ବାବା ବ୍ୟଙ୍ଗାଙ୍କ ଭବିଷ୍ୟବାଣୀ ସବୁ ଆଗରୁ ହୋଇଛି ସତ, ଏବେ ଭାରତକୁ ନେଇ କଲେ ଏମିତି ଭବିଷ୍ୟବାଣୀ,ଲୋକମାନେ ହେଲେ ଭୟଭୀତ !

0

Get real time updates directly on you device, subscribe now.

ବାବା ବ୍ୟଙ୍ଗା ବୁଲଗେରିଆର ଜଣେ ଦୃଷ୍ଟିହୀନ ମହିଳା ଅଟନ୍ତି। 12 ବର୍ଷ ବୟସରୁ ତାଙ୍କ ଆଖିର ଦୃଷ୍ଟିଶକ୍ତି ଚାଲିଯାଇଥିଲା ସତ କିନ୍ତୁ ଏହାପରେ ଭଗବାନ ତାଙ୍କୁ ଭବିଷ୍ୟ ଦେଖିବାର ଶକ୍ତି ଦେଇଥିଲେ। ସେ ଦୁନିଆକୁ ନେଇ ବହୁତସାରା ଭାବିଷ୍ୟବାଣୀ କରିଛନ୍ତି ଓ ଏହା ସତ ସାବ୍ୟସ୍ତ ହୋଇଛି ମଧ୍ୟ, ବାବା ବ୍ୟଙ୍ଗା ଭାରତକୁ ନେଇ ମଧ୍ୟ 2022 ଭବିଷ୍ୟବାଣୀ କରିଥିଲେ ଯାହାକି ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ।

ଏହିବର୍ଷ ବାବା ବ୍ୟଙ୍ଗାଙ୍କ ଦୁଇଟି ଭବିଷ୍ୟବାଣୀ ସତ୍ୟ ହୋଇଯାଇଛି:-

ବ୍ରିଟିଶ ନ୍ୟୁଜ ଦ ସନ ମୁତାବିକ ବାବା ବ୍ୟଙ୍ଗା ଏହବର୍ଷ ଦୁଇଟି ଭବିଷ୍ୟବାଣୀ କରିଥିଲେ ଓ ଏଗୁଡିକ ମଧ୍ୟରୁ ଦୁଇଟି ସତ୍ୟ ପ୍ରମାଣିତ ହୋଇଛି। ପ୍ରଥମ ଭବିଷ୍ୟବାଣୀଟି ହେଉଛି ସେ ଅଷ୍ଟ୍ରେଲିଆର କିଛି ଅଞ୍ଚଳରେ ପ୍ରବଳ ବନ୍ୟା ଆସିବ ବୋଲି କହିଥିଲେ ଓ ଦ୍ଵିତୀୟରେ କହିଥିଲେ କି, କିଛି ଜାଗାରେ ମରୁଡ଼ି ପଡିଯିବ ଓ ଏହି ବାଣୀ ସତ ସାବ୍ୟସ୍ତ ହୋଇ ସାମ୍ନାକୁ ଆସିଥିଲା।

ସେ କହିଥିଲେ କି ବଡ଼ ବଡ଼ ସହର ମରୁଡ଼ି ସମସ୍ୟାରେ ସମ୍ମୁଖୀନ ହେବ କିନ୍ତୁ ସେ ସ୍ଥାନ ବିଷୟରେ କହିନଥିଲେ। ଏବେ ଏହା ୟୁରୋପରେ ସତ ହୋଇ ସାମ୍ନାକୁ ଆସୁଛି, ବ୍ରିଟେନ, ଇଟାଲୀ ଓ ପର୍ତ୍ତୁଗାଲ ଭଳି ଦେଶ ଗୁଡ଼ିକ ବର୍ତ୍ତମାନ ମରୁଡ଼ି ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି।

ବ୍ରିଟେନରେ ମରୁଡ଼ିର ଘୋଷଣା କରିଦିଆଯାଇଛି:-

ବ୍ରିଟେନରେ ଖବର ସାମ୍ନାକୁ ଆସିଛି କି, ବ୍ରିଟେନର ଦକ୍ଷିଣ ପଶ୍ଚିମ, ଦକ୍ଷିଣ, ମଧ୍ୟ ଓ ପୂର୍ବ ଜାଗା ଗୁଡ଼ିକରେ ଜଳର ଘୋର ଅଭାବ ଦଖାଯାଇଛି। ଏହି ଅଞ୍ଚଳକୁ ବର୍ତ୍ତମାନ ଜଲଦି ମରୁଡ଼ି ଗ୍ରାସିତ ଘୋଷଣା କରାଯିବ।

ବ୍ରିଟେନ କେବଳ ଗୋଟିଏ ଦେଶ ନୁହେଁ ଯିଏକି ମରୁଡ଼ିର ସାମ୍ନା କରୁଛି। ବ୍ରିଟେନ ସହିତ ଇଟାଲୀ ଓ ପର୍ତ୍ତୁଗାଲରେ ମରୁଡ଼ି ସମସ୍ୟା ଦେଖାଦେବା ଦ୍ୱାରା ସେଠାରେ ଲୋକେ ଜଳ ସଂରକ୍ଷଣ ପ୍ରତି ରାସ୍ତାକୁ ଓହ୍ଲାଇଛନ୍ତି। ଇଟାଲୀ 1950 ମସିହା ପରେ ପ୍ରଥମଥର ମରୁଡ଼ି ଅନୁଭବ କରିଛି।

ସାଇବେରିଆରେ ଖତରନାକ ଭାଇରସ ଆସିବାର ଭବିଷ୍ୟବାଣୀ:-

କୁହାଯାଉଛି ବାବା ବ୍ୟଙ୍ଗା ଏହିବର୍ଷ ପାଇଁ ଆଉ ଦୁଇଟି ଭବିଷ୍ୟବାଣୀ କରିଛନ୍ତି। ଏମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ରୁଷ ର ସାଇବେରିଆରେ ଏହିବର୍ଷ ଏକ ଖତରନାକ ଭାଇରସ ସାମ୍ନାକୁ ଆସିବ ଯାହାଦ୍ୱାରା ବହୁତସାରା ଲୋକେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିବେ।

ଭାରତ ଉପରେ ପଙ୍ଗପାଳ ଆକ୍ରମଣ:-

ବାବା ବ୍ୟଙ୍ଗା ଏହିଥର ଭବିଷ୍ୟବାଣୀ କରିଛନ୍ତି ଯେ, ଏହିବର୍ଷ ତାପମାତ୍ରାରେ ବହୁତ ମାତ୍ରାରେ ହ୍ରାସ ହେବା ଯୋଗୁଁ ପଙ୍ଗପାଳ ପ୍ରଚୁର ମାତ୍ରାରେ ଭାରତର ଫସଲ ଗୁଡ଼ିକ ଉପରେ ଆକ୍ରମଣ କରିବେ ଓ ଦେଶ ବହୁତ କ୍ଷତି ଦେଇ ଗତି କରିବ। ବର୍ତ୍ତମାନ ବାବା ବ୍ୟଙ୍ଗାଙ୍କ ଭବିଷ୍ୟବାଣୀ ସତ ହେଉଛି କି ନାହିଁ ଦେଖିବାକୁ ବାକି ରହିଲା।

12 ବର୍ଷ ବୟସରେ ହରାଇଥିଲେ ଦୃଷ୍ଟିଶକ୍ତି:-

ବାବା ବ୍ୟଙ୍ଗାଙ୍କ ଅସଲି ନାମ ହେଉଛି ବେଙ୍ଗେଲେଇ ଗୁସ୍ତାରୋଭା। ସେ ବୁଲଗେରିଆରେ ରୁହନ୍ତି। 12 ବର୍ଷ ବୟସରେ ଦୃଷ୍ଟିଶକ୍ତି ହରାଇବାପରେ ସେ ଦାବି କରି କହିଥିଲେ କି, ଭଗବାନ ତାଙ୍କୁ ଭବିଷ୍ୟ ଦେଖିବାର ଶକ୍ତି ଦେଇଛନ୍ତି ଓ ଯାହାଦ୍ୱାରା ସେ ବହୁତସାରା ଭବିଷ୍ୟବାଣୀ କରିଥିଲେ। ତାଙ୍କର ମୃତ୍ୟୁ 1996 ମସିହାରେ ହୋଇଯାଇଥିଲା। ସେ କରିଥିବା ଭବିଷ୍ୟବାଣୀ ଗୁଡ଼ିକ ମଧ୍ୟରୁ ସତ ହୋଇଥିବା ଭବିଷ୍ୟବାଣୀ ହେଉଛି, ବ୍ରିଟେନ ରାଣୀ ଡ଼ାୟନାଙ୍କ ମୃତ୍ୟୁ, ଆମେରିକା ଉପରେ 9/11 ଆକ୍ରମଣ, ବାରାକ ଓବାମା ପ୍ରଥମ ଶ୍ଵେତ ରାଷ୍ଟ୍ରପତି ନିର୍ବାଚିତ ଇତ୍ୟାଦି।

କେତେକ ଭବିଷ୍ୟବାଣୀ ସତ୍ୟ ସାବ୍ୟସ୍ତ ହୋଇନଥିଲା:-

ବାବା ବ୍ୟଙ୍ଗାଙ୍କ ଭବିଷ୍ୟବାଣୀ ଏହାନୁହେଁ କି ଯେ ସତ ସାବ୍ୟସ୍ତ ହୋଇଆସିଛି। ବାବା ବ୍ୟଙ୍ଗା ଏକ ଭବିଷ୍ୟବାଣୀ କରିଥିଲେ କି, 2016 ରେ ୟୁରୋପରେ ଏକ ମହାଯୁଦ୍ଧ ହେବ ଯେଉଁଥିରେ ୟୁରୋପର କିଛି ଅଂଶ ଧ୍ୱଂସ ହେବ ଯାହାକି ସତ ହୋଇନଥିଲା। ଏହାପରେ ସେ କହିଥିଲେ, 2010 ରୁ 14 ମଧ୍ୟରେ ଏକ ପରମାଣୁ ଯୁଦ୍ଧ ହେବ ଯେଉଁଥିରେ ଦୁନିଆର ବଡ଼ ଅଂଶ ଧ୍ୱଂସ ହୋଇଯିବ ଏହାବି ସତ ହୋଇନଥିଲା।

Leave A Reply

Your email address will not be published.