ଏ କେମିତିକା ଆଇନ ! ଜଲ୍ଲାଦଙ୍କ ପରିବର୍ତ୍ତେ ଏକ ଝିଅ ଦେଲା ନିଜ ମାଆଙ୍କୁ ଫାଶୀ …………

0

Get real time updates directly on you device, subscribe now.

ଇରାନରେ ଏକ ଆଶ୍ଚର୍ଯ୍ୟକର ଆଇନ କାରଣରୁ ଏକ ଝିଅ ଦ୍ଵାରା ନିଜର ମାଆଙ୍କୁ ଫାଶୀର ଫାନ୍ଦରେ ଝୁଲାଇବାର ମାମଲା ସାମ୍ନାକୁ ଆସିଛି। ଏଠାରେ ଝିଅକୁ ନିଜର ମାଆର ଫାଶୀ ସମୟରେ ଡକାଯାଇଥିଲା ଓ ତାକୁ କୁହାଗଲାକି ମାଆର ପାଦ ତଳେ ରଖାଯାଇଥିବା ଚେୟାରକୁ ବାହାର କରିଦିଅ। ତାପରେ ଝିଅଜଣକୁ ଏମିତି କରିବାକୁ ପଡିଲା। ଯାହାପରେ ତାର ମାଆଙ୍କର ମୃତ୍ୟୁ ହୋଇଗଲା। ଏହି ଫାଶୀ ଦଣ୍ଡ ପାଇଥିବା ମହିଳାଙ୍କର ନାମ ମରିୟମ କରୀମୀ। ଯିଏକି ନିଜର ସ୍ଵାମୀଙ୍କୁ ମାରିଥିଲେ। ସେ ଏହି କାମ ନିଜର ପିତାଙ୍କ ସହିତ ମିଶି କରିଥିଲେ।

ରିପୋର୍ଟରେ କୁହାଯାଇଛିକି ତାଙ୍କର ସ୍ଵାମୀ ତାଙ୍କୁ ଛାଡପତ୍ର ଦେବାକୁ ମନାକରିଦେଇଥିଲେ। ସେ ବହୁତ ସମୟରୁ ମରିୟମକୁ ହଇରାଣ କରୁଥିଲେ। ଏହାପରେ ମହିଳାଙ୍କ ପିତା ଇବ୍ରାହମ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଲେ କିନ୍ତୁ କୌଣସି ଲାଭ ହେଲା ନାହିଁ। କଥା ନ ସମାଧାନ ହେବା ପରେ ନିଜର ଜ୍ଵାଇଁକୁ ମାରିବାରେ ନିଜର ଝିଅକୁ ସାହାଯ୍ୟ କରିଲେ। ପରେ ପୋଲିସ ଦ୍ଵାରା ଦୁଇଜଣଙ୍କୁ ଗିରଫ କରିନିଆଗଲା। ତାଙ୍କର ଗିରଫ ପରେ ମରିୟମଙ୍କୁ ୬ ବର୍ଷର ଛୋଟ ଝିଅ ନିଜର ଦାଦା-ଦାଦିଙ୍କ ସହିତ ରହିବାକୁ ଚାଲିଗଲେ। ତାଙ୍କୁ କୁହାଗଲାକି ସେ ଅନାଥ ଅଟନ୍ତି।

କାହିଁକି ମହିଳାଙ୍କ ଫାଶୀ ପାଇଁ ଝିଅକୁ ଡକାଗଲା:-

ଏଠାରେ ସମସ୍ତଙ୍କ ମନରେ ପ୍ରଶ୍ନ ଥିଲାକି ଶେଷରେ ମହିଳାଙ୍କୁ ଫାଶୀ ଦେବା ପାଇଁ ତାଙ୍କର ଝିଅକୁ କାହିଁକି ଡକାଗଲା। ଆପଣଙ୍କୁ ଜଣାଇଦେଉଛୁକି ଇରାନରେ ଏମିତି “କିସାସ ଆଇନ” କାରଣରୁ ହୋଇଛି, ଯେଉଁଥିରେ ସମ୍ପର୍କୀୟଙ୍କ ଦ୍ଵାରା ଦୋଷୀକୁ ଦିଆଯାଇଥିବା ଦଣ୍ଡ ବିଷୟରେ ପଚରାଯାଏ। ଏଥିରେ ସମ୍ପର୍କୀୟଙ୍କ ପାଖରେ ଅପ୍ସନ ଥାଏକି ସେ ଚାହିଁଲେ ଦୋଷୀଙ୍କୁ ଫାଶୀର ଦଣ୍ଡ ମଧ୍ୟ ଦେଇପାରନ୍ତି।

ଏହି ଆଇନ ଅନ୍ତର୍ଗତ ପ୍ରତ୍ଯେକ ବର୍ଷ ଫାଶୀରେ ଝୁଲନ୍ତି ଅନେକ ଲୋକ:-
ଜଣାଇଦେଉଛୁକି ଇରାନରେ “ଇରାନ ଆନ୍ତର୍ଜାତୀୟ ଟିଭି”ର ରିପୋର୍ଟ ଅନୁସାରେ ୨୦୧୯ ମସିହାରେ ଏହି ଆଇନ ଅନ୍ତର୍ଗତ ୨୨୫ ଜଣ ଲୋକଙ୍କୁ ଫାଶୀ ଦିଆଯାଇଥିଲା। ଏଠାରେ ଗୋଟିଏ ଜେଲରେ ୬୮ ଜଣ ଲୋକଙ୍କୁ ଫାଶୀ ଦିଆଯାଇଥିଲା ଓ ଏଥିରେ ଚାରିଜଣ ଏମିତି ଲୋକ ଥିଲେ, ଯେଉଁମାନେ ଅପରାଧ ସମୟରେ କିଶୋର ଥିଲେ। ଏହି ମାମଲାରେ ଇରାନ ଆନ୍ତର୍ଜାତୀୟ ଟିଭିର ଏକ୍ଟିବିଷ୍ଟ ଓ ପତ୍ରକାର ଅରାମ ବୋଲନ୍ଦପାଜ କହିଲେକି ଏହା ବହୁତ କୃର ଦଣ୍ଡ ଅଟେ। ସେ କହିଲେକି ମରିୟମଙ୍କ ଝିଅକୁ ଏମିତି କରିବା ପାଇଁ ବାଧ୍ୟ କରାଗଲା, ଯାହାଫଳରେ ଏମିତି କରିବା ଦ୍ଵାରା ଆଉ କାହାର ବିଜୟ ହେବ।

Leave A Reply

Your email address will not be published.