Jio ର ସବୁଠାରୁ ଶସ୍ତା ରିଚାର୍ଜ, ମିଳିବ ଡେଲି 1GB ଡାଟା ଏବଂ ଅନଲିମିଟେଡ କଲ, ଫ୍ରିରେ ଦେଖିପାରିବେ TV

0

Get real time updates directly on you device, subscribe now.

Jio ର ପୋର୍ଟଫୋଲିୟୋରେ ବର୍ତ୍ତମାନ ମଧ୍ୟ ଅନେକ ଅଫୋର୍ଡେଭଲ ପ୍ଲାନ ରହିଛି । ଅତି କମରେ ଅନ୍ୟ ପ୍ରାଇଭେଟ୍ ଟେଲିକମ କମ୍ପାନୀ ତୁଳନାରେ ଜିଓର ପ୍ଲାନ୍ ଖୁବ୍ ଶସ୍ତା ହୋଇଥାଏ । କମ୍ପାନୀ ଅନେକ ପ୍ରକାରର ପ୍ଲାନ୍ ଅଫର କରିଥାଏ । ଆପଣ ଡେଲି 1GB ଡାଟା, 2GB ଡାଟା ଏବଂ ଅନ୍ୟ ବେନେଫିଟ ବାଲା ପ୍ଲାନ୍ ଟ୍ରାଇ କରିପାରିବେ ।

ଯଦି ଆପଣ ସାମାନ୍ୟ ଡାଟା ୟୁଜର ଅଟନ୍ତି, ଅର୍ଥାତ୍ ବହୁତ୍ ଅଧିକ ଡାଟା ୟୂଜ୍ କରନ୍ତି ନାହିଁ, ତେବେ କମ୍ପାନୀର ପୋର୍ଟଫୋଲିୟୋରେ ଅନେକ ଶସ୍ତା ପ୍ଲାନ୍ ମିଳିଯିବ । ଟେଲିକମ ଅପରେଟର 1GB ଡେଲି ଡାଟା ବାଲା ଅନେକ ପ୍ଲାନ ଅଫର କରିଥାଏ ।

ଏହି ପ୍ଲାନ୍ ସହିତ ଆପଣଙ୍କୁ କେବଳ ଡାଟା ନୁହେଁ, ବରଂ SMS ଏବଂ ଅନ୍ୟ ବେନେଫିଟ ମଧ୍ୟ ମିଳିଥାଏ । ଯଦି ଆପଣ କମ୍ ବଜେଟ ବାଲା ଗୋଟିଏ ପ୍ଲାନ୍ ଚାହୁଁଛନ୍ତି, ତେବେ କମ୍ପାନୀର ଡେଲି 1GB ଡାଟା ପ୍ଲାନକୁ ଟ୍ରାଇ କରିପାରିବେ । ଆସନ୍ତୁ ଜାଣିବା ପୋର୍ଟଫୋଲିୟୋରେ ଥିବା ପ୍ଲାନର ଡିଟେଲ ।

ସବୁଠାରୁ ଶସ୍ତା 1GB ଡେଲି ଡାଟା ପ୍ଲାନ୍ :-

Jio ର ସବୁଠାରୁ ଶସ୍ତା ପ୍ଲାନ୍ 149 ଟଙ୍କାର ଅଟେ । ଏଥିରେ ୟୁଜରର୍ସଙ୍କୁ ପ୍ରତିଦିନ 1GB ଡାଟା ମିଳିଥାଏ । ଏହାର ଭାଲିଡିଟି 20 ଦିନର ଅଟେ । ଅର୍ଥାତ୍ ୟୁଜର୍ସଙ୍କୁ 20 ଦିନ ପାଇଁ 1GB ଡାଟା ଡେଲି ମିଳିବ । ରିଚାର୍ଜରେ କଞ୍ଜ୍ୟୁମର୍ଷଙ୍କୁ ମୋଟ 20GB ଡାଟା ମିଳିଥାଏ । ଏହାବ୍ୟତୀତ ଆପଣଙ୍କୁ ଅନଲିମିଟେଡ ଭଏସ କଲିଙ୍ଗ ଏବଂ ଡେଲି 100 SMS ମିଳିବ ।

ଏହି ପ୍ଲାନ jio ଆପର ଫ୍ରି ସବସକ୍ରିପସନ୍ ସହିତ ଆସିଥାଏ । ଏଥିରେ jio TV, Jio ସିନେମା, jio ସିକ୍ୟୁରିଟି ଏବଂ jio କ୍ଲାଉଡର ଆକ୍ସେସ କମ୍ପ୍ଲିମେଣ୍ଟ୍ରି ମିଳିଥାଏ । ଡାଟା ଲିମିଟ ଶେଷ ହେବାପରେ ୟୁଜର୍ସଙ୍କୁ 60Kbps ର ସ୍ପିଡରେ ଡାଟା ମିଳିବ ।

ଏଥିରେ ମିଳିବ ଅଧିକ ଭାଲିଡିଟି :-

କମ୍ପାନୀର ଦ୍ୱିତୀୟ ପ୍ଲାନ୍ 179 ଟଙ୍କାରେ ଆସିଥାଏ । ଏଥିରେ ୟୁଜର୍ସକୁ 149 ଟଙ୍କିଆ ବେନେଫିଟ୍ ମିଳିଥାଏ । ଏଥିରେ ୟୁଜରର୍ସଙ୍କୁ ପ୍ରତିଦିନ 1GB ଡାଟା ମିଳିଥାଏ । ଏହାର ଭାଲିଡିଟି 24 ଦିନର ଅଟେ । ଅର୍ଥାତ୍ ୟୁଜର୍ସଙ୍କୁ 24 ଦିନ ପାଇଁ 1GB ଡାଟା ଡେଲି ମିଳିବ । ଉଭୟ ପ୍ଲାନରେ କେବଳ ଭାଲିଡିଟିର ପାର୍ଥକ୍ୟ ରହିଛି ।

ଆପଣ ଯଦି 28 ଦିନର ଭାଲିଡିଟି ଚାହୁଁଛନ୍ତି, ତେବେ ଆପଣ 209 ଟଙ୍କିଆ ପ୍ଲାନ୍ କିଣି ଏହି ସମାନ ବେନେଫିଟ 28 ଦିନ ପର୍ଯ୍ୟନ୍ତ ପାଇପାରିବେ । ଏହି ପ୍ଲାନରେ ୟୁଜରକୁ ମୋଟ 28GB ଡାଟା ମିଳିବ ।

Leave A Reply

Your email address will not be published.