ଭାରତୀୟ କ୍ରିକେଟ ଦଳର ଷ୍ଟାର ଦୃତ ବୋଲର ଭୁବନେଶ୍ବର କୁମାର ନିଜର ଶାନଦାର ବୋଲିଂ ପାଇଁ ଜଣାଶୁଣା। ଭାରତ ତରଫରୁ ଖେଳି ସେ ବିଗତ କିଛି ମ୍ୟାଚରେ ଯେଉଁ ପରି ବୋଲିଂ କରିଛନ୍ତି, ତାହାକୁ ନେଇ ଅଧିନାୟକ ରୋହିତ ଶର୍ମା ଓ ଭାରତୀୟ ଦଳର ମ୍ୟାନେଜମେଣ୍ଟ ବହୁତ ଅସୁବିଧାରେ ପଡିଯାଇଛନ୍ତି।
ନିକଟରେ ଶେଷ ହୋଇଥିବା ଏସିଆ କପ ୨୦୨୨ରେ ଯେତେବେଳେ ସୁପର ୪ରେ ଭାରତକୁ ପାକିସ୍ତାନ ବିପକ୍ଷରେ ପରାଜୟ ମିଳିଥିଲା ସେତେବେଳେ ୧୯ତମ ଓଭର ଭୁବନେଶ୍ବର କୁମାର ପକାଇଥିଲେ। ଭୁବି ନିଜର ଯାଦୁ ଦେଖାଇପାରିନଥିଲେ। ଓ ଭାରତ ମ୍ୟାଚ ହାରିଯାଇଥିଲା। ଏହାପରେ ସୁପର ୪ ରେ ଭାରତକୁ ଶ୍ରୀଲଙ୍କା ଠାରୁ ପରାଜୟ ମିଳିଥିଲା ଫାଇନାଲରେ ପହଞ୍ଚିବାର ସ୍ଵପ୍ନ ଭାଙ୍ଗିଗଲା। ଏଥର ମଧ୍ୟ ୧୯ତମ ଓଭରରେ ଭୁବି ପକାଇଥିଲେ। ଫଳାଫଳ ସେ ରନ ରୋକିପାରିଲେ ନାହିଁ ଓ ଶ୍ରୀଲଙ୍କା ସହଜରେ ମ୍ୟାଚ ଜିତିନେଲ।
ବର୍ତ୍ତମାନ ସମୟରେ ଅଷ୍ଟ୍ରେଲିଆ ଦଳ ତିନୋଟି ଟି-୨୦ ମ୍ୟାଚର ସିରିଜ ପାଇଁ ଭାରତରେ ଅଛି। ତିନି ମ୍ୟାଚର ସିରିଜର ପ୍ରଥମ ମ୍ୟାଚ ପଞ୍ଜାବର ମୋହାଲିରେ ମଙ୍ଗଳବାର ଦିନ, ସେପ୍ଟେମ୍ବର ୨୦ ରେ ଖେଳାଯାଇଥିଲା। ଭାରତୀୟ ବ୍ୟାଟ୍ସମ୍ୟାନ ବ୍ୟାଟିଂ କରି ଅଷ୍ଟ୍ରେଲିଆ ସାମ୍ନାରେ ୨୦୯ ରନର ଲକ୍ଷ୍ୟ ରଖିଥିଲେ। କିନ୍ତୁ ଭାରତୀୟ ବୋଲର ପ୍ରବଳ ମାଡ ଖାଇଥିଲେ।
ପୁଣିଥରେ ଭୁବନେଶ୍ୱର କୁମାର ନିଜର ଯାଦୁ ଦେଖାଇବାରେ ବିଫଳ ହୋଇଥିଲେ। ଭୁବି ମଧ୍ୟ ଏହି ମ୍ୟାଚର ୧୯ ତମ ଓଭର ବୋଲିଂ କରିଥିଲେ। ମ୍ୟାଚ ଏପରି ଦିଗରେ ଥିଲା ଯେଉଁଠାରେ ଭୁବି ଭଲ ବୋଲିଂ କରିଥାନ୍ତେ, ଫଳାଫଳ ଭାରତ ସପକ୍ଷରେ ହୋଇଥାନ୍ତା କିନ୍ତୁ ଭୁବି ପୁଣିଥରେ ଆଶା ହରାଇଥିଲା। ବର୍ତ୍ତମାନ ଭୁବନେଶ୍ୱର କୁମାରଙ୍କ ଦଳରେ ସ୍ଥାନ ଉପରେ ପ୍ରଶ୍ନ ଉଠିଛି। ତିନୋଟି ବଡ ସୁଯୋଗରେ ସେ ୧୯ତମ ଓଭରରେ ଚମତ୍କାର ପ୍ରଦର୍ଶନ କରିପାରି ନଥିଲେ। ତାଙ୍କୁ ବହୁତ ଟ୍ରୋଲ ମଧ୍ୟ କରାଯାଉଛି।
ସୋସିଆଲ ମିଡିଆରେ ଭୁବନେଶ୍ବରଙ୍କ ପ୍ରଶଂସକ ଖୁସି ନାହାନ୍ତି। ତାଙ୍କ ବିରୁଦ୍ଧରେ ବହୁତ ରାଗ ବାହାର କରୁଛନ୍ତି। ଇତି ମଧ୍ୟରେ ତାଙ୍କର ସମର୍ଥନରେ ଏକ ଖାସ ବ୍ୟକ୍ତି ଆସିଛନ୍ତି। ସେ ହେଉଛନ୍ତି ତାଙ୍କର ପତ୍ନୀ ନୁପୁର ନାଗର। ନୁପୁର ସଙ୍କଟ ସମୟରେ ନିଜର ସ୍ଵାମୀ ଭୁବନେଶ୍ବର କୁମାରଙ୍କ ସହିତ ଛିଡା ହୋଇଛନ୍ତି। ସେ ଭୁବିଙ୍କୁ ଟ୍ରୋଲ କରୁଥିବା ଲୋକଙ୍କୁ ଏକଦମ ଭେଲେ ବୋଲି କହିଦେଲେ।
ନିକଟରେ ନୁପୁର ନିଜr ଇନଷ୍ଟାଗ୍ରାମରେ ଏକ କାହାଣୀ ସେୟାର କରିଥିଲେ। ଏଥିରେ ଲେଖାଥିଲା ଯେ, “ଆଜିକାଲି ଲୋକମାନେ ସମ୍ପୂର୍ଣ୍ଣ ଭେଲେ ହୋଇପଡିଛନ୍ତି। ସେମାନଙ୍କର କୌଣସି କାମ ନାହିଁ। ଲୋକମାନେ ଏତେ ଫାଙ୍କା ଅଛନ୍ତିଯେ ତାଙ୍କ ପାଖରେ ଘୃଣା ବିସ୍ତାର କରିବାକୁ ସେମାନଙ୍କର ବହୁତ ସମୟ ଅଛି। ସମସ୍ତଙ୍କୁ ମୋର ସମସ୍ତଙ୍କୁ ଉପଦେଶ ହେଉଛିକି ଆପଣଙ୍କ କଥାରୁ କାହାରିକୁ କିଛି ଫରକ ପଡେ ନାହିଁ। ଆପଣଙ୍କର ଉପସ୍ଥିତି ମଧ୍ୟ କାହାରିକୁ ଫରକ ପକାଏ ନାହିଁ। ତେଣୁ ଆପଣ ନିଜକୁ ଉନ୍ନତ କରିବା ପାଇଁ ଏହି ସମୟ ନେବା ଉଚିତ। ଏହାର ସମ୍ଭାବନା (ଭଲ ହେବାର)ମଧ୍ୟ ବହୁତ କମ ଅଟେ।
ଗାଭାସ୍କର ଭୁବିଙ୍କୁ ଗାଳି ଦେଲେ…:-
ଭୁବିଙ୍କ ବୋଲିଂକୁ ନେଇ ପୂର୍ବ କ୍ରିକେଟର ସୁନୀଲ ଗାଭାସ୍କର ମଧ୍ୟ ଖୁସି ନାହାନ୍ତି। ସେ କହିଥିଲେକି,”ଭୁବନେଶ୍ବର କୁମାରଙ୍କ ପରି ବୋଲରଙ୍କୁ ଯେତେବେଳେବି ବୋଲିଂ କରିବାକୁ ଦିଆଯାଇଛି ସେ ପ୍ରତ୍ୟେକ ଥର ରନ ବହୁତ ଦେଉଛନ୍ତି। ପାକିସ୍ତାନ, ଶ୍ରୀଲଙ୍କା ଓ ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷରେ ତିନୋଟି ମ୍ୟାଚରେ ୧୮ ବଲରେ(୧୯ ତମ ଓଭରରେ ବୋଲିଂ କରି) ୪୯ ରନ ଦେଇଛନ୍ତି।
ଗାଭାସ୍କର ଆହୁରି କହିଥିଲେକି, ଏହା ପାଖାପାଖି ତିନି ରନ ପ୍ରତି ବୋଲ ପିଛା ରହିଛି। ତାଙ୍କ ପରି ଅନୁଭବ ଓ କ୍ଷମତା ବିଶିଷ୍ଟ ବୋଲରଙ୍କ ଠାରୁ ଆପଣ ଆଶା କରନ୍ତିକି ସେ ୧୮ ବଲରେ ୩୫ ରୁ ୩୬ ରନ ଦେବେ। ଏହା ବାସ୍ତବରେ ଏକ ଚିନ୍ତାର ବିଷୟ ଅଟେ।”