ମାଲିକର ମୃତ୍ୟୁ ପରେ ଦୈାଡି ଦୈାଡି ଯାଇ ଶ୍ମଶାନରେ ପହଞ୍ଚିଲା ବାଛୁରୀ,ଶବକୁ ଚାରିପଟେ ବୁଲୁବୁଲି କାନ୍ଦିବାକୁ ଲାଗିଲା, ଦେଖନ୍ତୁ ଏହି ଭିଡିଓ

0

Get real time updates directly on you device, subscribe now.

କୁହାଯାଏ ଜୀବଜନ୍ତୁ ପ୍ରେର ଭାଷା ବୁଝିପାରନ୍ତି|ବହୁଲୋକ ଏପରି ଅଛନ୍ତି ଯିଏ ଏହି ଜୀବଜନ୍ତୁଙ୍କୁ ନିଜ ଛୁଆ ଭଳି ପାଳନ ପୋଷଣ କରିଥାନ୍ତି|
ଯଦିଓ ପ୍ରେମର କୈାଣସି ପରିଭାଷା ନାହିଁ କିନ୍ତୁ ମଣିଷ ବ୍ୟତୀତ ଜୀବଜନ୍ତୁ ମଧ୍ୟ ଏହାର ଭାଷା ବୁଝିପାରନ୍ତି|ଆଜିବି ଲୋକେ ପ୍ରେମର ସହକାରେ ପାଳନପୋଷଣ କରୁଛନ୍ତି |

ଏହିସବୁ ଲୋକମାନେ ମଣିଷ ଓ ଗୃହପାଳିତ ପଶୁଙ୍କ ମଧ୍ୟରେ ଅତୁଟ ସମ୍ପର୍କ ବିଷୟରେ ଶୁଣିଥିବେ ଓ ଦେଖିଥିବେ|କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ବାଛୁରୀ ମାଲିକର ମୃତ୍ୟୁରେ ଦୈାଡି ଦୈାଡି ଯାଇ ଶ୍ମଶାନରେ ପହଞ୍ଚି ଶବ ପାଖରେ ଠିଆହୋଇ କାନ୍ଦିଲା|ଏହାକୁ ଦୈଖି ୟୁଜର୍ସ ଭାବୁକ ହୋଇଛନ୍ତି|

ଆଜି ମୁଁ ଆପଣଙ୍କୁ ଯେଉଁ ଘଟଣା ସମ୍ପର୍କରେ ବିଷୟରେ କହିବାକୁ ଯାଉଛି,ଏହା ଝାଡ଼ଖଣ୍ଡର, ଯେଉଁଠି ମଣିଷ ଓ ପଶୁ ମଧ୍ୟରେ ଅତୁଟ ସମ୍ବନ୍ଧ ଦେଖାଯାଇଛି|ଏହା ଚର୍ଚ୍ଚିତ|ଏହି ଘଟଣା ହଜାରିବାଗର ଚମ୍ପାରଣ ବ୍ଲକର ଚୈଥୀ ଗାଁ ଯେଉଁଠି ଜଣେ ବାଛୁରୀ ମାଲିକର ମୃତ୍ୟୁରେ ଶ୍ମଶାନରେ ପହଞ୍ଚିଲା|

ଯେତେବେଳେ ମାଲିକର ମୃତ୍ୟୁ ଘଟିଥିଲା, ସେତେବେଳେ ଲୋକମାନେ ତାକୁ ରୋକିବାକୁ ବହୁତ ପ୍ରୟାସ କରିଥିଲେ କିନ୍ତୁ ସେ ଅଟକି ନଥିଲା ମାଲିକର ଅନ୍ତିମ ସଂସ୍କାର ପାଇଁ ଶ୍ମଶାନରେ ପହଞ୍ଚି ଥିଲା|ଏହାପରେ ସେ ଶବ ପାଖରେ ପରିକ୍ରମା କରି କାନ୍ଦିଲା|

ସୂଚନାଯୋଗ୍ୟ ବାଛୁରୀର ମାଲିକ ଚୈଥୀ ଗାଁର ବାସିନ୍ଦା ଥିଲା|୮୦ ବର୍ଷିୟ ମୋବାପାଲ ଠାକୁରର ମୃତ୍ୟୁ ଘଟିଥିଲା|ତାର କୈାଣସି ସନ୍ତାନ ନଥିଲା|ଏମିତିରେ ନିଃସନ୍ତାନ ବ୍ୟକ୍ତିର ପୁତ୍ର ଭାବେ ବାଛୁରୀ ଶ୍ମଶାନରେ ପହଞ୍ଚିଲା|ସେଠାରେ ସେ ଜୋରର ରଡି କଲା|ମାଲିକର ମୃତ୍ୟୁରେ ଲୁହଧାର ଗଡେଇଲା|ଏହି ଭିଡିଓ ଏଵେ ସୋସିଆଲ ମିଡିଆରେ ଭାଇରାଲ ହେଉଛି|

Leave A Reply

Your email address will not be published.