ପୁଣି ଆସିଲା ଆଉ ଏକ ବଡ଼ ଖବର : ସେପ୍ଟେମ୍ବରରେ ଆସୁଛି ଏକାଥରେ ୩ଟି ଲଘୁଚାପ !

0

Get real time updates directly on you device, subscribe now.

ଏବେ କା ସମୟରେ ବର୍ଷା କଥା କିଛି କହିହବନି କେତେ ବେଳେ କୋଉଠି ହଉଚି କିଛି କହିହବନି ।ଏଇ ବର୍ଷା ପାଇଁ ଏବେ ବହୁତ ଲୋକ ଦୁଃଖ ପାଉଛନ୍ତି ।ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେବା ପରେ ସାରା ରାଜ୍ୟରେ ତୁହାକୁ ତୁହା ଲଗାଣ ବର୍ଷା ଜାରି ରହିଛି ।

ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା ପରିସ୍ଥିତି ଦେଖାଦେଇଛି । ଲୋକେ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।

ବର୍ଷା ଦିନ ଆସିଲା ମାନେ ତ ଓଡିଶାରେ ବନ୍ୟା ଆସିବା ଟା ସୁନିଶ୍ଚିତ, ଏହି ବର୍ଷ ମଧ୍ୟ ଏପର୍ଯ୍ୟନ୍ତ ଯେତିକି ବର୍ଷା ହୋଇଛି ସେଥିରେ ରାଜ୍ୟର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି। ଆହୁରି ହେବ ଅଧିକରୁ ଅଧିକ ବର୍ଷା,ଆଗକୁ ମାଡି ଆସୁଛି ଭୟଙ୍କର ବାତ୍ୟା ପାଣିପାଗ ବିଭାଗ କଲେ ସତର୍କ। ବାତ୍ୟାରେ ଅନେକ କ୍ଷୟ କ୍ଷତି ହୋଇଥାଏ । ଲୋକମାନେ ବହୁତ ହଇରାଣ ହୋଇଥାନ୍ତି । ଖାଦ୍ୟ ପେୟ ପାଇଁ ବହୁତ ଅସୁବିଧା ହୋଇଥାଏ ।

ତେବେ ସେହିଭଳି ଆଗକୁ ଆଉ ବାତ୍ୟା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ତେବେ ଆଶଙ୍କା କରାଯାଉଥିବା ବେଳେ ଏ ପର୍ଯ୍ଯନ୍ତ କୌଣସି ସଠିକ୍ ସୂଚନା ଆସିନାହିଁ । ବାତ୍ୟା, ଏଇ ଦୁଇଟି ଅକ୍ଷର ଯେମିତି ଓଡ଼ିଶାବାସୀଙ୍କ ପାଇଁ ଏକ ଚିର ସହଚର ପାଲଟି ଗଲାଣି।

ସେପ୍ଟେମ୍ବରରେ ୩ଟି ଲଘୁଚାପ ସୃଷ୍ଟି ସମ୍ଭାବନା । ଏଥିପାଇଁ ପାଗ ଅନୁକୂଳ ରହିଛି । ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ଲଘୁଚାପ ହେବାର ସମ୍ଭାବନା ରହିଛି ।ଏ ନେଇ ବରିଷ୍ଠ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ ପୂର୍ବାନୁମାନ କରିଛନ୍ତି । ତେବେ ଏ ନେଇ ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସୂଚନା ମିଳିନାହିଁ।

Leave A Reply

Your email address will not be published.