ବାଇକକୁ ଚୁରମାର୍ କରିଦେଲା ଟ୍ରେନ, କିନ୍ତୁ ବ୍ୟକ୍ତି ଜଣକ ବର୍ତ୍ତିଗଲେ ମୃତ୍ୟୁମୁଖରୁ,ଦେଖନ୍ତୁ ଏହି ଲୋମ ଟାଙ୍କୁରା ଭିଡିଓ

0

Get real time updates directly on you device, subscribe now.

ସଡକରେ ଯେତେ ସାବଧାନ ହୋଇ ଚାଲିଲେ ମଧ୍ୟ ତାହା କମ୍|ଦୁର୍ଘଟଣା କେବେବି ଆସିପାରେ ଓ ଜୀବନ ସାରା ବୁଦ୍ଧି ଶିଖେଇ ଦେଇଥାଏ|ଏଭଳି କିଛି ଜଣେ ବ୍ୟକ୍ତି ସହ ହୋଇଛି|ଏହି ଭିଡିଓକୁ ଦେଖିଲା ପରେ ମଧ୍ୟ ଆପଣମାନଙ୍କ ହୃଦୟସ୍ପନ୍ଦନ ମଧ୍ୟ ବଢିଯିବ|କିଛି ସେକେଣ୍ଡର ଏହି ଭିଡିଓ ବହୁ ଖତରନାକ ଅଟେ ସେ ଲୋକର ଭାଗ୍ୟ ଭଲ ଥିଲା ବଞ୍ଚିଗଲା|ଏହି ଭିଡିଓ ଉତ୍ତରପ୍ରଦେଶର କୁହାଯାଉଛି|

ଏହି ଭିଡିଓରେ ସମସ୍ତଙ୍କୁ ଫାଟକ ପାଖରେ ଠିଆ ହୋଇଥିବା ସାମ୍ନାରେ ଯାଉଥିବା ଟ୍ରେନକୁ ଅପେକ୍ଷା କରୁଥିବା ଦେଖାଯାଏ|ବୋଧହୁଏ କାହାକୁ ବି ଏହି କଥାର ଆଶଙ୍କା ନଥିଲା ଯେ କିଛି ସମୟ ପରେ ଏଠାରେ କ’ଣ ହେବ|ଏହାପରେ କ’ଣ ହେଲା ଏହା ଜାଣିବା ପାଇଁ ପ୍ରଥମେ ଏହି ଭାଇରାଲ ଭିଡିଓକୁ‌ ଦେଖନ୍ତୁ|

ଯେତେବେଳେ ସମସ୍ତେ ପଟରୀରେ ବାହାନ ନେଇ ଅପେକ୍ଷା କରିଥିଲେ ଅଚାନକ ସାମ୍ନାରେ ଟ୍ରେନ ଆସୁଥିବା ଦେଖାଗଲା|ସମସ୍ତେ ବାଇକ୍ ଓ ସାଇକେଲ ପଛକୁ ହଟାଇ ଥାନ୍ତି|କିନ୍ତୁ ଜଣେ ବ୍ୟକ୍ତିର ବାଇକ ପଟରୀରେ ଫସି ଯାଏ ଓ ତାକୁ ବାହାର କରିବାକୁ ଚେଷ୍ଟା କରେ|ବ୍ୟକ୍ତି ବାଆକକୁ ସେଠାରେ ଛାଡି ଯେପରି ପଳେଇ ଯାଏ ଓ ପଛକୁ ବୁଲି ଦେଖେ ବାଇକ ଚୁରମାର ହୋଇଥାଏ|

ଏହି ଭିଡିଓକୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ୟୁଟ୍ୟୁବରେ ସେୟାର କରାଯାଇଛି ଓ ଏହାକୁ ଏପର୍ଯ୍ୟନ୍ତ ହଜାର ହଜାର ଥର ଦେଖାଯାଇଛି|ଲୋକମାନେ ଭିଡିଓକୁ ଲାଇକ କରିଛନ୍ତି|କାହାକୁ ବ୍ୟକ୍ତିର ଭାଗ୍ୟ ଉପରେ ବିଶ୍ୱାସ ହେଉନାହିଁ|ଏହାକୁ ଦେଖି ବହୁ ଲୋକଙ୍କ ମୁଣ୍ଡ ଘୂରେଇ ଦେଉଛି|

Leave A Reply

Your email address will not be published.