Aishwarya Rai Ad: ସେହି ତିନି ସେକେଣ୍ଡ,ଯାହାକି ଐଶ୍ୱର୍ଯ୍ୟା ରାୟକୁ ବନାଇଦେଲା ସୁପରଷ୍ଟାର,ବର୍ତ୍ତମାନ ଭାଇରଲ ହେଉଛି ସେହି ପୁରୁଣା ଭିଡିଓ

0

Get real time updates directly on you device, subscribe now.

ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଦୁନିଆର ସବୁଠାରୁ ସୁନ୍ଦର ମହିଳା ମଧ୍ୟରେ ଅନ୍ୟତମ|ତାଙ୍କ ସୁନ୍ଦରତା ନା କେବଳ ବଲିଉଡରେ ହଲିଉଡରେ ମଧ୍ୟ ଚର୍ଚ୍ଚା ହେଉଥାଏ|ସେ ସବୁଦିନ ପୁରୁଣା ଫଟୋ ଓ ଭିଡ଼ିଓ ସେୟାର କରନ୍ତି|ଏଵେ ତାଙ୍କର ପୁରୁଣା ୩ ସେକେଣ୍ଡର ଆଡ୍ ଭାଇରାଲ ହେଉଛି|ଏହି ଆଡ୍ ପାଖାପାଖି ୧୯ ବର୍ଷ ପୁରୁଣା ଅଟେ|ଏହି ଆଡ୍ ପାଇଁ ସେ ମିସ ୱର୍ଲ୍ଡ ବନିବା ପୂର୍ବରୁ ଚର୍ଚ୍ଚିତ ଥିଲେ|

୧୯୯୩ ରେ କୋଲଡ୍ରିଙ୍କର ଏକ ଆଡ ଆସିଥିଲା|ଯେଉଁଥିରେ ଅମିର ଖାନ୍,ମହିଲମା ଚୈଧୁରୀ ଓ ଐଶ୍ୱର୍ଯ୍ୟା ରାୟ ମୂଖ୍ୟ ଭୂମିକାରେ ଅଭିନୟ କରିଥିଲେ|ବ୍ୟୁଟି କୁଇନ ହେବା ପୂର୍ବରୁ ସେ ନାଁ କରିଥିଲେ|ତାଙ୍କ ସୁନ୍ଦରତା ପାଇଁ ସେ ବହୁ ପ୍ରୋଜେକ୍ଟରେ କାମ କରିଥିଲେ କିନ୍ତୁ କୋଲଡ୍ରିଙ୍କ ରେ ସବୁଠାରୁ ଅଲଗା ଥିଲା|ସେ ୧୯୯୪ରେ ଯେତେବେଳେ ମିସ ୱର୍ଲଡ କମ୍ପିଟେସନର ଫାଇନାଲରେ ପହଞ୍ଚିଲେ ଲାଗିଲା ସେ ଏଥିପାଇଁ ହକଦାର|

ଆଡ୍ ରେ ଦେଖିପାରିବେ ଅମୀର ଖାଁଙ୍କ ଚେସ ଖେଳୁଛନ୍ତି ସେତେବେଳେ ତାଙ୍କର ପଡୋଶୀ ମହିମା ଚୈଧୁରୀ ଆସନ୍ତି ଓ କୋଲଡ୍ରିଙ୍କ ମାଗନ୍ତି କିନ୍ତୁ ଅମୀର ଘରେ କୋଲଡ୍ରିଙ୍କ ଶେଷ ହୋଇଥାଏ|ପୁଣି ସେ ବର୍ଷାରେ ଭିଜି ଯେତେବେଳେ ଗାଡି ସହ ଧକା ହୋଇ ଯେତେବେଳେ କୋଲଡ୍ରିଙ୍କ ଆଣନ୍ତି ସେତେବେଳେ ସଞ୍ଜୁ ମାନେ ସଞ୍ଜନା ଏଣ୍ଟ୍ରି କରେ କେବଳ ୩ ସେକେଣ୍ଡର ରୋଲରେ ସଞ୍ଜୁ ବନି ଐଶ୍ୱର୍ଯ୍ୟା ସବୁ ଲାଇମ ଲାଇଟ ଲୁଟି ନେଇଥିଲେ|

ଐଶ୍ୱର୍ଯ୍ୟା ୨୦୧୮ ରେ ଶେଷଥର ପାଇଁ ଫିଲ୍ମ,”ଫନ୍ନେ ଖାଁ”ରେ ଦେଖାଯାଇଥିଲେ|ସେ ଏବେ ଶୀଘ୍ର ପୋନିୟାନ ସେଲଭମରେ ଦେଖାଯିବେ|ଏହା ୩୦ ସେପ୍ଟେମ୍ବର ଦିନ ରିଲିଜ ହେବାକୁ ଯାଉଛି|ଏହା ଚୋଳ ଶାସକଙ୍କ କାହାଣୀ ରହିଛି|

Leave A Reply

Your email address will not be published.