ଝିଅମାନଙ୍କ ହୃଦୟ ଜିତିଥାଆନ୍ତି ଏପରି ପୁରୁଷ, କଣ ଆପଣଙ୍କ ମଧ୍ୟରେ ରହିଛି ଏହି ଗୁଣ ?

0

Get real time updates directly on you device, subscribe now.

କିଛି ପୁଅଙ୍କୁ ଲାଗେ ଯେ ଝିଅମାନେ କେବଳ ଲୁକ୍ ଦ୍ଵାରା ଇମ୍ପ୍ରେସ ହୁଅନ୍ତି, କିନ୍ତୁ ଏପରି ବିଲକୁଲ ନୁହେଁ । ବାସ୍ତବରେ ପ୍ରତ୍ୟେକ ପୁଅମାନଙ୍କ ମଧ୍ୟରେ ଏପରି କିଛି ଗୁଣ ରହିଥାଏ, ଯାହା ଝିଅମାନଙ୍କୁ ଖୁବ୍ ଭଲ ଲାଗେ । ତେବେ ଆସନ୍ତୁ ଜାଣିବା ସେହି ଗୁଣଗୁଡ଼ିକ ବିଷୟରେ, ଯଦି ସେହି ଗୁଣ ଆପଣଙ୍କ ମଧ୍ୟରେ ରହିଛି ତେବେ ଝିଅମାନେ ନିଜେ ନିଜେ ଇମ୍ପ୍ରେସ ହୋଇଯିବେ ।

ସତ କହୁଥିବା ପୁଅ :-

ଅନେକ ପୁଅ କଥା କଥାରେ ଝିଅମାନଙ୍କୁ ମିଛ କହିଦିଅନ୍ତି, ଯାହାକି ଝିଅମାନେ ଜମାରୁ ପସନ୍ଦ କରନ୍ତି ନାହିଁ । ବାସ୍ତବରେ ଯଦି ଆପଣ କାହାକୁ ମିଛ କୁହନ୍ତି ଏବଂ ପରେ ସେ ଝିଅ ଆପଣଙ୍କ ସତ ଜାଣେ, ସେତେବେଳେ ସେ ଝିଅ ଆଗକୁ ଆପଣଙ୍କ କଥାକୁ ବିଶ୍ବାସ ମଧ୍ୟ କରି ନପାରେ । ଏପରି ପରିସ୍ଥିତିରେ କଥା ଆରମ୍ଭ ହେବା ପୂର୍ବରୁ ବିଗିଡିଯାଏ, ତେଣୁ କେବେ ବି ମିଛର ସାହାରା ନିଅନ୍ତୁ ନାହିଁ ।

ସମ୍ମାନ ଦେଉଥିବା ପୁଅ :-

ପ୍ରତ୍ୟେକ ଝିଅକୁ ଯେକୌଣସି ସମ୍ପର୍କରେ ସମ୍ମାନ ଦରକାର୍ ହୋଇଥାଏ । ଯଦି ଆପଣ ମଧ୍ୟ ମହିଳାମାନଙ୍କୁ ସମ୍ମାନ ଦିଅନ୍ତି ଏବଂ ସବୁବେଳେ ସେମାନଙ୍କ ସହ ଭଲରେ କଥା ହୁଅନ୍ତି, ତେବେ ଆପଣ ଝିଅମାନଙ୍କର ପ୍ରଥମ ପସନ୍ଦ ହୋଇପାରିବେ ।

ଫିଲିଙ୍ଗ କହୁଥିବା ପୁଅ :-

ରିସର୍ଚ୍ଚ କହିଥାଏ ଯେ ଅଧିକାଂଶ ମହିଳାଙ୍କୁ ଏପରି ପୁରୁଷ ଭଲ ଲାଗନ୍ତି, ଯେଉଁମାନେ ନିଜ ଫିଲିଙ୍ଗକୁ ଖୋଲିକି କହିପାରୁ ଥିବ । ଏହାଦ୍ବାରା କମ୍ୟୁନିକେସନ ଗ୍ୟାପ କମ୍ ହୋଇଥାଏ ଏବଂ ପରସ୍ପରକୁ ବୁଝିବାରେ ସହଜ ହୋଇଥାଏ ।

ଭୁଲକୁ ସ୍ବୀକାର କରୁଥିବା ପୁଅ :-

ଯୁବକମାନେ ସବୁବେଳେ ନିଜ ଭୁଲ ସ୍ୱୀକାର କରିବାରୁ ବଞ୍ଚିତ ରୁହନ୍ତି । ବାସ୍ତବରେ ଝିଅମାନଙ୍କୁ ଏପରି ପୁଅମାନେ ମଧ୍ୟ ପସନ୍ଦ, ଯେଉଁମାନେ ଭୁଲ ହେବାପରେ ସ୍ବୀକାର ମଧ୍ୟ କରନ୍ତି ।

ରୋମାଣ୍ଟିକ:-

ଶେଷରେ ଝିଅମାନଙ୍କୁ ରୋମାଣ୍ଟିକ ପିଲା ମଧ୍ୟ ଭଲ ଲାଗନ୍ତି । ଯେପରି, ଯିଏ ଭିଡ ଥିବା ସ୍ଥାନରେ ତାକୁ ପ୍ରୋଟେକ୍ଟ କରେ, ଇମୋସନାଲି ତା ସହ ରୁହେ, ତାକୁ ସମୟ ଦିଏ ଏବଂ ଫୋନରେ ଭଲରେ କଥା ହୁଏ । ଏପରି ଯୁବକମାନଙ୍କୁ ମଧ୍ୟ ଝିଅମାନେ ଖୁବ୍ ପସନ୍ଦ କରନ୍ତି ।

ପରିବାର ଏବଂ ସାଙ୍ଗସାଥୀ ସହ ରହୁଥିବା ଯୁବକ :-

ଏପରି ଯୁବକ ଯିଏ ନିଜ ପରିବାରକୁ ନେଇ ଚାଲନ୍ତି, ସେମାନଙ୍କୁ ଝିଅମାନେ ବହୁତ୍ ପସନ୍ଦ କରନ୍ତି । ଝିଅମାନଙ୍କୁ କେବଳ ଇମ୍ପ୍ରେସ କରିବାକୁ ନୁହେଁ, ବରଂ ଯେକୌଣସି ପରିସ୍ଥିତିରେ ନିଜ ପରିବାର ସହ ରହିବା ଉଚିତ୍ ଏବଂ ସମୟ ଆସିଲେ ଦାୟିତ୍ଵ ନେବା ଉଚିତ୍ ।

Leave A Reply

Your email address will not be published.