ମହିଳା କିସ କରି ନେଇଗଲେ ଯୁବକଙ୍କ ଜୀବନ

0

Get real time updates directly on you device, subscribe now.

ଜଣେ ମହିଳା ଜେଲରେ ଜଣେ କଏଦୀଙ୍କ ସହିତ ଦେଖା କରିବାକୁ ପହଞ୍ଚିଥିଲେ । ଦେଖା କରିବା ସମୟରେ ମହିଳା ସେହି କଏଦୀଙ୍କୁ କିସ୍ କଲେ । ଏହାର କିଛି ସମୟ ପରେ କଏଦୀଙ୍କର ମୃତ୍ୟୁ ହୋଇଗଲା । ମୃତ୍ୟୁ ପରେ ମହିଳାଙ୍କ ଉପରେ କଏଦୀଙ୍କ ହତ୍ୟାର ଆରୋପ ଲାଗିଲା ଏବଂ ତାଙ୍କୁ ଗିରଫ କରାଗଲା ।

ମାମଲାଟି ଆମେରିକାର ଅଟେ । ଟେନ୍ସି ଜେଲରେ ଯୋଶୁଆ ବ୍ରାଉନ ନାମକ ଜଣେ କଏଦୀ ଦଣ୍ଡ ଭୋଗୁଥିଲେ । ରେଚଲ୍ ଡୋଲାର୍ଡ ତାଙ୍କ ସହ ଦେଖା କରିବାକୁ ଯାଇଥିଲେ । ବ୍ରାଉନଙ୍କ ସହ ଦେଖା କରିବା ସମୟରେ ରେଚଲଙ୍କ ପାଟିରେ ମିଥାମଫେଟାମାଇନ୍ ଡ୍ରଗ୍ ଥିଲା | ଏହି ସମୟରେ ରେଚଲ ନିଜ ପାଟିରୁ ବ୍ରାଉନଙ୍କ ପାଟିରେ ଡ୍ରଗ ପୁରାଇଦେଲେ । ତାପରେ ବ୍ରାଉନ ସବୁ ଡ୍ରଗ ଏକାବେଳେ ଗିଳି ଦେଲେ ।

ଡ୍ରଗର ଓଜନ ପ୍ରାୟ 14 ଗ୍ରାମ ଥିଲା । ଡ୍ରଗର ଓଭର ଡୋଜ କାରଣରୁ ବ୍ରାଉନଙ୍କ ମୃତ୍ୟୁ ହୋଇଯାଇଛି । ବ୍ୟକ୍ତିଙ୍କ ମୃତ୍ୟୁ ପରେ ଟେନ୍ସି ଡିପାର୍ଟମେଣ୍ଟ ଅଫ କରେକ୍ସନ୍ (TDOC) ର ଏଜେଣ୍ଟ ରେଚଲ ଡୋଲାର୍ଡଙ୍କୁ ହେପାଜତକୁ ନେଇଯାଇଛି । TDOC ମଙ୍ଗଳବାର ଦିନ ଗୋଟିଏ ବୟାନ ଜାରି କରି କହିଛି ଯେ ରେଚଲଙ୍କ ଉପରେ ଟର୍ଣି ସେଣ୍ଟର୍ ଇଣ୍ଡଷ୍ଟ୍ରିଆଲ କମ୍ପ୍ଲେକ୍ସରେ ଡ୍ରଗ କାରବାର ଏବଂ ହତ୍ୟା କରିବାର ଅଭିଯୋଗ କରାଯାଇଛି ।

ଏହି ମାମଲାରେ ତାଙ୍କୁ ଗିରଫ କରି ଜେଲ ପଠାଇ ଦିଆଯାଇଛି । ରେଚଲଙ୍କୁ ଟେନ୍ସି ଡିପାର୍ଟମେଣ୍ଟ ଅଫ କରେକ୍ସନ୍ ହିକମ୍ୟାନ କାଉଣ୍ଟି ଜେଲରେ ରଖିଛି । କୁହାଯାଉଛି ଯେ ଯୋସୁନ ବ୍ରାଉନଙ୍କୁ ଡ୍ରଗ ସହ ଜଡ଼ିତ ମାମଲାରେ ଦୋଷୀ ସାବ୍ୟସ୍ତ ହେବାପରେ 11 ବର୍ଷ ପାଇଁ ଦଣ୍ଡିତ କରାଯାଇଥିଲା । ତାଙ୍କ ଦଣ୍ଡ 2029 ମସିହାରେ ଶେଷ ହେବାର ଥିଲା ।

ଅଧିକାରୀମାନେ ଅଭିଯୋଗ କରିଛନ୍ତି ଯେ ଏହା ପୂର୍ବରୁ ଫେବୃଆରୀ ମାସରେ ଦେଖା କରିବା ବାହାନାରେ ରେଚଲ୍ ବ୍ରାଉନଙ୍କୁ ଡ୍ରଗ ଦେଇଥିଲେ । ପଚରାଉଚରାରେ ରେଚଲ ଏହି କଥାକୁ ସ୍ୱୀକାର ମଧ୍ୟ କରିଛନ୍ତି । ଏହି ଦୁର୍ଘଟଣା ପରେ ଟେନ୍ସି ଡିପାର୍ଟମେଣ୍ଟ ଅଫ କରେକ୍ସନ୍ (TDOC) ବୟାନ ଜାରି କରି କହିଛି – ବର୍ତ୍ତମାନ ଠାରୁ ଆମ ଜେଲରେ ଆଇନଗତ ବ୍ୟବସ୍ଥାକୁ ଆହୁରି କଡ଼ା କରାଯିବ ।

Leave A Reply

Your email address will not be published.