15 ହଜାର ବାଲା Inverter ର କାମ କରିଥାଏ ଏହି ଛୋଟ ସୋଲାର ପାୱାର ଜେନେରେଟର, ସବୁ ଜିନିଷକୁ ସପ୍ଲାଇ କରିଥାଏ ଇଲେକ୍ଟ୍ରି

0

Get real time updates directly on you device, subscribe now.

Inverter ଲଗାଇବା ପାଇଁ ଚିନ୍ତା କରୁଥିଲେ ଆପଣଙ୍କ ପାଇଁ ଏକ ଶସ୍ତା ଜୁଗାଡ ନେଇ ଆସିଛୁ । ଏହାକୁ Portable Solar Power Generator ମଧ୍ୟ କୁହାଯାଏ । ଏହାର ବିଶେଷତା ହେଉଛି ଯେ ଏହା ଘରର ଯେକୌଣସି କୋଣରେ ଫିଟ୍ ହୋଇଯାଏ ଏବଂ ଘରର ସବୁ ଜିନିଷକୁ ସହଜରେ ଇଲେକ୍ଟ୍ରି ସପ୍ଲାଇ କରିଦିଏ । ଏହାକୁ କିଣିବାପାଇଁ ଆପଣଙ୍କୁ କୌଣସି ସ୍ଥାନକୁ ଯିବାକୁ ମଧ୍ୟ ପଡ଼ିବ ନାହିଁ । ଏହାସହିତ ଆପଣଙ୍କୁ ଏହାକୁ ଫିଟ୍ କରିବାପାଇଁ କୌଣସି ଇଞ୍ଜିନିୟର ମଧ୍ୟ ଦରକାର ପଡ଼ିବେ ନାହିଁ ।

SARRVAD Portable Solar Power Generator କୁ ଆପଣ Amazon ରୁ ଅର୍ଡର କରିପାରିବେ । ଏହାକୁ କିଣିବାପାଇଁ ଆପଣଙ୍କୁ 19 ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ତେବେ ଏହା ଉପରେ ଅନେକ ବ୍ୟାଙ୍କ୍ ଅଫର ମଧ୍ୟ ଚାଲିଛି ଏବଂ ଆପଣ ଏହାକୁ ଅଫର୍ ବେଳେ ଡିସକାଉଣ୍ଟ ସହିତ କିଣିପାରିବେ । ଏହା ଉପରେ ଆପଣଙ୍କୁ No-Cost EMI ର ଅପ୍ସନ୍ ମଧ୍ୟ ମିଳିବ । ଏହା ଉପରେ କମ୍ପାନୀ ତରଫରୁ 1 ବର୍ଷର ୱାରେଣ୍ଟି ମଧ୍ୟ ଦିଆଯାଉଛି ।

ଆପଣଙ୍କୁ ହୁଏତ ଏହା ଦେଖିବାକୁ ଛୋଟ ଲାଗୁଥିବ, କିନ୍ତୁ ଏହା ଘରର ପ୍ରତ୍ୟେକ ଜିନିଷକୁ ସହଜରେ ଇଲେକ୍ଟ୍ରି ସପ୍ଲାଇ କରିପାରେ । ଏହାଦ୍ବାରା ଆପଣ ସହଜରେ ଲାପଟପ୍, ଟିଭି, ଛୋଟ ଛୋଟ ଜିନିଷକୁ ଇଲେକ୍ଟ୍ରି ସପ୍ଲାଇ କରିପାରିବେ । ଯଦି ଆପଣ ଏହାକୁ କୌଣସି ଗୋଟିଏ ସ୍ଥାନରେ ରଖିବାକୁ ଚାହୁଁଛନ୍ତି, ତେବେ ଆପଣ ଏହାକୁ ଆଲମାରୀରେ ମଧ୍ୟ ଫିଟ୍ କରିପାରିବେ । ଏହାର କ୍ଷମତା 42000mAh 155Wh ଅଟେ । ଏହା ଇଲେକ୍ଟ୍ରୋନିକ ଉପକରଣକୁ ଅଧିକ ସମୟ ପର୍ଯ୍ୟନ୍ତ ଆରାମରେ ପାୱାର ଦେବାରେ ସକ୍ଷମ ଅଟେ ।

କମ୍ପାନୀ ଦାବି କରିଛି ଯେ ଥରେ ଫୁଲ ଚାର୍ଜ ହେଲେ ଏହା iPhone 8 କୁ ପ୍ରାୟ 8 ଥର ଚାର୍ଜ କରିପାରିବ । ଏହାସହିତ ଲାପଟପ, ରେଡ଼ିଓ, ମିନି ଫ୍ୟାନ, ଟିଭି ଭଳି ଜିନିଷ, ଯାହା ଲାଇନ୍ ଯିବା ମାତ୍ରେ ହିଁ ବନ୍ଦ୍ ହୋଇଯାଏ, ଏହାର ବ୍ୟବହାର ଦ୍ଵାରା ସହଜରେ ଚାଲିପାରେ ।

ଜରୁରୀକାଳୀନ ପରିସ୍ଥିତିରେ ଏହାର ବ୍ୟବହାର କରାଯାଇପାରେ । ଏହା Inverter ପରି କାମ କରିଥାଏ । କିନ୍ତୁ ଯେଉଁ ଲୋକଙ୍କ ପାଖରେ ଜିନିଷ ରଖିବାର ଅସୁବିଧା ଥାଏ, ସେମାନେ ଏହାର ବ୍ୟବହାର କରନ୍ତି । କାରଣ ଏହା କମ୍ ଜାଗାରେ ସହଜରେ ଫିଟ୍ ହୋଇଯାଏ ।

Leave A Reply

Your email address will not be published.