ମୌସୁମୀ ନିମ୍ନ-ଚାପ ରେଖା ନିଜର ସାଧାରଣ ଅବସ୍ଥାନ ଠାରୁ ଦକ୍ଷିଣ ଅଛି। ଏହା ସହିତ ରାଜସ୍ଥାନର ଜୈସେଲମେରରୁ ବାହାରି ଉଦୟପୁର, ଭୋପାଳ, ସୁଦୃଶଃ ଲଘୁଚାପ କ୍ଷେତ୍ରର କେନ୍ଦ୍ର, ଭାତପାରା, ଝାରସୁଗୁଡା ଏବଂ ବାଲେଶ୍ୱର ଠାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ଉତ୍ତର-ପୂର୍ବ ଆଡକୁ ବଙ୍ଗୋପସାଗର ପର୍ଯ୍ଯନ୍ତ ଲମ୍ବିଅଛି। ସେପ୍ଟେମ୍ବର ୧୮ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳର ବାୟୁମଣ୍ଡଳର ଉପରି ଭାଗରେ ଏକ ପ୍ରକାର ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି। ଯାହାଫଳରେ ୧୮ ତାରିଖ ବେଳକୁ ରାଜ୍ୟରେ ବର୍ଷାର ପରିମାଣ ବଢିବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ତରଫରୁ ପୂର୍ବାନୁମାନ କରାଯାଇଛି।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ସେପ୍ଟେମ୍ବର ୧୮ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳରର ଉପରି ଭାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି। ଏହାର ପ୍ରଭାବରେ ଆସନ୍ତା ସପ୍ତାହରେ ରାଜ୍ୟରେ ବର୍ଷାର ପରିମାଣ ବଢିପାରେ। ଘୁର୍ଣ୍ଣିବଳୟ ଲଘୁଚାପର ରୂପ ନେବ କି ନାହିଁ, ସେ ବିଷୟରେ କୌଣସି ସ୍ପଷ୍ଚ ସୂଚନା ମିଳିନାହିଁ। ବର୍ତ୍ତମାନ ପର୍ଯ୍ଯନ୍ତ ଚଳିତ ମୌସୁମୀ ଋତୁରେ ୧୦୮୪.୩ ମିଲିମିଟର ବର୍ଷାର ପରିମାଣ ରେକର୍ଡ କରାଯାଇଛି। ଏହା ସ୍ୱାଭାବିକ ବର୍ଷା ତୁଳନାରେ ୫ପ୍ରତିଶତ ଅଧିକ ବୋଲି ପାଣିପାଗ ବିଭାଗ ତରଫରୁ କହିଛି।
ସୋମବାର ଦିନ ପାଣିପାଗ ବିଭାଗ ଦ୍ୱାରା ଜାରି କରାଯାଇଥିବା ଏକ ତଥ୍ୟ ଅନୁସାରେ, ଆସନ୍ତା ତିନି ଦିନ ମଧ୍ୟରେ ରାଜ୍ୟରେ କିଛି ସ୍ଥାନରେ ପ୍ରବଳ ମାତ୍ରାରେ ବର୍ଷାର ସମ୍ଭାବନା ଅଛି। ସୋମବାର ଦିନ ଉତ୍ତର ଓଡିଶାରେ ପ୍ରବଳ ମାତ୍ରାରେ ବର୍ଷା ହୋଇପାରେ। ସେଥିପାଇଁ ୮ଟି ଜିଲ୍ଲାକୁ ବର୍ତ୍ତମାନ ସତର୍କ କରାଯାଇଛି। କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଓ ଝାରସୁଗୁଡାକୁ ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ସୂଚନା ଜାରି କରାଯାଇଛି। ବୁଧବାର ଦିନ ସେହି ସମାନ ଜିଲ୍ଲାଗୁଡିକରେ ପ୍ରବଳ ମାତ୍ରାରେ ବର୍ଷାକୁ ନେଇ ପୂର୍ବାନୁମାନ କରାଯାଇଛି। କିନ୍ତୁ ଏଥର ଏହି ତାଲିକାରେ ଜଗତସିଂହପୁରକୁ ଯୋଡା ଯାଇଥିବା ସମୟରେ ଝାରସୁଗୁଡାକୁ ବାଦ ପଡିଛି। ଗୁରୁବାର ଦିନ ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ଉପରୋକ୍ତ ଜିଲ୍ଲାଗୁଡିକରେ ଆଲର୍ଟ ଜାରି କରାଯାଇଛି।
ସେହିପରି ଗୁରୁବାର ଦିନ ଉତ୍ତର ଓ ଦକ୍ଷିଣ ଉପକୂଳରେ ବର୍ଷା ହେବ। ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ମଧ୍ୟ ହୋଇପାରେ। ଶୁକ୍ରବାର ଦିନ ମଧ୍ୟ ରାଜ୍ୟର କିଛି ଜିଲ୍ଲାରେ ବର୍ଷାର ସମ୍ଭାବନା ଅଛି। ପାଣିପାଗ ବିଭାଗର ପୂର୍ବ ଅନୁମାନ କରିଛିକି, ଆସନ୍ତା୧୮ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ପ୍ରକାର ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି। ଯାହାଫଳରେ ୧୮ ତାରିଖ ବେଳକୁ ରାଜ୍ୟରେ ବର୍ଷାର ପରିମାଣ ବଢିପାରେ।
ଛତିଶଗଡ ଉପରେ ଥିବା ଅବପାତ ବର୍ତ୍ତମାନ ଦୁର୍ବଳ ହୋଇଛି। କିନ୍ତୁ ବର୍ତ୍ତମାନ ବଙ୍ଗୋପସାଗରରେ ଅଶାନ୍ତ ଥିବାରୁ ପୁରୀ, ଗୋପାଳପୁର, ଧାମରା ଏବଂ ଚାନ୍ଦବାଲି ଆଦିରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ମତ୍ସ୍ୟାଜୀବୀମାନଙ୍କୁ ମଙ୍ଗଳବାର ଦିନକୁ ମଧ୍ୟ ସମୁଦ୍ର ବାରଣ କରାଯାଇଛି। ପ୍ରବଳ ବର୍ଷା ପାଇଁ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ବର୍ତ୍ତମାନ ରହିଛି। ସେହିପରି ପ୍ରବଳ ବର୍ଷା ପାଇଁ ବଂଶଧାରା ନଦୀ ମଧ୍ୟ ଫୁଲିବାରେ ଲାଗିଛି।