ଦେଖନ୍ତୁ ଭିଡ଼ିଓ : ଗଛ ତଳେ ଶୋଇ ରହିଥିଲେ ମହିଳା,ଆଉ ଅଚାନକ ପିଠି ଉପରକୁ ଚଢ଼ିଗଲା କିଙ୍ଗ କୋବ୍ରା,କିନ୍ତୁ ତାପରେ ଯାହାହେଲା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ
ଲୋମ ଟାଙ୍କୁରା ଏହି ଭିଡ଼ିଓକୁ ଦେଖିବାପରେ ଆପଣଙ୍କ ହୋସ ଉଡ଼ିଯିବ। ମହିଳା ଜଣକ ଏକ ଗଛ ତଳେ ଆରାମ କରୁଥିବା ସମୟରେ ଏକ କୋବ୍ରା ସାପଟି ତାଙ୍କ ଉପରକୁ ଚଢ଼ିଗଲା। IFS ସୁଶାନ୍ତ ନନ୍ଦାଙ୍କ ଦ୍ଵାରା ଏହି ଭିଡ଼ିଓ ଶେୟର ହୋଇଥିବାର ନଜର ଆସିଥିଲା। ମହିଳା ଜଣକ ଏହି ପରିସ୍ଥିତିରେ ସାହାର୍ଯ୍ୟ ପାଇଁ ଗୁହାରି ଲଗାଇଥିଲେ। ଆଇଏଫଏସ ସୁଶାନ୍ତ ନନ୍ଦା ଏହି ଭିଡ଼ିଓ ଶେୟର କରି କ୍ୟାପ୍ସନରେ ଲେଖିଥିଲେ, ଏହି ପରିସ୍ଥିତିରେ ଆପଣ କଣ କରିବେ? ସାପଟି ମହିଳାଙ୍କ ଉପରେ ଚଢ଼ି ଆକ୍ରମଣ କରିବାକୁ ପ୍ରସ୍ତୁତ ଥିଲା।
ମହିଳାଙ୍କ ଉପରେ ଆସି ବସିଲା କିଙ୍ଗ କୋବ୍ରା:-
ଭିଡ଼ିଓର କ୍ୟାପ୍ସନ ଅନୁଯାୟୀ, ସାପଟି କିଛି ମିନିଟ ମହିଳାଙ୍କ ପିଠି ଉପରେ ବସି କୌଣସି କ୍ଷତି ନପହଞ୍ଚାଇ ଚାଲି ଯାଇଥିଲା। ଶେୟର କରାଯିବା ପରେ ଭିଡ଼ିଓଟି ଇଣ୍ଟରନେଟରେ ପ୍ରଚୁର ମାତ୍ରାରେ ଭାଇରାଲ ହୋଇଯାଇଥିଲା। ଭିଡ଼ିଓକୁ 34,000 ରୁ ଅଧିକ ଭିୟୁ ମିଳିସାରିଥିବା ବେଳେ 1 ହଜାର ଲାଇକସ ମଧ୍ୟ ମିଳିଛି। ଜଣେ ୟୁଜର୍ସ କହିଥିଲେ, ଯଦି ମୁଁ ସେଠାରେ ଥାଆନ୍ତି ତାହେଲେ ଭଗବାନ ଶିବଙ୍କ ନାମ ଜପ କରିଥାଆନ୍ତି। ଏଥିରୁ ଏହା ପ୍ରମାଣିତ ଯେ, ବିପଦ ସମୟରେ ଭଗବାନଙ୍କ ନାମ ନେଲେ ବିପଦ ଟଳି ଯାଇଥାଏ।
When this happens, what would be your reaction??
For information, the snake moved away after few minutes without out causing any harm…
(As received from a colleague) pic.twitter.com/N9OHY3AFqA— Susanta Nanda IFS (@susantananda3) August 28, 2022
ଭିଡ଼ିଓ ଦେଖିସାରି ଲୋକେ ଦେଲେ ଏମିତି ରିଆକ୍ସନ:-
ଅନ୍ୟ ଜଣେ ୟୁଜର୍ସ ଲେଖିଥିଲେ କି, ସାପମାନେ ମଣିଷ ଠାରୁ ଅଧିକ ଭୟ କରିଥାନ୍ତି। ସାପ ସେବେପର୍ଯ୍ୟନ୍ତ ଆକ୍ରମଣ କରିନଥାଏ ଯେବେଯାଏଁ ତାକୁ କୌଣସି ଆଶଙ୍କାର ଅନୁଭୂତି ହୋଇନଥାଏ ଓ ଏହି ପରିସ୍ଥିତିରେ ମଣିଷକୁ ଚୁପଚାପ ରହିବା ଉଚିତ। ଆଉଜଣେ ୟୁଜର୍ସ ଲେଖିଥିଲେ, ମହିଳା ଜଣକ ଏଠାରେ ନିଜର ଧୈର୍ଯ୍ୟ ଶକ୍ତି ଦେଖାଇ ଉଚିତ କଲେ।