ବିଶ୍ୱା-ସଘାତକ ସାଜିଲା ଶ୍ରୀଲଙ୍କା : ଚୀନ୍ ପରେ ପାକିସ୍ଥାନ ସହ ମିଳାଇଲା ହାତ

0

Get real time updates directly on you device, subscribe now.

ବନ୍ଧୁଗଣ ଆପଣମାନେ ସମସ୍ତେ ତୋ ଜାଣିଥିବେ ଯେ ଶ୍ରୀଲଙ୍କା ସବୁଠାରୁ ବଡ଼ ଆର୍ଥିକ ସଙ୍କ-ଟର ସାମ୍ନା କରୁଛି । ବୈଦେଶିକ ମୁଦ୍ରା ଭଣ୍ଡାର ଶେଷ ହେବା କାରଣରୁ ଖାଦ୍ୟ, ଇନ୍ଧନ ଏବଂ ଔଷଧ ଭଳି ଅତ୍ୟାବଶ୍ୟକୀୟ ଜିନିଷଗୁଡ଼ିକର ଆମଦାନୀରେ ଶ୍ରୀଲଙ୍କା ରେ ସମସ୍ୟା ସୃଷ୍ଟି ହେଉଛି । ଏପରିକି ସେଠାରେ ଲୋକମାନେ ଦୁଇଓଳି ଦୁଇମୁଠା ଖାଦ୍ୟ ପାଇଁ ସଂ-ଘର୍ଷ ଜାରି ରଖିଛନ୍ତି ।

ଆଉ ଏଭଳି ଦୟନୀୟ ପରିସ୍ଥିତିରେ କେବଳ ଭାରତ ହିଁ ନିଜ ପଡ଼ୋଶୀ ଦେଶ ଶ୍ରୀଲଙ୍କାକୁ ସବୁକ୍ଷେତ୍ରରେ ସହାୟତାର ହାତ ବଢ଼ାଇଥିଲା । ଖାଦ୍ୟ, ପାନୀୟ, ଓ ଔଷଧ ଆଦି ଠାରୁ ଆରମ୍ଭ କରି ଏପରିକି ବିପୁଳ ପରିମାଣର ଟନ୍ ଟନ୍ ପେଟ୍ରୋଲ-ଡିଜେଲ ମଧ୍ୟ ପଠାଇଛି । କିନ୍ତୁ ଏବେ ଏ ସମସ୍ତ ସାହାଯ୍ୟ ସତ୍ତ୍ବେ ଭାରତର କଥା ରଖିଲେନି ଶ୍ରୀଲଙ୍କା ସରକାର । ଚୀନର ସ୍ପାଏ ସିପ୍‌ ୟୁଆନ ୱାଙ୍ଗ ୫କୁ ନିଜ ବନ୍ଦରରେ ଅଟକିବା ଲାଗି ଶ୍ରୀଲଙ୍କା ସରକାର ଦେଲେ ଗ୍ରୀନ ସିଗନାଲ ।

ଆସନ୍ତା ଅଗଷ୍ଟ ୧୬ରୁ ୨୨ ଯାଏଁ ହମ୍ୱନଟୋଟା ବନ୍ଦରରେ ରହିବା ପାଇଁ ଚୀନର ଜାହାଜକୁ ଅନୁମତି ମିଳିଛି । ଚୀନର ଏହି ଜାହାଜ ଶ୍ରୀଲଙ୍କାରେ ପହଞ୍ଚିବା ଭାରତର ସୁର-କ୍ଷାକୁ ବଡ଼ ବି-ପଦ ବୋଲି କୁହାଯାଉଛି । ତେବେ ଏହି ୟୁଆନ ୱାଙ୍ଗ ୫ ଚୀନର ଅତ୍ୟନ୍ତ ଶକ୍ତିଶାଳୀ ଗୁଇନ୍ଦା ଜାହାଜ । ଏହା ସ୍ପେସ ଏବଂ ସାଟେଲାଇଟ ଟ୍ରାକିଂ ସହ ଇଣ୍ଟରକଣ୍ଟିନେଣ୍ଟାଲ ବାଲେଷ୍ଟିକ ମିଶାଇଲ ଲଞ୍ଚର ମଧ୍ୟ ସ-ନ୍ଧାନ କରିପାରିବ । ଏହା ୟୁଆନ ୱାଙ୍ଗ ସିରିଜର ତୃତୀୟ ପିଢିର ଟ୍ରାକିଂ ଜାହାଜ । ୨୦୦୭ ସେପ୍ଟେମ୍ୱର ୨୭ରେ ଏହାକୁ ସେବାରେ ସାମିଲ କରାଯାଇଥିଲା।

ଏହି ଜାହାଜରେ ଅତ୍ୟନ୍ତ ଶକ୍ତିଶାଳୀ ଆଣ୍ଟିନା ଲାଗିଛି, ଯାହା ଦୀର୍ଘ ୭୫୦ କିମି ଦୂର ଯାଏଁ ନଜର ରଖିବାରେ ଏହାକୁ ସହାୟତା କରିଥାଏ । ଆରବ ସାଗରରେ ଗୁଇନ୍ଦାଗିରି କରିବା ଭାରତ ଏବଂ ଆମେରିକାର ଚିନ୍ତା ବଢାଇପାରେ । ଭାରତ ମହାସାଗରରେ ହିଁ ଆମେରିକାର ନୌସେନା ଶିବିର ଡିୟୋଗା ଗାର୍ସିଆ ରହିଛି । ଏହା ବ୍ୟତୀତ ପୁଣି ଶୁଣିବାକୁ ମିଳୁଛି ଯେ ଭାରତର ପରମ ଶ-ତ୍ରୁ ପାକିସ୍ଥାନ ସହ ନିକଟରେ ହାତ ମିଳାଇଛି ଶ୍ରୀଲଙ୍କା ।

ପ୍ରଥମେ ଚିନ୍ ଓ ପରେ ପାକିସ୍ଥାନ ଏପରି କରି ମଧ୍ୟ ଭାରତ ସହ ବହୁତ ବଡ଼ ବିଶ୍ୱା-ସଘା-ତକତା କରିଛି ଶ୍ରୀଲଙ୍କା । ମିଳିଥିବା ସୂଚନା ଅନୁସାରେ ପାକିସ୍ତାନର ଏକ ଯୁ-ଦ୍ଧ ଜାହାଜ ପିଏନଏସ ତୈମୁର ଶ୍ରୀଲଂକାରେ ଏବେ ପହଞ୍ଚିଛି । ପାକିସ୍ଥାନ ଭାରତର ଆକ୍ର-ମଣରେ ତୈମୁରଲଙ୍ଗ ନାମକ ଜଣେ ବ୍ୟକ୍ତି ଆମ ରାଜଧାନୀ ଦିଲ୍ଲୀରେ ବିସ୍ପୋ-ରକ କରିବା ସହିତ ବହୁତ ର-କ୍ତ ବୁହାଇଥିଲା ।

ତାହାରି ନାମ ଅନୁସାରେ ପାକିସ୍ଥାନ ଯୁ-ଦ୍ଧ ଜାହାଜ ନାମିତ ହୋଇଛି ଆଉ ଯାହାକୁ ଗତ ଜୁନରେ ଚୀନ ହିଁ ଏହି ଫ୍ରିଗେଟ୍ ଜାହାଜ ପାକିସ୍ତାନକୁ ପ୍ରଦାନ କରିଥିଲା । ତେବେ ଏହି ଯୁ-ଦ୍ଧ ଜାହାଜଟି ଆସନ୍ତା ଅଗଷ୍ଟ ୧୫ ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ରହିବ ଆଉ ଶ୍ରୀଲଙ୍କାର ନୌସେନା ସହ ପାକିସ୍ତାନର ନୌସେନା ସମରାଭ୍ୟାସ କରିବ । 

ଆଉ ଏହା ଶ୍ରୀଲଙ୍କାରୁ ବି-ଦାୟ ନେବାର ଠିକ ପରଦିନ ଚୀନର ଗୁ-ପ୍ତଚର ଜାହାଜ ଉଆନ ଉଆଙ୍ଗ-୫କୁ ହାମ୍ବନଟୋଟା ବନ୍ଦରରେ ପ୍ରବେଶ  କରିବ । ତେବେ ଶ୍ରୀଲଙ୍କାର ଏପରି କାର୍ଯ୍ୟ ଭାରତକୁ ଅସ-ନ୍ତୁଷ୍ଟ କରିବାକୁ ଯାଉଛି ।

Leave A Reply

Your email address will not be published.