ବଡ ଖୋଲାସା : ଶାରୀରିକ ସମ୍ପର୍କ ରଖିବାକୁ ମନାକରିଦେବାରୁ ଅଙ୍କିତାକୁ ହତ୍ୟା କଲେ ବିଜେପି ନେତାଙ୍କ ପୁଅ

0

Get real time updates directly on you device, subscribe now.

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଉତ୍ତରାଖଣ୍ଡର ୧୯ ବର୍ଷିୟା ରିସେପସନିଷ୍ଟ ଅଙ୍କିତା ହତ୍ୟାକାଣ୍ଡର ଗୁମର ଖୋଲିଛି। ପବିତ୍ର ଭୂମିକୁ ଥରାଇ ଦେଇଛି ଏମିତି ଏକ ଜଘନ୍ୟ କାଣ୍ଡ। ରିସର୍ଟ ରିସେପସନିଷ୍ଟ ଓ ଅନ୍ଧକାର ରାତି। ସେହି ଘନ ଅନ୍ଧକାରରେ ଏମିତି କଣ ହୋଇଥିଲାଯେ ଯାହାଫଳରେ ବିଜେପି ନେତାଙ୍କ ପୁଅ ପୁଲକିତ ଆର୍ଯ୍ୟ ବନ୍ଧା ହୋଇଛନ୍ତି। ଦେହ ବ୍ୟବସାୟ ପାଇଁ ସେ ଅଙ୍କିତାଙ୍କ ଉପରେ ଚାପ ପକାଉଥିଲେ। ଶାରୀରିକ ସମ୍ପର୍କ ରଖିବା ପାଇଁ ଅଙ୍କିତାଙ୍କୁ ବାଧ୍ୟ କରୁଥିଲେ। ଏସବୁ ପାଇଁ ମନା କରିବାରୁ ସବୁଦିନ ପାଇଁ ରିସେପସନିଷ୍ଟ ଅଙ୍କିତାଙ୍କୁ ନୀରବ କରିଦେଇଥିଲେ ଏହି ନରରୂପୀ ରାକ୍ଷସ।

ଉତ୍ତରାଖଣ୍ଡର ପୌଡି ଗଡୱାଡ ଜିଲ୍ଲାର ଜମତେଶ୍ଵର ଅଞ୍ଚଳର ଅଭାବନୀୟ ଘଟଣା ଘଟିଛି। ଏକ ରିସର୍ଟର ରିସେପସନିଷ୍ଟ ଥିବା ୧୯ ବର୍ଷୀୟ ଅଙ୍କିତାଙ୍କୁ ନଦୀରେ ଠେଲି ହତ୍ୟା କରିଦିଆଯାଇଛି। ଗତ ୧୮ ତାରିଖରୁ ଅଙ୍କିତା ନିଖୋଜ ଥିଲେ। ହତ୍ୟାକାରୀ ମାନେ ତାଙ୍କୁ ପାହାଡ ନିକଟରେ ଥିବା କେନାଲ ହତ୍ୟା କରି ଫିଙ୍ଗିଦେଇଥିଲେ। ଏଥିପାଇଁ ପୁଲକିତ ଆର୍ଯ୍ୟଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏଥିପାଇଁ ପୁଲକିତଙ୍କର ରିସର୍ଟକୁ ଭାଙ୍ଗି ଦିଆଯାଇଛି। ଵହି ଘଟଣାରେ ୩ଜଣ ଗିରଫ ହୋଇଛନ୍ତି।

ସୂଚନା ଅନୁସାରେ, ପୁଲକିତ ଓ ତାଙ୍କର ୨ ସାଥି ଧରା ପଡିବା ପରେ ସମସ୍ତ ସତ କଥା କହିଛନ୍ତି। ସେଦିନ ରାତିରେ ୩ଜଣ ଅଭିଯୁକ୍ତ ଓ ଅଙ୍କିତା ରିସର୍ଟରୁ ବାହାରି ଫାଷ୍ଟଫୁଡ ଖାଇଥିଲେ ଓ ତାପରେ ମଦ ପିଇଥିଲେ। ତାପରେ ପୁଲକିତ ଅଙ୍କିତାଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ କହିଥିଲେ। ଯେଉଁଥିରେ ଅଙ୍କିତା ରାଗି ଯାଇଥିଲେ। ଅଙ୍କିତା ଓ ପୁଲକିତଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ଅଙ୍କିତା ରାଗିଯାଇ ପୁଲକିତଙ୍କ ଫୋନକୁ କେନାଳକୁ ଫିଙ୍ଗିଦେଇଥିଲେ।

ଏହାପରେ ପୁଲକିତ ମଧ୍ୟ ରାଗି ଯାଇ ଟକ୍ର ୨ ସାଥିଙ୍କ ସହଯୋଗରେ ଅଙ୍କିତାଙ୍କର ହତ୍ୟା କରି କେନାଲକୁ ଫିଙ୍ଗିଦେଇଥିଲେ। ଏହାପରେ ପୁଲକିତଙ୍କ ବାପା ଯିଏକି ବିଜେପିର ଜଣେ ପ୍ରଭାରୀ ନେତା ବିନୋଦ ଆର୍ଯ୍ୟଙ୍କୁ ଦଳ ଦଳରୁ ନିଲମ୍ବିତ କରିଦିଆଯାଇଛି।

Leave A Reply

Your email address will not be published.