ସେପ୍ଟେମ୍ବର ୧ ତାରିଖଠାରୁ ହେବାକୁ ଯାଉଛି ଏହି ୭ ଟି ପରିବର୍ତ୍ତନ, କୃଷକଙ୍କ ଠାରୁ ସାଧାରଣ ବ୍ୟକ୍ତିଙ୍କ ଉପରେ ପଡିବ ପ୍ରଭାବ,ଜାଣନ୍ତୁ କେଉଁ କେଉଁ ସବୁ ନିୟମ ବଦଳିବ

0

Get real time updates directly on you device, subscribe now.

ଦୁଇଦିନ ପରେ ନୂତନ ମାସ ଅର୍ଥାତ ସେପ୍ଟେମ୍ବରର ଆରମ୍ଭ ହେବ | ମାସର ପ୍ରଥମ ତାରିଖ ଠାରୁ ଅନେକ କିଛି ବଦଳିବାକୁ ଯାଉଛି | ବ୍ୟାଙ୍କିଙ୍ଗ ନିୟମରେ ପରିବର୍ତ୍ତନ ହେବ | ଏହାସହିତ LPG ମୂଲ୍ୟରେ ମଧ୍ୟ ପରିବର୍ତ୍ତନ ହୋଇପାରେ | କୃଷକଙ୍କୁ ମଧ୍ୟ ନୂତନ ମାସର ଆରମ୍ଭରୁ ପିଏମ କିସାନ ଯୋଜନା ସହିତ ଜଡିତ କାମକୁ ସାରିବା ଜରୁରୀ ଅଟେ | ଏପରି ଅନେକ ପରିବର୍ତ୍ତନ ରହିଛି, ଯାହା ସେପ୍ଟେମ୍ବର ୧ ତାରିଖଠାରୁ ହେବାକୁ ଯାଉଛି | ଏଥିମଧ୍ୟରୁ ଯଦି ଆପଣଙ୍କର କୌଣସି ଜରୁରୀ କାମ ବର୍ତ୍ତମାନ ସୁଦ୍ଧା ପୁରା ହୋଇନାହିଁ, ତେବେ ଏହାକୁ ତୁରନ୍ତ କରନ୍ତୁ |

PNB KYC Updates :-

ପଞ୍ଜାବ ନେସନାଲ ବ୍ୟାଙ୍କ ନିଜ ଗ୍ରାହକମାନଙ୍କୁ ବହୁତ ସମୟରୁ KYC ଅପଡେଟ କରିବାକୁ କହୁଛି | ବ୍ୟାଙ୍କ ଟ୍ୱିଟ କରି ଗ୍ରାହକଙ୍କୁ ସୂଚନା ଦେଇଥିଲା ଯେ ରିଜର୍ଭ ବ୍ୟାଙ୍କର ଗାଇଡ଼ଲାଇନ ଅନୁଯାୟୀ, ସବୁ ଗ୍ରାହକଙ୍କୁ KYC ଅପଡେଟ କରିବା ଜରୁରୀ ଅଟେ | ଏହି କାମକୁ ପୁରା କରିବାପାଇଁ ବ୍ୟାଙ୍କ ଶେଷ ତାରିଖ ଅଗଷ୍ଟ ୩୧ , ୨୦୨୨ ସ୍ଥିର କରିଛି | ଯଦି ଆପଣ KYC ଅପଡେଟ କରିବେ ନାହିଁ, ତେବେ ଆପଣ ନିଜ ଖାତାରୁ ପଇସା ନେଣଦେଣ କରିପାରିବେ ନାହିଁ |

ରୋଷେଇ ଗ୍ୟାସର ମୂଲ୍ୟରେ ପରିବର୍ତ୍ତନ :-

ପ୍ରତିମାସର ପ୍ରଥମ ତାରିଖରେ ପେଟ୍ରୋଲିୟମ କମ୍ପାନୀ ରୋଷେଇ ଗ୍ୟାସର ମୂଲ୍ୟରେ ପରିବର୍ତ୍ତନ କରିଥାଏ | ଏପରି ପରିସ୍ଥିତିରେ ରୋଷେଇ ଗ୍ୟାସରେ ମଧ୍ୟ ବୃଦ୍ଧି ଘଟିପାରେ | ଯଦି ଆପଣ ବଢିଥିବା ମୂଲ୍ୟରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ଆପଣ ଆଜି ହିଁ ଗ୍ୟାସ ବୁକ କରନ୍ତୁ, ଆଜି ବୁକ କରିଲେ ଆପଣଙ୍କୁ ନୂତନ ମୂଲ୍ୟ ଦେବାକୁ ପଡିବ ନାହିଁ |

ପିଏମ କିସାନ :-

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ପାଇବାପାଇଁ କୃଷକଙ୍କୁ e -KYC କରିବାର ଶେଷ ତାରିଖ ଅଗଷ୍ଟ ୩୧, ୨୦୨୨ ଦିଆଯାଇଛି | ଯଦି କୃଷକ ଏ କାମ ପୁରା କରିବେ ନାହିଁ, ତେବେ ତାଙ୍କର ପରବର୍ତ୍ତୀ କିସ୍ତି ଅଟକି ଯାଇପାରେ |

ବଢ଼ିଯିବ ଟୋଲ ଟ୍ୟାକ୍ସ :-

ଦିଲ୍ଲୀ ଯିବାଆସିବା ପାଇଁ ଯେଉଁ ଲୋକମାନେ ଯମୁନା ଏକ୍ସପ୍ରେସବେ ବ୍ୟବହାର କରନ୍ତି, ସେମାନଙ୍କୁ ସେପ୍ଟେମ୍ବର ୧ ତାରିଖ ଠାରୁ ଅଧିକ ଟୋଲ ଟ୍ୟାକ୍ସ ଦେବାକୁ ପଡିବ |

ଇନ୍ସ୍ୟୁରାନ୍ସ ଏଜେଣ୍ଟଙ୍କ କମିଶନ କମ :-

IRDAI ଜେନେରାଲ ଇନ୍ସ୍ୟୁରାନ୍ସର ନିୟମରେ ପରିବର୍ତ୍ତନ କରିଛି | ବର୍ତ୍ତମାନ ଇନ୍ସ୍ୟୁରାନ୍ସ ଏଜେଣ୍ଟଙ୍କୁ ୩୦ ରୁ ୩୫ ପ୍ରତିଶତ ବଦଳରେ ୨୦ ପ୍ରତିଶତ କମିଶନ ମିଳିବ | ଏହାଦ୍ୱାରା ଲୋକଙ୍କ ପ୍ରିମିୟମ ରାଶି କମ ଆସିବ |

ଅଡ଼ି କାରର ମୂଲ୍ୟ :-

ଯଦି ଆପଣ ସେପ୍ଟେମ୍ବର ମାସରେ ଅଡ଼ି କାର କିଣିବାପାଇଁ ପ୍ଲାନ କରୁଛନ୍ତି, ତେବେ ଏହି କାର ମହଙ୍ଗା ହେବାକୁ ଯାଉଛି | ଅଡ଼ି କାରର ମୂଲ୍ୟରେ ୨.୫ ପ୍ରତିଶତ ବୃଦ୍ଧି ହେବାକୁ ଯାଉଛି | ନୂତନ ମୂଲ୍ୟ ସେପ୍ଟେମ୍ବର ୨୦ ତାରିଖଠାରୁ ଲାଗୁ ହେବାକୁ ଯାଉଛି |

Leave A Reply

Your email address will not be published.