୩୪ ଟି କମ୍ପାନୀ ତଥାପି କିପରି ଦେବାଳିଆ ହେଲା ସୁପରଟେକ ? ଜାଣନ୍ତୁ ଟ୍ୱିନ ଟାୱାର ମାଲିକଙ୍କ ପୁରା କାହାଣୀ

0

Get real time updates directly on you device, subscribe now.

ନୋଏଡାର ସୁପରଟେକ ଟ୍ୱିନ ଟାୱାର ଗତ ରବିବାର ଦିନ ବ୍ଲାଷ୍ଟ କରିଦିଆଯାଇଛି | ସୁପରଟେକ ନାମକ ଏକ ଅଣ-ସରକାରୀ କମ୍ପାନୀରେ ଟ୍ୱିନ ଟାୱାର ନିର୍ମାଣ କରାଯାଇଥିଲା | ଟ୍ୱିନ ଟାୱାରରେ ଦୁଇଟି କୋଠା ଥିଲା | ଉଭୟ ୩୨ ଏବଂ ୨୯ ମହଲା କୋଠାଗୁଡ଼ିକ ବର୍ତ୍ତମାନ ସଂପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯାଇଛି | ଏହାର ଧୂଆଁ ଅନେକ କିଲୋମିଟର ଦୂର ପର୍ଯ୍ୟନ୍ତ ଦେଖାଯାଉଥିଲା | ଆପଣଙ୍କୁ କହିରଖୁଛୁ ଯେ ଟ୍ୱିନ୍ ଟାୱାର ନିର୍ମାଣରେ ୨୦୦ କୋଟିରୁ ଅଧିକ ଖର୍ଚ୍ଚ ହୋଇଛି | ଏହାସହିତ ଏହାକୁ ଭାଙ୍ଗିବାର ଖର୍ଚ୍ଚ ୨୦ କୋଟି ଟଙ୍କା ଅଟେ |

ଏକ ସୂଚନା ଅନୁଯାୟୀ, କମ୍ପାନୀ ଅଳିଆ ଆବର୍ଜନାରୁ କୋଟି କୋଟି ଟଙ୍କା ଲାଭ କରିବାକୁ ଯାଉଛି, କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ସୁପରଟେକ୍ ଟ୍ୱିନ ଟାୱାରକୁ ତିଆରି କରିଥିବା ମାଲିକଙ୍କ କମ୍ପାନୀ ସୁପରଟେକ ଦେବାଳିଆ ଘୋଷିତ ହୋଇଛି | ଆଜ୍ଞା ହଁ, ଆଜି ଆମେ ଆପଣଙ୍କୁ କମ୍ପାନୀର ଦେବାଳିଆ ହେବାର କାହାଣୀ ଏବଂ ଏହାର ମାଲିକଙ୍କ ବିଷୟରେ କହିବାକୁ ଯାଉଛୁ |

ଆପଣଙ୍କୁ କହିରଖୁଛୁ ଯେ ନୋଏଡାର ଟ୍ୱିନ ଟାୱାର ସୁପରଟେକ କମ୍ପାନୀ ନିର୍ମାଣ କରିଥିଲା | ସୁପରଟେକ୍ କମ୍ପାନୀର ମାଲିକଙ୍କ ନାମ ଆର.କେ ଆରୋରା ଅଟେ | ଆର.କେ ଆରୋରା ଅନ୍ୟ ୩୪ ଟି କମ୍ପାନୀ ମଧ୍ୟ ସ୍ଥାପନ କରିଛନ୍ତି | କମ୍ପାନୀ ନୋଏଡା, ଗ୍ରେଟର ନୋଏଡା, ଯମୁନା ବିକାଶ ପ୍ରାଧିକରଣ କ୍ଷେତ୍ର, ମେରଟ, ଦିଲ୍ଲୀ-ଏନସିଆର ସମେତ ଦେଶର ପ୍ରାୟ ୧୨ ଟି ସହରରେ ରିଅଲ ଷ୍ଟେଟର ପ୍ରୋଜେକ୍ଟ ଲଞ୍ଚ କରିଛି | ଏହା ବ୍ୟତୀତ କେତେକ ମିଡ଼ିଆ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ଆର.କେ ଆରୋରା କବରସ୍ଥାନ ନିର୍ମାଣ ଏବଂ ବିକ୍ରୟ ପାଇଁ ଏକ କମ୍ପାନୀ ଖୋଲିଛନ୍ତି | ଡିସେମ୍ବର ୭ ତାରିଖ ୧୯୯୫ ରେ ଏହି କମ୍ପାନୀର ଆରମ୍ଭ ଆର.କେ ଆରୋରା ନିଜ ସହଯୋଗୀମାନଙ୍କ ସହିତ ମିଶି କରିଥିଲେ |

୧୯୯୯ ରେ ଖୋଲିଲେ କମ୍ପାନୀ :-

ମିଳିଥିବା ସୂଚନା ଅନୁଯାୟୀ, ସୁପରଟେକ ଲିମିଟେଡ ଆରମ୍ଭ କରିବାର ୪ ବର୍ଷ ପରେ ୧୯୯୯ ମସିହାରେ ତାଙ୍କ ସ୍ତ୍ରୀ ସଙ୍ଗୀତା ଅରୋରା ସୁପରଟେକ ବିଲଡର୍ସ ଏବଂ ପ୍ରମୋଟର୍ସ ପ୍ରାଇଭେଟ ଲିମିଟେଡ ନାମକ ଏକ କମ୍ପାନୀ ଖୋଲିଥିଲେ | ସେହିପରି ଆର.କେ ଅରୋରା ନିଜ ପୁଅ ସହ ମିଶି ଅଲଗା ଅଲଗା ସେକ୍ଟରରେ କାମ ଆରମ୍ଭ କରିଥିଲେ | ସୁପରଟେକ କମ୍ପାନୀକୁ ୨୦୦୪ ରେ ନୋଏଡା ଅଥରିଟି ଏମେରାଲ୍ଡ କୋର୍ଟ ପାଇଁ ଜମି ବଣ୍ଟନ କଲେ |

୨୦୨୨ ରେ ସୁପରଟେକ କମ୍ପାନୀ ହେଲା ଦେବାଳିଆ :-

କୁହାଯାଉଛି ଯେ ସୁପରଟେକ କମ୍ପାନୀକୁ ନ୍ୟାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ(NCLT) ମାର୍ଚ୍ଚ ୨୦୨୨ ରେ ଦେବାଳିଆ ଘୋଷିତ କରିଦେଇଥିଲା | ଆପଣଙ୍କୁ କହିରଖୁଛୁ ଯେ ସୁପରଟେକ୍ ନାମରେ ଅନେକ କମ୍ପାନୀ ଅଛି, ଯାହା ଆର.କେ ଅରୋରାଙ୍କର ହିଁ ଅଟେ | କିନ୍ତୁ ଏଠାରେ ଯେଉଁ କମ୍ପାନୀ ଦେବାଳିଆ ହୋଇଛି, ତାହା ରିଅଲ ଇଷ୍ଟେଟରେ କାମ କରୁଥିବା ସୁପରଟେକ ଅଟେ, ଯିଏ ଟ୍ୱିନ ଟାୱାରର ନିର୍ମାଣ କରିଛି |

Leave A Reply

Your email address will not be published.