ସନ୍ତାନଟିଏ ଲୋଭରେ ସ୍ତ୍ରୀ କରାଇଲା ସ୍ୱାମୀର ଦ୍ୱିତୀୟ ବିବାହ, କିନ୍ତୁ ଯେତେବେଳେ ପିଲା ଜନ୍ମ ହେଲା,ତା ପରେ ଘଟିଲା ଏମିତି କାଣ୍ଡ,ଜାଣନ୍ତୁ ପୁରା ମାମଲା
ବିବାହ ପରେ ପ୍ରତ୍ୟେକ ଦମ୍ପତି ଚାହିଁଥାନ୍ତି ଯେ ତାଙ୍କ ବଂଶ ଆଗକୁ ବଢ଼ୁ । କିନ୍ତୁ କିଛି ଦମ୍ପତିଙ୍କୁ ବାପାମାଆ ହେବାର ସୌଭାଗ୍ୟ ମିଳେନାହିଁ । ଏପରି ପରିସ୍ଥିତିରେ ସେମାନେ ନିଜର ମେଡିକାଲ୍ ଟ୍ରିଟମେଣ୍ଟ କରାଇଥାନ୍ତି, ସରୋଗେସିର ସାହାରା ନିଅନ୍ତି କିମ୍ବା ପିଲା ଆଡପ୍ଟ କରନ୍ତି । କିନ୍ତୁ ଆଗ୍ରାର ଏକ ବିବାହିତ ଦମ୍ପତି ତ ସୀମା ପାର କରିଦେଲେ । ଏଠାରେ ନିଜେ ସ୍ତ୍ରୀ ପିଲା ଲୋଭରେ ନିଜ ସ୍ବାମୀଙ୍କ ଦ୍ୱିତୀୟ ବିବାହ କରିଦେଲା । ତେବେ ଯେତେବେଳେ ପିଲା ଜନ୍ମ ହେଲା, ସେତେବେଳେ ମାମଲା ନୂଆଁ ମୋଡ ନେଲା ।
ସ୍ତ୍ରୀ କରାଇଲା ସ୍ୱାମୀର ଦ୍ୱିତୀୟ ବିବାହ :-
ବାସ୍ତବରେ ହାଥରସର ବାସିନ୍ଦା ସୁନୀତାଙ୍କ ବିବାହ ତାଜଗଞ୍ଜ ଅଞ୍ଚଳର ସୁନିଲଙ୍କ ସହ ହୋଇଥିଲା । ବିବାହ ପରେ ଯୁବତୀ ଜାଣିଲେ ଯେ ସୁନୀଲ ପୂର୍ବରୁ ବିବାହିତ ଅଟନ୍ତି । ତାର ଏହି ଦ୍ୱିତୀୟ ବିବାହ ତା ସ୍ତ୍ରୀ ମମତା କରାଇଛି । ମମତା ଏବଂ ସୁନୀଲଙ୍କର ବିବାହ ପରେ ପିଲା ଜନ୍ମ ହେଉନଥିଲା । ତେଣୁ ସେମାନେ ନିଜ ବଂଶକୁ ଆଗକୁ ବଢ଼ାଇବା ପାଇଁ ସୁନୀଲଙ୍କ ଦିତୀୟ ବିବାହ କରାଇଦେଲେ ।
ବର୍ତ୍ତମାନ୍ ଏହି ମାମଲାରେ ଆଶ୍ଚର୍ଯ୍ୟର କଥା ଏହା ଯେ ସୁନିତାଙ୍କୁ ସମ୍ପର୍କ ସ୍ଥିର କରିବା ସମୟରେ କେହି କହିନଥିଲେ ଯେ ସୁନୀଲ ପୁର୍ବରୁ ହିଁ ବିବାହିତ ଅଟନ୍ତି । ଏହାଛଡା ତାକୁ ଏମାନଙ୍କ ପିଲା ଲୋଭ କଥା ମଧ୍ୟ ଜଣାନଥିଲା । ଏ କଥା ତ ସେତେବେଳେ ଖୁଲାସା ହେଲା, ଯେତେବେଳେ ସୁନୀତା ନିଜ ଶାଶୂଘରେ ପହଞ୍ଚିଲେ । ଏଠାରେ ତାଙ୍କ ସ୍ଵାମୀଙ୍କ ପ୍ରଥମ ସ୍ତ୍ରୀ ପିଲା ଜନ୍ମ କରି ଛାଡ଼ପତ୍ର ନେବାକୁ ଚାପ ପକାଇବାକୁ ଲାଗିଲା । ଆଶ୍ଚର୍ଯ୍ୟର କଥା ଏହା ଯେ ପ୍ରଥମ ସ୍ତ୍ରୀର ବାପଘର ଲୋକେ ମଧ୍ୟ ଏହି ଷଡ଼ଯନ୍ତ୍ରରେ ସାମିଲ ଥିଲେ ।
ପିଲା ଜନ୍ମ କରିବା ବଦଳରେ ଦେଲା 10 ଲକ୍ଷ ଟଙ୍କାର ଅଫର୍ :-
ବର୍ତ୍ତମାନ୍ ପୀଡ଼ିତା ଅନେକ ଜାଗାକୁ ଯାଇ ନ୍ୟାୟ ମାଗୁଛନ୍ତି । ସେ ନିଜକୁ ଠକାମୀର ଶିକାର ହୋଇଛନ୍ତି ବୋଲି ଅନୁଭବ କରୁଛନ୍ତି । ତାଙ୍କୁ ପିଲା ଜନ୍ମ କରିବା ଏବଂ ତାପରେ ଛାଡପତ୍ର ଦେଇ ଚାଲିଯିବା ପାଇଁ ଦଶ ଲକ୍ଷ ଟଙ୍କାର ଅଫର ମଧ୍ୟ ଦିଆଯାଉଛି । ତାଙ୍କୁ ଏହା ମଧ୍ୟ କୁହାଯାଇଛି ଯେ ପିଲା ଜନ୍ମ କରିବାପରେ ତୁମେ ଆଉ କୋଉଠି ଦ୍ୱିତୀୟ ବିବାହ କରିଦେବ । ପ୍ରଥମ ସ୍ତ୍ରୀର ଉଭୟ ଭାଇ ପୋଲିସ ଅଟନ୍ତି । ତେଣୁ ସେ ତାଙ୍କ ଉପରେ ଚାପ ପକାଉଛି ।
ବର୍ତ୍ତମାନ୍ ପୀଡ଼ିତା ସ୍ବାମୀ, ସ୍ତ୍ରୀ ଏବଂ ଅନ୍ୟ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ପୋଲିସ ମାମଲାର ଯାଞ୍ଚ କରୁଛି । ସେପଟେ ସୋସିଆଲ ମିଡିଆରେ ଯେତେବେଳେ ଏହି ଖବର ସାମ୍ନାକୁ ଆସିଲା, ସେତେବେଳେ ଲୋକେ ଆଶ୍ଚର୍ଯ୍ୟ ହେଲେ ଯେ ପ୍ରକୃତରେ ଜଣେ ସ୍ତ୍ରୀ ନିଜ ସ୍ୱାମୀର ଦ୍ୱିତୀୟ ବିବାହ କିପରି କରାଇପାରିବ । ତାହା ପୁଣି ପିଲା ଲୋଭରେ !