ବିଛଣାରେ ପରଦାଦିକୁ ସୋଇଥିବା ଦେଖି ନାତୁଣୀ କରିବାକୁ ଲାଗିଲା କିସ୍,ଭିଡିଓ ଦେଖି ଲୋକେ ହେଲେ ଭାବୁକ

0

Get real time updates directly on you device, subscribe now.

ସୋସିଆଲ ମିଡିଆରେ ସବୁଦିନ କିଛି ନା କିଛି ମଜାଦାର ଭିଡିଓ ଦେଖିବାକୁ ମିଳିଛି|କିଛି ଭିଡିଓ ମନୋରଞ୍ଜନ କଲା ବେଳେ କିଛି ଏଭଳି ହୋଇଥାଏ ଯେ ସମସ୍ତେ ଭାବୁକ ହୋଇ ଯାଇଥାନ୍ତି|ଏଵେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଭାଇରାଲ ହେଉଛି|ଏହାକୁ ଦେଖି ଲୋକେ ଭାବବିହ୍ୱଳ ହେଉଛନ୍ତି|ଏହା ଏକ ପରଦାଦା ଓ ନାତୁଣୀ ମଧ୍ୟରେ ସୁନ୍ଦର ବନ୍ଧନ ଦର୍ଶାଇ ଥାଆନ୍ତି|

ଏପରି ଦେଖାଯାଏ ତ ଛୋଟ ଛୁଆ ଓ ଦାଦା ଦାଦୀ ମଧ୍ୟରେ ବନ୍ଧନ ଦର୍ଶନୀୟ|ଏଵେ ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଛୁଆ ଓ ତାର ପରଦାଦା ମଧ୍ୟରେ ବନ୍ଧନ ଦର୍ଶାଇ ଥାଏ|ସେମାନଙ୍କ ଦୁହିଁଙ୍କ ବୟସ ଅନ୍ତର ୯୭ ବର୍ଷ ଅଟେ|ଦୁହିଁଙ୍କ ମଧ୍ୟରେ କୋମଳ , ପ୍ରେମ ପୂର୍ଣ୍ଣ ବନ୍ଧନ ଦେଖାଯାଏ|

ସୋସିଆଲ ମିଡିଆରେ ଏହି ଯେଉଁ ଭିଡିଓ ଭାଇରାଲ ହେଉଛି ତାହା ସଭିଙ୍କ ହୃଦୟ ଜିଣିଛି|ପରଦଦାଦା ଓ ପରପୋତୀଙ୍କ ଏହି ଭିଡିଓ ସଭିଙ୍କ ଦ୍ଵାରା ଆଦୃତ ହେଉଛି|ଏହାକୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି|ଭିଡିଓ କ୍ୟାପସନର ଲେଖାଅଛି ,”ପରିବାର :ପରଦାଦା ଓ ପରପୋତୀ ଏକ କୋମଳ କ୍ଷଣ ଅତିବାହିତ କରୁଛନ୍ତି: ତାଙ୍କ ଵୟସ ଅନ୍ତର ୯୭ ବର୍ଷ”

ଏହି ଭିଡିଓରେ‌ ଦେଖାଯାଏ କିଭଳି ଛୋଟ ଛୁଆ ତାର ପ୍ରେମ ସେୟାର କରୁଛି|ସେ ପରଦାଦାକୁ କିସ କରୁଛି|ଏହି ଭିଡିଓ ଆପଣ ନିଜ ଦାଦା ଦାଦିଙ୍କ ସହ କଟାଇଥିବା ମୁହୂର୍ତ୍ତ ମନେ ପକାଇ ଦେବ|

ଏହି ହୃଦୟସ୍ପର୍ଶୀ ଭିଡିଓ ଇନଷ୍ଟାଗ୍ରାମରେ goodnews_ movement ନାମକ ଏକାଉଣ୍ଟରୁ ସେୟାର କରାଯାଇଛି|ଏହାକୁ ୧.୯୧ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଲାଇକ କରିଛନ୍ତି|ଏହାକୁ ଦେଖିବା ପରେ ସୋସିଆଲ ମିଡ଼ିଆ ୟୁଜର୍ସ ନିଜ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି|

ଜଣେ ୟୁଜର କହିଛନ୍ତି,”ଓ ମାଇଁ ସ୍ମାର୍ଟ,ବିୟୁଟିଫୁଲ୍”|ଆଉଜଣେ ଲେଖିଛନ୍ତି,”ଶରୀର ଥକି ଯାଇଛି ହେଲେ ପ୍ରେମ ଯୁବା ଓ ପରିପୂର୍ଣ୍ଣ”|ଆଉଜଣେ ଲେଖିଛନ୍ତି ସୈାଭାଗ୍ୟ ବଶତଃ ମୁଁ ଦାଦା ଦାଦିଙ୍କ ସହ କଟାଇଥିବା ସମୟ ମନେ ପଡି ଯାଉଛି|

Leave A Reply

Your email address will not be published.