LIC ର ସୁପରହିଟ ପଲିସୀ : ଜମା କରନ୍ତୁ ମାତ୍ର ୪୪ ଟଙ୍କା ଏବଂ ପାଆନ୍ତୁ ୨୭.୬୦ ଲକ୍ଷ ଟଙ୍କା,ଜାଣନ୍ତୁ ଏହି ପ୍ଲାନ ବିଷୟରେ ସମ୍ପୂର୍ଣ ସୂଚନା

0

Get real time updates directly on you device, subscribe now.

LIC Insurance Policy: ଏଲଆଇସିର ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି | ଏଲଆଇସି ସମୟ ସମୟରେ ଗ୍ରାହକଙ୍କ ପାଇଁ ଜବରଦସ୍ତ ସ୍କିମ ଆଣିଥାଏ | ଏହି ପ୍ଲାନରେ ନିବେଶ କରି ଆପଣ ନିଜର ଏବଂ ପରିବାରର ଭବିଷ୍ୟତ ସୁରକ୍ଷିତ କରିପାରିବେ | ଏହି କ୍ରମରେ ଏଲଆଇସିର ଗୋଟିଏ ବିଶେଷ ସ୍କିମ ରହିଛି – ଜୀବନ ଉମଙ୍ଗ ପଲିସୀ | ଯେଉଁଥିରେ ନିବେଶ କଲେ ଆପଣଙ୍କୁ ଭଲ ଲାଭ ମିଳିପାରିବ | ଆସନ୍ତୁ ଜାଣିବା ଏହି ଚମତ୍କାର ପଲିସୀ ବିଷୟରେ |

LIC Jeevan Umang Policy କ’ଣ ?

ଜୀବନ ଉମଙ୍ଗ ପଲିସୀ ଅନେକ ମାମଲାରେ ଅନ୍ୟ ସ୍କିମଠାରୁ ଅଲଗା ଅଟେ | ଏହି ପଲିସୀକୁ ୯୦ ଦିନ ଠାରୁ ନେଇ ୫୫ ବର୍ଷ ବୟସ ପର୍ଯ୍ୟନ୍ତର ଲୋକମାନେ ନେଇପାରିବେ | ଏହା ଏକ ଏଣ୍ଡୋମେଣ୍ଟ ପ୍ଲାନ ଅଟେ | ଏଥିରେ ଲାଇଫ କଭର ସହିତ ମ୍ୟାଚୟୋରିଟି ଉପରେ ମୋଟା ରାଶି ମିଳିଥାଏ | ମ୍ୟାଚୟୋରିଟି ପୁରା ହେବାପରେ ଫିକ୍ସଡ଼ ଇନକମ ପ୍ରତିବର୍ଷ ଆପଣଙ୍କ ଖାତାକୁ ଆସିବ | ଅନ୍ୟପଟରେ ପଲିସୀ ନେଇଥିବା ବ୍ୟକ୍ତିଙ୍କର ମୃତ୍ୟୁ ପରେ ତାଙ୍କ ଘରଲୋକେ ଏବଂ ନୋମିନିଙ୍କୁ ସମସ୍ତ ଟଙ୍କା ମିଳିବ | ଏହି ସ୍କିମର ଆଉ ଗୋଟିଏ ବିଶେଷତା ଏହା ଯେ ଏଥିରେ ୧୦୦ ବର୍ଷ ପର୍ଯ୍ୟନ୍ତର କଭରେଜ ମିଳିଥାଏ |

ମିଳିବ ୨୭.୬୦ ଲକ୍ଷ ଟଙ୍କାର ରାଶି :-

ଯଦି ଏହି ପଲିସୀରେ ଆପଣ ପ୍ରତିମାସରେ ୧୩୦୨ ଟଙ୍କାର ପ୍ରିମିୟମ ଦିଅନ୍ତି, ତେବେ ଏକ ବର୍ଷ ମଧ୍ୟରେ ଏହି ରାଶି ୧୫,୨୯୮ ଟଙ୍କା ହୋଇଥାଏ | ଯଦି ଏହି ପଲିସୀକୁ ୩୦ ବର୍ଷ ପର୍ଯ୍ୟନ୍ତ ଜାରି ରଖାଯାଏ, ତେବେ ଏହି ରାଶି ବଢ଼ିଯାଇ ପ୍ରାୟ ୪.୫୮ ଲକ୍ଷ ଟଙ୍କା ହୋଇଯିବ | ଆପଣଙ୍କର କରାଯାଇଥିବା ନିବେଶ ଉପରେ କମ୍ପାନୀ ଆପଣଙ୍କୁ ୩୧ ବର୍ଷରୁ ୪୦ ହଜାର ଟଙ୍କା ପ୍ରତିବର୍ଷର ରିଟର୍ନ ଦେବା ଆରମ୍ଭ କରିବ | ଯଦି ଆପଣ ୩୧ ବର୍ଷରୁ ୧୦୦ ବର୍ଷ ପର୍ଯ୍ୟନ୍ତ ୪୦ ହଜାର ବାର୍ଷିକ ରିଟର୍ନ ନିଅନ୍ତି, ଆପଣଙ୍କୁ ପ୍ରାୟ ୨୭.୬୦ ଲକ୍ଷ ଟଙ୍କାର ରାଶି ମିଳିଯିବ |

ପଲିସୀ ନେଇଥିବା ବ୍ୟକ୍ତିଙ୍କୁ ଟର୍ମ ରାଇଡରର ଫାଇଦା ମଧ୍ୟ ମିଳିବ :-

ଏହି ପଲିସୀ ଅଧୀନରେ ନିବେଶକଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଗଲେ କିମ୍ବା ବିକଳାଙ୍ଗ ହେଲେ ଟର୍ମ ରାଇଡରର ଲାଭ ମଧ୍ୟ ମିଳିଥାଏ | ବଜାରର ମୁଦ୍ରାସ୍ଫିତି ଏହି ପଲିସୀ ଉପରେ କୌଣସି ପ୍ରଭାବ ପଡିବ ନାହିଁ | ଏହି ପଲିସୀ ଉପରେ ଏଲଆଇସିର ଲାଭ ଏବଂ ହ୍ରାସର ପ୍ରଭାବ ନିଶ୍ଚିତ ଭାବେ ପଡିଥାଏ | ଇନକମ ଟ୍ୟାକ୍ସର ସେକ୍ସନ 80C ଅନୁଯାୟୀ ଏହି ପଲିସୀକୁ ନେଲେ ଟ୍ୟାକ୍ସରୁ ମଧ୍ୟ ମୁକ୍ତି ମିଳିଥାଏ | ଯଦି କେହି ଜୀବନ ଉମଙ୍ଗ ପଲିସୀର କୌଣସି ପ୍ଲାନ ନେବାକୁ ଚାହେଁ, ତେବେ ତାକୁ ଅତି କମରେ ଦୁଇ ଲକ୍ଷ ଟଙ୍କାର ବୀମା ନେବାକୁ ପଡିବ |

Leave A Reply

Your email address will not be published.