” ମନ୍ତ୍ରୀଙ୍କ ପ୍ରୋଗ୍ରାମ ହେଉଛି, 6 ବୋତଲ ହ୍ୱିସ୍କି ପଠାଅ”, ଅଫିସରଙ୍କ ଅଡିଓ ଭାଇରାଲ, ମିଳିଲା ଏହି ଦଣ୍ଡ

0

Get real time updates directly on you device, subscribe now.

Haryana News: ଏକ୍ସାଇଜ୍ ବିଭାଗର ଜଣେ ଅଧିକାରୀଙ୍କ ଗୋଟିଏ ଅଡିଓ କ୍ଲିପ୍ ସାମ୍ନାକୁ ଆସିବା ପରେ ତାଙ୍କୁ ଦଣ୍ଡ ଭାବରେ ସ୍ଥାନାନ୍ତର କରାଯାଇଛି । ଅଡିଓରେ ସେ ଗୋଟିଏ ମଦ ଦୋକାନର ଜଣେ କର୍ମଚାରୀଙ୍କୁ ଜଣେ ମନ୍ତ୍ରୀଙ୍କ ସମାରୋହ ପାଇଁ ସ୍କଚ୍ ହ୍ୱୀସ୍କି ବୋତଲ ପଠାଇବାକୁ କହୁଥିବା ଶୁଣାଯାଇଛି ।

ମଦ ବିକ୍ରେତା କଲେ ଅଭିଯୋଗ :-

ମଦ ବିକ୍ରେତା ଏହି ଅଡିଓକୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ସମାଧାନ ମେକାନିଜିମ୍, ଗୃହମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କ ନିକଟକୁ ପଠାଇଛନ୍ତି । ଏଥିରେ ଏକ୍ସାଇଜ୍ ବିଭାଗର ଇନ୍ସପେକ୍ଟର ସନ୍ଦୀପ ଲୋହାନଙ୍କୁ ମଦ ଦୋକାନର କର୍ମଚାରୀଙ୍କ ସହ କଥିତ ଭାବରେ କହୁଥିବାର ଶୁଣାଯାଇପାରେ ଯେ ଏକ ହୋଟେଲକୁ 6 ଟି ହ୍ଵିସ୍କି ବୋତଲ ପଠାଯାଉ, ଯେଉଁଠାରେ ଜଣେ ମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । କର୍ମଚାରୀ ଜଣକ ଯେତେବେଳେ ହ୍ୱିସ୍କି ଉପଲବ୍ଧ ନାହିଁ ବୋଲି କହିଲେ, ସେତେବେଳେ ଲୋହାନ କଥିତ ଭାବରେ କ୍ରୋଧିତ ହେବାର ଶୁଣିବାକୁ ମିଳୁଛି । ଏହି ଘଟଣା ଅଗଷ୍ଟ 14 ର ବୋଲି କୁହାଯାଉଛି ।

ଦିଆଗଲା ଯାଞ୍ଚ୍ କରିବାପାଇଁ ନିର୍ଦ୍ଦେଶ :-

ଗୁରୁଗ୍ରାମ(ପୂର୍ବ)ର ଡେପୁଟି ଏକ୍ସାଇଜ୍ ଡ୍ୟୁଟି ଏବଂ ଟ୍ୟାକ୍ସ କମିଶନର (ଏକ୍ସାଇଜ୍) ରବୀନ୍ଦର ସିଂ କହିଛନ୍ତି, “ସଂପୃକ୍ତ ଏକ୍ସାଇଜ୍ ଇନ୍ସପେକ୍ଟରଙ୍କୁ ଗୁରୁଗ୍ରାମରେ ଥିବା ତାଙ୍କ କାର୍ଯ୍ୟାଳୟର ଦାୟିତ୍ୱରୁ ମୁକ୍ତ କରାଯାଇଛି ଏବଂ ତୁରନ୍ତ ପ୍ରଭାବ ସହିତ ପଞ୍ଚକୁଲାରେ ହେଡ଼ ଅଫିସକୁ ରିପୋର୍ଟ୍ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଆରୋପ ଉପରେ ଯାଞ୍ଚ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

6 ମାସ ପାଇଁ ପଞ୍ଚକୁଲା ଟ୍ରାନ୍ସଫର :-

ଯାଞ୍ଚ ଶେଷ ହେବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଡେପୁଟି ଏକ୍ସାଇଜ୍ ଏବଂ ଟ୍ୟାକ୍ସ କମିଶନର (ଏକ୍ସାଇଜ୍) ଗୁରୁଗ୍ରାମ (ପୂର୍ବ) ପକ୍ଷରୁ ସଂପୃକ୍ତ ଏକ୍ସାଇଜ୍ ଇନ୍ସପେକ୍ଟରଙ୍କୁ ଗୋଟିଏ ଚିଠିରେ କୁହାଯାଇଛି, “ବିଭିନ୍ନ ସୂତ୍ରରୁ ସୂଚନା ଆସିଛି ଯେ ଆପଣଙ୍କ କାର୍ଯ୍ୟାଳୟର କାର୍ଯ୍ୟ ସନ୍ତୋଷଜନକ ନୁହେଁ । ତେଣୁ, ଆପଣଙ୍କୁ ଦିଆଯାଇଥିବା କର୍ତ୍ତବ୍ୟ ସର୍ବସାଧାରଣଙ୍କ ସ୍ୱାର୍ଥରେ ତୁରନ୍ତ ପ୍ରଭାବ ସହିତ ପ୍ରତ୍ୟାହାର କରାଯାଉଛି ।” ଗୁରୁବାର ଦିନ ଜାରି କରାଯାଇଥିବା ଗୋଟିଏ ଆଦେଶରେ ଏକ୍ସାଇଜ୍ ଏବଂ ଟ୍ୟାକ୍ସ କମିଶନର କହିଛନ୍ତି ଯେ, ଏକ୍ସାଇଜ୍ ଇନ୍ସପେକ୍ଟରଙ୍କୁ ସାମୟିକ ଭାବେ ଏକ୍ସାଇଜ୍ ଏବଂ ଟ୍ୟାକ୍ସ କମିଶନର ହରିୟାଣା, ପଞ୍ଚକୁଲାର କାର୍ଯ୍ୟାଳୟକୁ 6 ମାସ ପାଇଁ ଟ୍ରାନ୍ସଫର କରି ଦିଆଯାଇଛି ।

Leave A Reply

Your email address will not be published.