାର କରୁଛନ୍ତି, ରାସନ୍ କାର୍ଡରେ ଥିବା ମୋବାଇଲ୍ ନମ୍ୱରକୁ ଅପଡେଟ କରିବା ବହୁତ୍ ଜରୁରୀ ।
ପ୍ରତ୍ୟେକ ରାଜ୍ୟ ପାଇଁ ଏକ ଅଲଗା ରାସନ୍ କାର୍ଡ ଜାରି ହୋଇଥାଏ । ଏଭଳି ପରିସ୍ଥିତିରେ ମୋବାଇଲ ନମ୍ୱରକୁ ରାଜ୍ୟ ଅନୁଯାୟୀ ଅପଡେଟ କରାଯାଇପାରିବ । ଏହାର ପ୍ରକ୍ରିୟା ଆପଣ ଅନଲାଇନ୍ ଜରିଆରେ ମଧ୍ୟ କରିପାରିବେ । ତେବେ ଏହା ଛଡ଼ା ଆପଣ ଘରେ ବସି ରାସନ୍ କାର୍ଡରେ ଆପଣଙ୍କ ନାମ ଅଛି କି ନାହିଁ କେମିତି ଯାଞ୍ଚ୍ କରିବେ, ତାହା ମଧ୍ୟ ଜାଣିନିଅନ୍ତୁ ।
– ଏଥିପାଇଁ ଆପଣଙ୍କୁ NFSA ର ୱେବସାଇଟକୁ ଯିବାକୁ ପଡିବ ।
– ରାସନ୍ କାର୍ଡ ତାଲିକାରେ ଆପଣଙ୍କ ନାମ କଟିଛି କି ନାହିଁ ତାହା ଜାଣିବାପାଇଁ ଆପଣଙ୍କୁ ତାହାର ଅଫିସିଆଲ୍ ୱେବସାଇଟ nfsa.gob.inକୁ ଯିବାକୁ ପଡିବ ।
– ଏହାପରେ ଆପଣ ରାସନ୍ କାର୍ଡର ବିକଳ୍ପ ଚୟନ କରିବେ ।
– ବର୍ତ୍ତମାନ ଆପଣଙ୍କୁ ରାସନ୍ କାର୍ଡ ଡିଟେଲ ଅନଷ୍ଟେଟ୍ ପୋର୍ଟାଲ ବିକଳ୍ପ ଉପରେ କ୍ଲିକ୍ କରିବାକୁ ପଡ଼ିବ ।
– ଯାହା ପରେ ଆପଣଙ୍କୁ ଏଥିରୁ ନିଜ ରାଜ୍ୟ ଏବଂ ଜିଲ୍ଲା ବାଛିବାକୁ ପଡିବ । ଜିଲ୍ଳା ପରେ ଆପଣଙ୍କୁ ବ୍ଲକର ନାମ ଏବଂ ତାପରେ ପଞ୍ଚାୟତର ନାମ ବାଛିବାକୁ ପଡ଼ିବ ।
– ଏବେ ଆପଣ ଏଠାରେ ନିଜ ରାସନ୍ ଦୋକାନୀର ନାମ ଏବଂ ରାସନ୍ କାର୍ଡର ପ୍ରକାର ଚୟନ କରିବେ ।
– ଏହାପରେ ଆପଣଙ୍କ ସାମ୍ନାରେ ନାମର ଏକ ତାଲିକା ଆସିବ, ଯାହାକି ରାସନ୍ କାର୍ଡହିତାଧିକାରୀଙ୍କର ହୋଇଥାଏ । ଆପଣ ଏହି ତାଲିକାରେ ନିଜ ନାମ ଦେଖିପାରିବେ ।
– ଯଦି ଏହି ତାଲିକାରେ ଆପଣଙ୍କ ନାମ ଅଛି, ତେବେ ଆପଣଙ୍କ ନାମ କଟିନାହିଁ । ଆପଣ ଏହି ତାଲିକାକୁ ଡାଉନଲୋଡ୍ କରି ମଧ୍ୟରଖିପାରିବେ ।