ଆଜି ଭାରତ-ଅଷ୍ଟ୍ରେଲିଆ ନିର୍ଣ୍ଣାୟକ ଟ୍ବେଣ୍ଟି-୨୦,ପାକିସ୍ତାନର ବିଶ୍ୱ ରେକର୍ଡ ଭାଙ୍ଗି ଆଜି ଇତିହାସ ରଚିବ ଭାରତ!

0

Get real time updates directly on you device, subscribe now.

ତେବେ ବନ୍ଧୁଗଣ ରବିବାର ଅର୍ଥାତ୍ ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟି-ଟ୍ୱେଣ୍ଟି ଖେଳାଯିବ । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତିଛନ୍ତି । ୧-୧ରେ ସ୍ଥିତି ଏବେ ବରାବର ରହିଛି । ଆଜିର ମ୍ୟାଚ୍‌କୁ ଫାଇନାଲ୍‌ ମାନ୍ୟତା ଦେଲେ ଭୁଲ ହେବ ନାହିଁ । ଉଭୟ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରି ଟ୍ରଫି ହାସଲ କରିବାକୁ ପ୍ରସ୍ତୁତ ।ମୋହାଲିରେ ୨୦୮ ରନ୍‌ ସଂଗ୍ରହ କରି ମଧ୍ୟ ଭାରତ ପରାଜିତ ହୋଇଥିଲା । ନାଗପୁରରେ ବର୍ଷା ବାଧା ସୃଷ୍ଟି କରିବାରୁ ୮ ଓଭର ବିଶିଷ୍ଟ ମ୍ୟାଚ୍‌ ଖେଳା ଯାଇଥିଲା ।

ରୋହିତ ଶର୍ମାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ବିଜୟୀ ହୋଇଥିଲା । ତେବେ ମହାରାଷ୍ଟ୍ରର ନାଗପୁରରେ ଶୁକ୍ରବାର ଖେଳା ଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌କୁ ଜିତି ଯାଇଥିଲା ଭାରତ । ଏହା ସହିତ ୩ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌କୁ ୧-୧ ସ୍ତରକୁ ଆଣିଛି ଘରୋଇ ଦଳ । ଏହି ମ୍ୟାଚ୍‌ରେ ବିଜୟୀ ହେବା ସହିତ ଭାରତୀୟ ଦଳ ପାକିସ୍ତାନର ଏକ ରେକର୍ଡର ସମକକ୍ଷ ହୋଇଛି । ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଟି-ଟ୍ୱେଣ୍ଟି ମ୍ୟାଚ୍ ଜିତିବାର ରେକର୍ଡ ପାକିସ୍ତାନ ନାଁରେ ଥିଲା ।

୨୦୨୧ରେ ପାକିସ୍ତାନ ଏହି ରେକର୍ଡ ସୃଷ୍ଟି କରିଥିଲା । ଆଉ ସେହିବର୍ଷ ପାକିସ୍ତାନ ୨୦ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଜିତିଥିଲା । ଗତ ଶୁକ୍ରବାର ଦିନ ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ହରାଇବା ସହିତ ଟିମ୍ ଇଣ୍ଡିଆ ପାକିସ୍ତାନର ଏହି ରେକର୍ଡର ସମକକ୍ଷ ହୋଇ ଯାଇଥିଲା । ଦଳ ୨୦୨୨ରେ ଏଯାବତ୍ ୨୦ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଜିତି ସାରିଲାଣି । ଚଳିତ ବର୍ଷ ଭାରତୀୟ ଦଳ ୨୭ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଥିବା ବେଳେ ସେଥିରୁ ୨୦ଟିରେ ବିଜୟ ହାସଲ କରିଛି । ଆଉ ଆଜି ମ୍ୟାଚ୍ ଜିତି ପାକିସ୍ତାନର ରେକର୍ଡ ଭାଙ୍ଗିବାକୁ ଭାରତ ପାଖରେ ସୁଯୋଗ ରହିଛି । କାରଣ ଆଜି ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ ।

ହାଇଦ୍ରାବାଦରେ ଖେଳା ଯିବାକୁ ଥିବା ଏହି ମ୍ୟାଚ୍‌ରେ ବିଜୟ ହାସଲ କଲେ ଭାରତ ସିରିଜ୍ ହାତେଇବା ସହ ପାକିସ୍ତାନର ରେକର୍ଡ ମଧ୍ୟ ଭାଙ୍ଗିବ । ଅନ୍ୟପକ୍ଷରେ ଆଜିର ମ୍ୟାଚ୍‌କୁ ମିଶାଇ ଚଳିତ ବର୍ଷ ଭାରତ ସର୍ବନିମ୍ନ ୯ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବ । ତେବେ ସୂଚନାଯୋଗ୍ୟ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ସରିବା ପରେ ଦକ୍ଷିଣ ଆଫ୍ରିକା ଭାରତ ଆସିବ ।

Leave A Reply

Your email address will not be published.